|
logo
Live

Argus News - ଶାନ୍ତି ଧାମରେ ଶାନ୍ତିଲତା : ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବିଶିଷ୍ଟ କଣ୍ଠଶିଳ୍ପୀ

Odisha

ଶାନ୍ତି ଧାମରେ ଶାନ୍ତିଲତା : ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବିଶିଷ୍ଟ କଣ୍ଠଶିଳ୍ପୀ

Jitendra Dash
Browse all articles by Jitendra Dash
·2 years ago·1 min read
ଶାନ୍ତି ଧାମରେ ଶାନ୍ତିଲତା : ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବିଶିଷ୍ଟ କଣ୍ଠଶିଳ୍ପୀ

ଅର୍ଗସ ବ୍ୟୁରୋ : ଅର୍ଗସ ବ୍ୟୁରୋ : ଆଉ ନାହାନ୍ତି ବିଶିଷ୍ଠ ଭଜନ କଣ୍ଠଶିଳ୍ପୀ ସାନ୍ତିଲତା ବାରିକ ଛୋଟରାୟ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ସୂଚନା ଦେଲେ ସ୍ବାମୀ ବସନ୍ତ ଛୋଟରାୟ । ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ । ନିଜ କଣ୍ଠର ଯାଦୁଗରୀରେ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି । ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ସୃଷ୍ଟି କରେ । ସେ ଗାଇଥିବା ଭକ୍ତି ସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି । ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହେ ଚକାନୟନ.., ମୁଁ ଯେ ଦେଉଳ ବେଢ଼ା ଦୀପ…, ଏକା ମୋ ଜଗା ସବୁରି ମୂଳ…, ହେଉଛି ଶାନ୍ତିଲତା ବାରିକ ଛୋଟରାୟଙ୍କର ଏକ ଲୋକପ୍ରିୟ ଭଜନ । ଶାନ୍ତିଲତା ବାରିକଙ୍କର ପ୍ରତିଟି ଭଜନ ସେ କାଳିଆ ସାଆନ୍ତ ଏବଂ ଶ୍ରୀକୃଷ୍ଣଙ୍କ ଲାଗି ସମର୍ପଣ କରିଥିବା ଦେଖିବାକୁ ମିଳେ । 

Sponsored
ଶାନ୍ତି ଧାମରେ ଶାନ୍ତିଲତା : ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବିଶିଷ୍ଟ କଣ୍ଠଶିଳ୍ପୀ | Argus News