Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Salia Sahi Liquor Raid / ରାଜଧାନୀରେ ମଦ ବିକ୍ରିର ସୁପର ପ୍ଲାନ୍, ନାଲି ପତାକା ଦେଖି ଠିକଣା ଖୋଜୁଥିଲେ ନିଶାଡି

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ରାଜଧାନୀରେ ମଦ ବିକ୍ରିର ସୁପର ପ୍ଲାନ୍, ନାଲି ପତାକା ଦେଖି ଠିକଣା ଖୋଜୁଥିଲେ ନିଶାଡି
Salia Sahi Liquor Raid

Key Points

ଘର ଭିତରେ ବେଧଡ଼କ ତିଆରି ହେଉଥିଲା ଦେଶୀ ମଦ
ସାଲିଆସାହିରେ ଅବକାରୀ ବିଭାଗର ବଡ଼ ରେଡ୍‌
ଭାଙ୍ଗିଲା ବିଷାକ୍ତ ମହୁଲି ଭାଟି, ୪ ଗିରଫ
ରାଜଧାନୀରେ ମଦ ବିକ୍ରିର ନୂଆ ତରିକା । ଘର ଉପରେ ଉଡୁଥିଲା ନାଲି ପତାକା, ଯାହାକୁ ଦେଖି ମଦ ପ୍ରସ୍ତୁତିର ଠିକଣା ଜାଣିପାରୁଥିଲେ ନିଶାଡି । ଭୁବନେଶ୍ୱର ସାଲିଆସାହି ବସ୍ତି ଭିତରେ ବେଧଡ଼କ ଚାଲିଥିଲା ମଣିଷ ମରା ଦେଶୀ ମହୁଲି ମଦର କାରଖାନା । ରଜ ବଜାରରେ ଏହାକୁ ଚଢ଼ା ଦରରେ ବିକ୍ରି ପାଇଁ ମାଫିଆମାନେ ସୁପର ମାଷ୍ଟରପ୍ଲାନ କରିଥିଲେ । ହେଲେ ରଜ ମାର୍କେଟ୍ ଜମିବା ପୂର୍ବରୁ ଅବକାରୀ ବିଭାଗ ମାରିଛି ବଡ଼ ରେଡ୍ । ନଷ୍ଟ ହୋଇଛି ହଜାର ହଜାର ଲିଟର ଦେଶୀ ମଦ ଏବଂ ବ୍ୟାରେଲ୍ । ଏହି ଘଟଣାରେ ୪ ଜଣ ଗିରଫ ମଧ୍ୟ ହୋଇଛନ୍ତି ।

ଘର ଭିତରେ ବେଧଡ଼କ ତିଆରି ହେଉଥିଲା ଦେଶୀ ମହୁଲି ମଦ । ମହୁଲ ଫୁଲ ସହ ମିଶୁଥିଲା ଚିନି ଆଉ ୟୁରିଆ । ପ୍ରସ୍ତୁତ ହେଉଥିଲା ମଣିଷ ମରା ଦେଶୀ ମଦ । ଗୋଟିଏ ରୁମ୍‌ରେ ଥାକ ଥାକ କରି ଡ୍ରମ୍ ଉପରେ ଡ୍ରମ୍ ପ୍ରସ୍ତୁତ କରି ରଖାଯାଇଥିବା ବେଳେ, ଅନ୍ୟ ରୁମ୍‌ରେ ହୋଇଥିଲା ସ୍ୱତନ୍ତ୍ର ଚାମ୍ବର । ଚୁଲିରୁ ଯେଉଁ ବାଷ୍ପ ବାହାରୁଥିଲା ତାହା ଥଣ୍ଡା ଚାମ୍ବର ଦେଇ ବୋତଲରେ ମଦ ସାଉଣ୍ଟୁଥିଲା । ଆଗକୁ ରଜ ବଜାର ଥିବାରୁ ଏହାକୁ ବଡ଼ ପରିମାଣରେ ବିକ୍ରି କରିବାକୁ ପ୍ରସ୍ତୁତି ଚାଲିଥିଲା । ହେଲେ ତା’ ପୂର୍ବରୁ ଅବକାରୀ ବିଭାଗ ମାରିଛି ରେଡ୍‌ । ନଷ୍ଟ ହୋଇଛି ହଜାର ହଜାର ଲିଟର ବିଷାକ୍ତ ଦେଶୀ ମହୁଲି ମଦ ।

ଅଧିକ ପଢ଼ନ୍ତୁ: ରଥଯାତ୍ରା ପୂର୍ବରୁ ଅଠରନଳାରୁ ବଡ଼ଦାଣ୍ଡ ହେବ ‘ଫିକା ଗୋଲାପୀ’; ଖର୍ଚ୍ଚ ହେବ ୨ କୋଟି ୩୫ ଲକ୍ଷ

ସାଲିଆସାହି ବସ୍ତିର ଶତାଧିକ ଘର ଭିତରେ ଦୀର୍ଘ ବର୍ଷ ଧରି ଏମିତି ବେଧଡ଼କ ଭାବେ ଚାଲିଥିଲା ମଦ ପ୍ରସ୍ତୁତି । କଳାହାଣ୍ଡି, କୋରାପୁଟ ଓ ମୟୁରଭଞ୍ଜରୁ ଆସୁଥିଲା କୁଢ଼ କୁଢ଼ ମହୁଲ ଫୁଲ । ଆଉ ଏଠାରେ ନିଶା ମାଫିଆ ପ୍ରସ୍ତୁତ କରୁଥିଲେ ମଦ । କେହି ଏହାର ଟେର ପାଉନଥିଲେ । ହେଲେ ଏହି କଳା ସାମ୍ରାଜ୍ୟ ଉପରେ ଏବେ ଅବକାରୀ ବିଭାଗର ଚଢ଼ାଉ ପରେ ସବୁ ପ୍ଲାନ ଫ୍ଲପ୍ ହୋଇଯାଇଛି । ଆଜି ବୁଲଡୋଜର ଲଗାଇ ଭଙ୍ଗା ହୋଇଛି ମଦ ଭାଟି ଆଉ ନଷ୍ଟ କରାଯାଇଛି ମଦ ପୋଚ ।

ରାଜଧାନୀ ଛାତି ଉପରେ ସାଲିଆସାହି ବସ୍ତି ଭିତରେ ଚାଲିଥିଲା ମଦ ବିକ୍ରିର ଏହି ନୂଆ ତରିକା । ଘର ଉପରେ ଉଡୁଥିବା ନାଲି ପତାକାକୁ ଦେଖି ଠିକଣା ବାରି ନେଉଥିଲେ ନିଶାଡି । ଏହି ଘଟଣାରେ ଅବକାରୀ ବିଭାଗ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଆହୁରି ଅନେକ ଅଭିଯୁକ୍ତ ଏବେ ଫେରାର ଅଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Red Flags Guided Buyers to Illegal Liquor Units in Bhubaneswar | Argus News