Videos
|
Odisha

ପୁଣି ଚର୍ଚ୍ଚାରେ ରାୟଗଡାର ଟିକିରି, ୧୧ ବର୍ଷ ପରେ ଇତିଶ୍ରୀ ଘଟଣାର ପୁନରାବୃତ୍ତି

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ଚର୍ଚ୍ଚାରେ ରାୟଗଡାର ଟିକିରି, ୧୧ ବର୍ଷ ପରେ ଇତିଶ୍ରୀ ଘଟଣାର ପୁନରାବୃତ୍ତି

ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ରାୟଗଡାର ଟିକିରି । ୨୦୧୩ରେ ଟିକିରି ଅଞ୍ଚଳରେ ଇତିଶ୍ରୀଙ୍କୁ ପୋଡି ମାରିଦେଇଥିଲେ ଜହ୍ଲାଦ, ଆଉ ତାର ୧୧ ବର୍ଷ ପରେ ଟିକିରର ଝିଅ ଲକ୍ଷ୍ମୀ ମାଝିଙ୍କୁ ନିଆଁ ଲଗାଇ ମାରିଦେଲେ ପିଶାଚ । ଚନ୍ଦ୍ରପୁର ମା' ଗୃହରେ କାମ କରୁଥିବା ଦିବ୍ୟାଙ୍ଗ ଆଦିବାସୀ ଯୁବତୀଙ୍କ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗକୁ ୭ ଦିନ ବିତିଲାଣି, ହେଲେ ପୋଲିସ ଚୁପ୍ ସରକାର ବି ଚୁପ୍ । ୨୧ ତାରିଖରେ ଚନ୍ଦ୍ରପୁର ହସପିଟାଲ ପରିସରରେ ଥିବା ପରିତ୍ୟକ୍ତ ଘରୁ ମିଳିଥିଲା ଲକ୍ଷ୍ମୀଙ୍କର ଅର୍ଦ୍ଧଦଗ୍ଧ ମୃତ ଶରୀରର । ଘର ଲୋକଙ୍କ ଅଭିଯୋଗ ରେପ ଆଣ୍ଡ ମର୍ଡର । ସନ୍ଦେହ ଘେରରେ ଆଲିସା ସଂସ୍ଥାର ପରିଚାଳକ ନରସିଂହ ମହାପାତ୍ର ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଲକ୍ଷ୍ମୀ ମାଝୀଙ୍କୁ ନ୍ୟାୟ ଦାବିରେ ସରକାରଙ୍କୁ ଘେରିଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ଗୁରୁବାର ରାୟଗଡାରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛି । ପୂର୍ବରୁ ବୁଧବାର ଲକ୍ଷ୍ମୀଙ୍କ ପରିବାରକୁ ଭେଟିଥିଲା ବିଜେପି ମହିଳା ମୋର୍ଚ୍ଚାର ଫ୍ୟାକଟ ଫାଇଣ୍ଡିଂ ଟିମ୍ । ବିଜେପି ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇବା ସହ ସିବିଆଇ ତଦନ୍ତ ଦାବି କରିଛି । ସେହିଭଳି ଏଇ ଘଟଣାକୁ ନେଇ ପୁରା ଅଞ୍ଚଳରେ ଆଦିବାସୀଙ୍କ ଭିତରେ ଅସନ୍ତୋଷ ତେଜୁଛି । 

ସେପଟେ ଆଇନମନ୍ତ୍ର ଜଗନ୍ନାଥ ସାରକା ତଦନ୍ତ ଚାଲିଥିବା କହିଥିବା ବେଳେ ପୋଲିସ କହିଛି ଏସଆଇଟି ଟିମ୍ ଗଠନ ହୋଇଛି । ୭ ଦିନ ହେଲା କାହିଁକି ଚୁପ୍ ପୋଲିସ, ହସପିଟାଲ ପରିସରରେ ଜାଳିଦେଲେ, କେହି କେମିତି ଜାଣିପାରିଲେନି, କାହାକୁ ଘଣ୍ଟ ଘୋଡାଉଛି ପୋଲିସ । ଅପରାଧୀଙ୍କୁ ସୁରକ୍ଷା ଦିଆଯାଉଥିବାରୁ ମହିଳା ନିର୍ଯ୍ୟାତନାରେ ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର ୯.୨ ପ୍ରତିଶତ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rayagada murder case | Argus News