Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାବାଳକଙ୍କ ବେପରୁଆ ଗାଡି ଚାଳନା, ବିପଦରେ ଛାତ୍ରଙ୍କ ଜୀବନ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ନାବାଳକଙ୍କ ବେପରୁଆ ଗାଡି ଚାଳନା, ବିପଦରେ ଛାତ୍ରଙ୍କ ଜୀବନ

ବେଗୁନିଆ : ଟିକିଏ ଅବହେଳା ହୋଇପାରେ ମୃତ୍ୟୁ ର କାରଣ । ଆମେ ଏଭଳି କିଛି ଦୃଶ୍ୟ ଦେଖାଉଛୁ ତାହା ଯେତିକି ଆଶ୍ଚର୍ଯ୍ୟ କରିବ ତା ସହ ଚକିତ ମଧ୍ୟ ହୋଇଯିବେ । ରାଜରାସ୍ତାରେ ନାବାଳକଙ୍କ ଦୃତ ଗାଡି ଚଳାଇ ସ୍କୁଲ ଯାଉଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବିନା ହେଲମେଟ ଓ ବିନା ଲାଇସେନ୍ସରେ ବେପରୁଆ ଗାଡିଚାଳନା ସେ ପୁଣି ସ୍କୁଲକୁ ନେଇ ଯାଉଥିବା ଘଟଣା , ଉଭୟ ଅଭିଭାବକ ଆଉ ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନିତିକୁ ପଦାରେ ପକାଇଛି ।  ପି ପାଁ କରି ଗୋଟିଏ ପରେ ଗୋଟିଏ ଗାଡି ଚାଲି ଯାଉଛି ଦୃତ ଗତିରେ । ସେ ପୁଣି କେଉଁ ବଡ଼ ପିଲାଙ୍କର ନୁହେଁ ନାବାଳକ ଛାତ୍ରଙ୍କର । ବେଗୁନିଆ ଆଦର୍ଶ ବିଦ୍ୟାଳୟର ପିଲା ମାନଙ୍କର ଏଭଳି ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳୁଛି । ଏହା ଉପରେ କଡା ଆଇନ ଥିବା ସତ୍ତ୍ୱେ ସ୍କୁଲ ପ୍ରଶାସନ ଏସବୁ ଜାଣି କାହିଁକି ନିରବ ? ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ । 

ଅଧିକ ପଢନ୍ତୁ ଓଡିଶା ଖବର

ଜାତୀୟ ରାଜପଥ ବରାବର ଚଳାଚଳ କରୁଛି ଭେରିଯାନ । ଦିନ ତମାନ ଏହି ଯାନ ବନ୍ଦ କରି ସଂଧ୍ୟାସମୟ ପରେ ଚଳାଚଳ କରିବାକୁ ଜିଲା ପ୍ରଶାସନ ପାଖରେ ଗୁହାରି ବି କିଛି କାମ ଦେଉନି । ରାଜରାସ୍ତାର ଏହି ଚଳାଚଳ ପାଇଁ ଅନେକ ନିରୀହ ଛାତ୍ର ଛାତ୍ରୀଙ୍କ ଜୀବନ ଚାଲିଯାଉଥିବାର ଆସିଛି ନଜର । ମୂଲ୍ୟବାନ ଜୀବନ ଦେବାର ଅଧିକାର ନଥିବା ବେଳେ ,ବେପରୁଆ ଗାଡିଚାଳନା ଆଉ ବିଦ୍ୟାଳୟ କୁ ଗାଡି ନେବାର ଅନୁମତି ଦେଲା କିଏ ବୋଲି ପ୍ରଶ୍ନ ଉଠିଛି । ତେବେ ଏଥିପାଇଁ ଦାୟୀ କିଏ ପରିବାର କର୍ତ୍ତୃପକ୍ଷ, ପୋଲିସ ପ୍ରଶାସନ, ଜାଣି ନଜାଣିବାର ଅଭିନୟ କରୁଥିବା ସ୍କୁଲ କର୍ତ୍ତୃପକ୍ଷ କି ପରିବହନ ବିଭାଗ ତାକୁ ନେଇ ଏବେ ନାନା ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Reckless driving by minors, student's life at risk | Argus News