RBI Data Centre / RBIର ଡାଟା ସେଣ୍ଟର; ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଦେଲେ ବଡ଼ କଥା

Key Points
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ୍ ମିଡିଆ ଏକ୍ସରେ ଲେଖିଛନ୍ତି, "ଏହି ଅତ୍ୟାଧୁନିକ ଭିତ୍ତିଭୂମି ଆମର ବ୍ୟାଙ୍କିଂ ବ୍ୟବସ୍ଥା ଓ ଡିଜିଟାଲ୍ ଆର୍ଥିକ ଭିତ୍ତିଭୂମିକୁ ଅଧିକ ସୁରକ୍ଷିତ, ସ୍ଥିର ଓ ଭରସାଯୋଗ୍ୟ କରିବ । ଏହି ପ୍ରତିଷ୍ଠାନ କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ଏଆଇ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ BFSI କ୍ଷେତ୍ରକୁ ସମର୍ଥ କରିବ, ଯାହା ଓଡ଼ିଶା ସମେତ ସମଗ୍ର ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।"
ଏଥିସହ ପଢ଼ନ୍ତୁ: 'ମାଇନ୍ସରୁ ମାଇକ୍ରୋଚିପ୍ସ, ନୂଆ ଭବିଷ୍ୟତ ଲେଖୁଛି ଓଡ଼ିଶା': ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆମ ଡବଲ ଇଞ୍ଜିନ ସରକାର ବ୍ୟାଙ୍କିଂ, ରେଳବାଇ ସମେତ ସମସ୍ତ କ୍ଷେତ୍ରରେ ଜନସାଧାରଣଙ୍କ ସୁବିଧା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ଡିଜିଟାଲ୍ ଭିତ୍ତିଭୂମିର ସୁଦୃଢ଼ୀକରଣ ଦ୍ୱାରା ଦେଶରେ 'ଇଜ୍ ଅଫ୍ ଲିଭିଂ'କୁ ପ୍ରାଥମିକତା ମିଳୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
‘ମାଇନ୍ସ’ରୁ ‘ମାଇକ୍ରୋଚିପ୍’ ପର୍ଯ୍ୟନ୍ତ ନୂଆ ଭବିଷ୍ୟତ ଲେଖିବ ଓଡ଼ିଶା ପବିତ୍ର ‘କୁମାର ପୂର୍ଣ୍ଣିମା’ ଅବସରରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଆଜି ଭୁବନେଶ୍ୱର ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଉଦଘାଟନ କରିଥିବାରୁ ଧନ୍ୟବାଦ । @RBI ର ଏହି ଅତ୍ୟାଧୁନିକ ଭିତ୍ତିଭୂମି ଆମର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଓ ଡିଜିଟାଲ୍ ଆର୍ଥିକ ଭିତ୍ତିଭୂମିକୁ ଅଧିକ ସୁରକ୍ଷିତ, ସ୍ଥିର ଓ ଭରସାଯୋଗ୍ୟ କରିବ । ଏହି ପ୍ରତିଷ୍ଠାନ କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ଏଆଇ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ BFSI କ୍ଷେତ୍ରକୁ ସମର୍ଥ କରିବ, ଯାହା ଓଡ଼ିଶା ସମେତ ସମଗ୍ର ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ଆମ ଡବଲ ଇଞ୍ଜିନ ସରକାର ବ୍ୟାଙ୍କିଙ୍ଗ୍, ରେଳବାଇ ସମେତ ସମସ୍ତ କ୍ଷେତ୍ରରେ ଜନସାଧାରଣଙ୍କ ସୁବିଧା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ଡିଜିଟାଲ୍ ଭିତ୍ତିଭୂମିର ସୁଦୃଢ଼ୀକରଣ ଦ୍ୱାରା ଦେଶରେ 'ଇଜ୍ ଅଫ୍ ଲିଭିଂ'କୁ ପ୍ରାଥମିକତା ମିଳୁଛି । ବିଭିନ୍ନ ସରକାରୀ ଯୋଜନାରେ ବ୍ୟାଙ୍କରୁ ଋଣ ନେଇ ଆମର ଛୋଟ ଉଦ୍ୟମୀ ଏବଂ ଗ୍ରାମୀଣ ଅଞ୍ଚଳର ମା' ଭଉଣୀମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି । 'ନାଗରିକ ଦେବୋ ଭବ' ଆମ ସୁଶାସନର ମୂଳ ମନ୍ତ୍ର, ଯାହାକୁ ଆଧାର କରି ନାଗରିକଙ୍କ କଲ୍ୟାଣ ପାଇଁ ବିକାଶର ଏହି ଯାତ୍ରା ଆଗକୁ ବଢ଼ୁଛି । ଆଜି ‘ପୂର୍ବୋଦୟ ମିଶନ’ରେ ଓଡ଼ିଶାରେ ଡାଟା ସେଣ୍ଟର ଓ ଆଡଭାନ୍ସଡ୍ କମ୍ପ୍ୟୁଟିଂରେ ନିବେଶର ନୂଆ ସମ୍ଭାବନା ସୃଷ୍ଟି ହେଉଛି । ଏହା ଓଡ଼ିଶାର ଯୁବସାଥୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ନୂଆପିଢ଼ି ଦେଖିଥିବା ସ୍ୱପ୍ନ ନିଶ୍ଚୟ ପୂରଣ ହେବ ।
— Dharmendra Pradhan (@dpradhanbjp) October 25, 2026
ସେ ଆହୁରି କହିଛନ୍ତି, "ବିଭିନ୍ନ ସରକାରୀ ଯୋଜନାରେ ବ୍ୟାଙ୍କରୁ ଋଣ ନେଇ ଆମର ଛୋଟ ଉଦ୍ୟମୀ ଏବଂ ଗ୍ରାମୀଣ ଅଞ୍ଚଳର ମା' ଭଉଣୀମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି । 'ନାଗରିକ ଦେବୋ ଭବ' ଆମ ସୁଶାସନର ମୂଳ ମନ୍ତ୍ର, ଯାହାକୁ ଆଧାର କରି ନାଗରିକଙ୍କ କଲ୍ୟାଣ ପାଇଁ ବିକାଶର ଏହି ଯାତ୍ରା ଆଗକୁ ବଢ଼ୁଛି ।"
‘ପୂର୍ବୋଦୟ ମିଶନ’ରେ ଓଡ଼ିଶାରେ ଡାଟା ସେଣ୍ଟର ଓ ଆଡଭାନ୍ସଡ୍ କମ୍ପ୍ୟୁଟିଂରେ ନିବେଶର ନୂଆ ସମ୍ଭାବନା ସୃଷ୍ଟି ହେଉଛି । ଏହା ଓଡ଼ିଶାର ଯୁବସାଥୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ନୂଆପିଢ଼ି ଦେଖିଥିବା ସ୍ୱପ୍ନ ନିଶ୍ଚୟ ପୂରଣ ହେବ ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ମାଇନ୍ସରୁ ମାଇକ୍ରୋଚିପ୍ସ
ପୂର୍ବ ଭାରତ ବିକଶିତ ଭାରତର ସଶକ୍ତ ଅଭିବୃଦ୍ଧି ଇଞ୍ଜିନ୍ । ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ହେବା ପରେ ବିକାଶକୁ ନୂଆ ଗତି ମିଳିଛି । ଓଡ଼ିଶାର ଅର୍ଥ ବ୍ୟବସ୍ଥା ପ୍ରାକୃତିକ ସମ୍ବଳ ସହ ଟେକ୍ନୋଲୋଜିରେ ସଶକ୍ତ ହେଉଛି । ଖଣିଜ ଆଧାରିତ ଶିଳ୍ପର ସମ୍ପ୍ରସାରଣ ହେଉଛି । ଓଡ଼ିଶା ମାଇନ୍ସରୁ ମାଇକ୍ରୋଚିପ୍ସ ପର୍ଯ୍ୟନ୍ତ ନୂଆ ଭବିଷ୍ୟତ ଲେଖିବାକୁ ଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଏଥିସହ ପଢ଼ନ୍ତୁ: ବାତ୍ୟା ସମୟରେ ଜିଲ୍ଲାରେ ରହିବେ ମନ୍ତ୍ରୀ; ୮ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ଵ
ଡାଟା ସେଣ୍ଟର ଫର୍ ଆଡଭାନ୍ସ କମ୍ପ୍ୟୁଟିଂରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ଓଡ଼ିଶାର ଯୁବକଙ୍କ ପାଇଁ ନୂଆ ଦ୍ଵାର ଖୋଲୁଛି । ଓଡ଼ିଶାର ଯୁବବର୍ଗଙ୍କୁ ଭରସା ଦେଉଛୁ, ଯୁବପିଢ଼ି ଦେଖିଥିବା ସ୍ଵପ୍ନ ନିଶ୍ଚିତ ପୂରଣ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
📱 Get Argus News App
✨