Reels banned in government offices / ସରକାରୀ ଅଫିସ୍ରେ ରିଲ୍ସ କରିବା ଉପରେ ଲାଗିଲା କଟକଣା, ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ
·6 months ago·2 min read

Key Points
ରିଲ୍ସ ଉପରେ ଲାଗିଲା କଟକଣା
ସରକାରୀ ଅଫିସ୍ରେ ରିଲ୍ସ କରିବା ଉପରେ ଲାଗିଲା କଟକଣା
ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ ଲାଗୁ ହେଲା କଟକଣା
ସରକାରୀ ଅଫିସ୍ରେ ରିଲ୍ସ କରିବା ଉପରେ ଲାଗିଲା କଟକଣା
ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ ଲାଗୁ ହେଲା କଟକଣା
ସରକାରୀ ଅଫିସ୍ରେ ରିଲ୍ସ କରିବା ଉପରେ ଲାଗିଲା କଟକଣା । ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ ରିଲ୍ସ କରିବା ଉପରେ କଟକଣା ଲାଗୁ ହୋଇଛି । ଏଥିସହ ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନ ପାଇଁ ମଧ୍ୟ ଏହି କଟକଣା ଲାଗୁ ହୋଇଛି । କର୍ମଚାରୀ, ଅଧିକାରୀ, ଠିକା କର୍ମଚାରୀ ଓ ଭିଜିଟର୍ସଙ୍କ ପାଇଁ କଟକଣା ଲାଗୁ କରାଯାଇଛି । ଏସବୁ ପ୍ରତିଷ୍ଠାନର ଭିଡିଓ ଓ ଫଟୋ ଅପଲୋଡିଂ କରିବାକୁ ମନା । ସୋସିଆଲ୍ ମିଡିଆରେ ରିଲ୍ସ, ଭିଡିଓ ଓ ଫଟୋ ଅପଲୋଡ୍ କରିବାକୁ ବାରଣ କରାଯାଇଛି । ନିୟମ ଉଲ୍ଲଙ୍ଘନ କଲେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗୃହ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଅଧିକ ପଢ଼ନ୍ତୁ: କେତେ ଆଗେଇଲାଣି ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ ? ସିଙ୍ଗାପୁର ସହ ନଗର ଉନ୍ନୟନ ବିଭାଗର ଆଲୋଚନା
ବିଗତ କିଛି ଦିନ ହେବ ଲୋକସେବା ଭବନରେ ମାଳମାଳ ରିଲ୍ସ ଭାଇରାଲ ହେବାକୁ ଲାଗିଛି । କାର୍ଯ୍ୟାଳୟ ଭିତରେ ଓ କାର୍ଯ୍ୟାଳୟ ବାହାରରେ ରିଲ୍ସ ବନେଇ ଭାଇରାଲ କରାଯାଉଛି । ରିଲ ଭିଡିଓରେ ଲୋକସେବା ଭବନରେ କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀ ଏବଂ କର୍ମଚାରୀ ଓ ଅଭିଯୋଗ ନେଇ ପାୱାର କରିଡର ଯାଉଥିବା ସାଧାରଣ ନାଗରିକ ମଧ୍ୟ ରହିଛନ୍ତି । ବିଶେଷ କରି ବିଭିନ୍ନ ପାର୍ବଣ ଓ ନୂଆବର୍ଷରେ ଏହି ସବୁ ରିଲ୍ସ ବନା ଯାଇଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଆଇନ ମନ୍ତ୍ରୀ କହିଥିଲେ "ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ ହୁଅନ୍ତୁ, ସେଠାରେ ରିଲ୍ସର କୌଣସି ଅବକାଶ ନାହିଁ । ଏହା ଠିକ କଥା ନୁହେଁ । ଯଦି ଏଭଳି କିଛି ହେଉଛି, ତେବେ ସେଠାରେ ନିୟୋଜିତ ସୁରକ୍ଷା କର୍ମୀ ଓ ପୋଲିସ କର୍ମଚାରୀ ଏଥିପ୍ରତି ନଜର ଦେବେ । ପୋଲିସ ବିଭାଗ ଲୋକସେବା ଭବନର ସୁରକ୍ଷା ନେଇ ଯାହା ପଦକ୍ଷେପ ନେବା କଥା ନେବ । ଆଗାମୀ ଦିନରେ ଏଭଳି କଥା ଲୋକସେବା ଭବନରେ ଯେମିତି ନହୁଏ, ଦୃଷ୍ଟି ଦିଆଯିବ ।ସାଧାରଣ ଲୋକଙ୍କ ପାଖରେ ଶାସନ ବ୍ୟବସ୍ଥାକୁ ପହଁଚେଇବା ଲୋକସେବା ଭବନର କାର୍ଯ୍ୟ । ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ ହେଉଥିବା ସ୍ଥାନରେ ଏଭଳି କାର୍ଯ୍ୟ ଠିକ ନୁହେଁ । ଗାଇଡଲାଇନ ଆଣିବା ପାଇଁ ଗୃହ ବିଭାଗ ତର୍ଜମା କରିବ । ଲୋକସେବା ଭବନରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ଗୃହ ବିଭାଗ ତାଗିଦ କରିବ ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories