Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗାଁ ରେ ନାଲିପିମ୍ପୁଡି ଆତଙ୍କ, ଚିନ୍ତାରେ ଗ୍ରାମବାସୀ

Odisha

ଗାଁ ରେ ନାଲିପିମ୍ପୁଡି ଆତଙ୍କ, ଚିନ୍ତାରେ ଗ୍ରାମବାସୀ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଗାଁ ରେ ନାଲିପିମ୍ପୁଡି ଆତଙ୍କ, ଚିନ୍ତାରେ ଗ୍ରାମବାସୀ

ପୁରୀ :  ଗାଁରେ ଏବେ ଆତଙ୍କ ଖେଳାଇଛନ୍ତି ନାଲି ପିମ୍ପୁଡି। ଲୋକେ ଏବେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ନାଲି ପିମ୍ପୁଡି ପାଇଁ ଚିନ୍ତାରେ ଗ୍ରାମବାସୀ I ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ସାହାଡାପଡା ଗ୍ରାମରେ । ପିମ୍ପୁଡି ମାନଙ୍କ ଆତଙ୍କ ଏଭଳି ପରିସ୍ଥିତି ହୋଇଛି ଯେ ପିମ୍ପୁଡି ଚିନ୍ତାରେ ଗ୍ରାମବାସୀଙ୍କ ନିଦ ହଜିଗଲାଣି । ନା ଭଲରେ ଗଣ୍ଡେ ଖାଇପାରୁଛନ୍ତି , ନା ଶାନ୍ତିରେ ଶୋଇପାରୁଛନ୍ତି । ଖାଲି ମଣିଷ ନୁହନ୍ତି ପିମ୍ପୁଡି ମାନଙ୍କ ପାଇଁ ଗୃହପାଳିତ ପଶୁମାନେ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଯେତେ ଯାହା କଲେ କୌଣସି ପ୍ରତିକାର ହେଇପାରୁନି । ପିମ୍ପୁଡି ପାଇଁ ପାଦରେ ଜରିବାନ୍ଧି ଯିବା ଆସିବା କରୁଛନ୍ତି ଗ୍ରାମବାସୀ । ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହୋଇଛି। ଗତ ୩ମାସ ହେଲା ଗ୍ରାମରେ ନାଲିପିମ୍ପୁଡି ପ୍ରଥମେ ଦେଖୁବାକୁ ମିଳିଥିଲା ।

ଅଧିକ ପଢନ୍ତୁ ଓଡିଶା ଖବର

ଏହି ପିମ୍ପୁଡି ଗୁଡିକ କାମୁଡ଼ୁନଥିଲା ବେଳେ ଗୋଡ ହାତରେ ଖୁବଶିଘ୍ର ଚଢିଯାଉଛନ୍ତି । ଚଢିବା ସମୟରେ କେହି ଯଦି ତାକୁ ହାତରେ ଘଷି ଦିଏ । ପିମ୍ପୁଡି ଦେହରୁ ବାହାରୁଥିବା ବିଷାକ୍ତ ନାଳଯୋଗୁଁ ଗୋଡ ହାତରେ ଘା ହେଇଯାଉଛି । ସହିଭଳି ଏହିପିମ୍ପୁଡି ମାନଙ୍କର ଅଣ୍ଡା ଧାରଣା କ୍ଷମତାଅଧ‌ିକ । । ରହୁଥିବାରୁ ସେମାନେ ଅନାୟାଶରେ ବଂଶବିସ୍ତାର କରିଚାଲିଛନ୍ତି। ଯୁଆଡେ ଦେଖୁବ ପୁଳାପୁଳା ହୋଇ ଯିବା ଆସିବାକରୁଛନ୍ତି I ଏମାନଙ୍କ ପାଦୃଭାବ ପାଇଁ ଗ୍ରାମରେ ଗୃହପାଳିତ ପଶୁ ମାନେ ପଡିଆରେ ଚରିବା କଷ୍ଟକର ହୋଇପଡ଼ୁଛି କାରଣ ପିମ୍ପୁଡି ଗୁଡିକ ଆଖୁ କାନ କରେ ପଶିଯାଉଥିବାରୁ ବନ୍ଧା ହେଉଥିବା ଗୃହ ପାଳିତ ପଶୁଗୁଡିକ ଥୟ ହୋଇ ପାରୁନାହାନ୍ତି । ପିମ୍ପୁଡିରୁ ବଂଚିବା ପାଇଁ ଗ୍ରାମବାସୀ ମାନେ ଗ୍ରାମାସିନ ଛିଞ୍ଚନ କରୁଥିଲା ବେଳେ ତାହ କୌଣସି କାମ ଦେଉନଥିବାରୁ ଗ୍ରାମବାସୀ ମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
red ant terror in village, villagers are worried | Argus News