Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ

Odisha

ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ

Jitendra Dash
Browse all articles by Jitendra Dash
·2 years ago·2 min read
ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ

ଅର୍ଗସ ବ୍ୟୁରୋ : ରିଲାଏନ୍ସ ଜିଓ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏହାର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ସମେତ ସମଗ୍ର ଓଡ଼ିଶାରେ ଥିବା ନିଜର କାର୍ଯ୍ୟାଳୟ ଓ ବିଭିନ୍ନ କ୍ଷେତ୍ରସ୍ତରୀୟ ସ୍ଥଳଗୁଡିକରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରୁଛି । ଜିଓ ଓଡ଼ିଶା ବ୍ୟବସାୟ ମୁଖ୍ୟ ପ୍ରଦୀପ ରାଉତ ଜିଓ ପକ୍ଷରୁ ଓଡ଼ିଶାରେ ପାଳନ କରାଯାଉଥିବା ଏହି ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କାର୍ଯ୍ୟକ୍ରମକୁ ଉଦ୍‌‍ଘାଟନ କରିବା ସହିତ ସଡ଼କ ନିରାପତ୍ତା ଅଭ୍ୟାସ ଉପରେ ଅନେକ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ । ମାସବ୍ୟାପୀ ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମ ୨୦୨୪ ଫେବୃଆରୀ ୧୦ରେ ଉଦ୍‌‍ଯାପିତ ହେବ ।

‘ଜଣେ ସଡ଼କ ସୁରକ୍ଷା ହୀରୋ ହୁଅନ୍ତୁ’ ବିଷୟବସ୍ତୁ ଆଧାରିତ ଏହି ଜାତୀୟ ସଡ଼କ ସୁରକ୍ଷା ମାସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି ସଡ଼କ ସୁରକ୍ଷା, ନିରାପଦ ଗାଡି ଚାଳନା ଜୀବନ ରକ୍ଷା ଏବଂ ସଡ଼କ ଦୁର୍ଘଟଣା ହ୍ରାସ ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ପ୍ରମୁଖ ନିରାପତ୍ତାମୂଳକ ପଦକ୍ଷେପଗୁଡିକର ଗୁରୁତ୍ୱକୁ ଏହି ସୁରକ୍ଷା ସଚେତନତା ଅଭିଯାନ ଅବସରରେ ପୁନଃ ସୁଦୃଢୀକରଣ କରାଯାଉଛି ଏବଂ ତାହାସହିତ ସଡ଼କ ସୁରକ୍ଷା ନିମନ୍ତେ ଶପଥ ପାଠ ଏବଂ ସମଗ୍ର ଓଡ଼ିଶାରେ ତାଲିମ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । 

ସଡ଼କ ସୁରକ୍ଷା ସମ୍ପର୍କିତ ବ୍ୟାନର ଓ ପୋଷ୍ଟରଗୁଡିକ ସମଗ୍ର ରାଜ୍ୟରେ ଥିବା ଜିଓ କାର୍ଯ୍ୟାଳୟଗୁଡିକରେ ପ୍ରଦର୍ଶିତ କରାଯାଇଛି । ମାସବ୍ୟାପୀ ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ରୋଡ ସୋ’, ସଡ଼କ ସୁରକ୍ଷା ଉପରେ ଚଳଚ୍ଚିତ୍ର ପ୍ରଦର୍ଶନ, ସଡ଼କ ସୁରକ୍ଷା ଉପରେ ଗୀତ / ସ୍ଲୋଗାନ୍‌‍ ଲେଖିବା ପ୍ରତିଯୋଗିତା, ଚିତ୍ରାଙ୍କନ / ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା, ଯାନବାହନଗୁଡିକର ଯାଞ୍ଚ ଏବଂ ସଡ଼କ ସୁରକ୍ଷା ହୀରୋମାନଙ୍କୁ ପୁଷ୍ପ, ଚକୋଲେଟ ଏବଂ ବ୍ୟାଜ୍‌‍ ବଣ୍ଟନ ଆଦି ଅନ୍ତର୍ଭୁକ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ହେଲମେଟ୍‌‍ ଓ ସିଟ୍‌‍ ବେଲ୍ଟ ପିନ୍ଧିବା, ଦୁଇ-ଚକିଆ ଗାଡି ଚଳାଇବା ସମୟରେ ଯାନକୁ ଯାଞ୍ଚ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଟିମ୍‌‍ ସଦସ୍ୟମାନେ ମଧ୍ୟ ଆତ୍ମରକ୍ଷାମୂଳକ ଗାଡିଚାଳନା ଏବଂ କୁହୁଡି ପାଗରେ ନିରାପଦ ଗାଡି ଚାଳନା ସମ୍ପର୍କରେ ଉପାଦେୟ ସୂଚନା ପ୍ରଦାନ କରୁଛନ୍ତି । ଜିଓ କର୍ମଚାରୀମାନେ ମଧ୍ୟ ସଡ଼କ ବ୍ୟବହାରକାରୀ ଜନସାଧାରଣଙ୍କୁ ସୁରକ୍ଷାମୂଳକ କାର୍ଯ୍ୟକ୍ରମରେ ନିୟୋଜିତ ରଖି ସେମାନଙ୍କୁ ନିରାପତ୍ତା ସମ୍ପର୍କିତ ସୂଚନା ପ୍ରଦାନ କରୁଛନ୍ତି ଏବଂ ସେମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ବ୍ୟାଜ୍‌‍ ପ୍ରଦାନ କରୁଛନ୍ତି ।

Sponsored
reliance jio road safety program | Argus News