Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧିରେଧିରେ ସାମ୍ନାକୁ ଆସୁଛି ଆଇଆଇସିଙ୍କ କଳାକାରନାମା, ଜବ୍ ସ୍କାମ ସହ ଗଞ୍ଜେଇ ଚୋରାଚାଲାଣ ପଛରେ ରହିଛି ହାତ

Jitendra Dash
Browse all articles by Jitendra Dash
·2 years ago·1 min read
ଧିରେଧିରେ ସାମ୍ନାକୁ ଆସୁଛି ଆଇଆଇସିଙ୍କ କଳାକାରନାମା, ଜବ୍ ସ୍କାମ ସହ ଗଞ୍ଜେଇ ଚୋରାଚାଲାଣ ପଛରେ ରହିଛି ହାତ

ଅର୍ଗସ ବ୍ୟୁରୋ : ବୈପାରୀଗୁଡ଼ା ଆଇଆଇସି ସୁଶାନ୍ତ ଶତପଥୀ ଗିରଫ ହେବା ଘଟଣାରେ । ବିଜେଡିକୁ ଟାର୍ଗେଟ କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ସେ କହିଛନ୍ତି ପୋଲିସ କର୍ମଚାରୀ ଗିରଫ ହେଲେ ଲୋକେ ବାଣ ଫୁଟାଉଛନ୍ତି । ଏଥିରୁ ପ୍ରମାଣିତ ହେଉଛି ରାଜ୍ୟର ଆଇନଶୃଙ୍ଖଳା କେତେ ତଳକୁ ଖସିଛି । କାଲି ଧରାପଡ଼ିଥିବା ବୈପାରୀଗୁଡ଼ା ଆଇଆଇସି ମାମଲାରେ ଭୟଙ୍କର ଦିଗ ଆଗକୁ ଆସିଛି । ବୈପାରୀଗୁଡ଼ା ଆଇଆଇସି ସୁଶାନ୍ତ ଶତପଥୀ ପୂର୍ବରୁ ନବୀନ ନିବାସ ଡ୍ୟୁଟିରେ ଥିଲେ । ନବୀନ ନିବାସରେ ଯାହିତାହି ଲୋକଙ୍କୁ ନିଯୁକ୍ତି ମିଳେନାହିଁ । ସୁଶାନ୍ତଙ୍କ ନିଯୁକ୍ତି ପଛରେ କେଉଁ ପ୍ରଭାବଶାଳୀଙ୍କ ହାତ ଥିଲା  ବୋଲି ସେ ପ୍ରଶ୍ନ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏବେ ତାଙ୍କର ଗଞ୍ଜେଇ ଚୋରାଚାଲାଣ ମାମଲାରେ ଲିଙ୍କ୍ ଜଣାପଡ଼ିଛି । ଭିଜିଲାନ୍ସ ବି କହିଛି ଆମେ ଗଞ୍ଜେଇ ଚାଲାଣ ଦିଗରେ ତଦନ୍ତ କରୁଛୁ । ଏହା ବ୍ୟତୀତ ଆଇଆଇସିଙ୍କ ଜବ୍ ସ୍କାମରେ ମଧ୍ୟ ଲିଙ୍କ୍ ଜଣାପଡ଼ିଛି । ଜବ୍ ସ୍କାମରେ ଗିରଫ ବିରଞ୍ଚି ସାହୁଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଥିବା ଜଣାପଡ଼ିଛି । ଏବେ ପୁଣି ଓଲିଉଡ଼୍ ମୁଭିରେ ସେ ଅଭିନୟ କରିଥିବା କଥା ସାମ୍ନାକୁ ଆସିଛି । ସୁଶାନ୍ତ ଅଭିନୟ କରିଥିବା ଫିଲ୍ମରେ ବିଜେଡି ଏମପି ହିରୋ ହୋଇଛନ୍ତି । ଓଲିଉଡ଼ରେ ବିଜେଡିରା କଳା ଟଙ୍କା ସହ ସାଂସଦ ମଧ୍ୟ ଅଛନ୍ତି । ଏହିସବୁ ଭୟଙ୍କର କଥାରୁ ଜଣାପଡ଼ୁଛି ରାଜ୍ୟରେ ଶାସନ କିଭଳି ଚାଲିଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Recovery of Rs 37 lakh cash from Boipariguda IIC | Argus News