Videos
|
Odisha

Bhubaneswar Market Fire / କାହିଁକି ବାରମ୍ବାର ଜଳୁଛି ୧ ନମ୍ବର ମାର୍କେଟ, ବାରମ୍ବାର ଜଳିବା ପରେ ବି ଭାଙ୍ଗୁନି BMCର ନିଦ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କାହିଁକି ବାରମ୍ବାର ଜଳୁଛି ୧ ନମ୍ବର ମାର୍କେଟ, ବାରମ୍ବାର ଜଳିବା ପରେ ବି ଭାଙ୍ଗୁନି BMCର ନିଦ
Bhubaneswar Market Fire

Key Points

ଅବେଳାରେ ନିଆଁ ଲାଗୁଛି
ହୁତୁ ହୁତୁ ହୋଇ ଜଳୁଛି ଏକ ନମ୍ବର ହାଟ
ଅଗ୍ନି ନିରାପତ୍ତା ଗାଇଡଲାଇନର ଉଡିଛି ଧଜ୍ଜିଆ
ଅବେଳାରେ ନିଆଁ ଲାଗୁଛି । ହୁତୁ ହୁତୁ ହୋଇ ଜଳୁଛି ରାଜଧାନୀର ଛାତି ଉପରେ ଥିବା ଗୁରୁତ୍ବପୂର୍ଣ୍ଣ ବଜାର ଏକ ନମ୍ବର ମାର୍କେଟ । ବାରମ୍ବାର ସ୍ଥିତି ସମୀକ୍ଷା କରୁଛନ୍ତି ଅଧିକାରୀ । ହେଲେ ନା ଭିତ୍ତିଭୂମି ସୁଧୁରୁଛି ନା ସ୍ଥିତିରେ ହେଉଛି କୌଣସି ପରିବର୍ତ୍ତନ ।

କିଛି ଦିନର ବ୍ୟବଧାନ ପରେ ପୁଣିଥରେ ରାଜଧାନୀ ଭୁବନେଶ୍ବରର ୧ ନଂ ହାଟରୁ ଅଗ୍ନିକାଣ୍ଡର ଖବର ସାମ୍ନାକୁ ଆସିଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବାରୁ ୫ଟି ଦୋକାନରୁ ୨ଟି ସମ୍ପୂର୍ଣ୍ଣ ପୋଡ଼ି ଜଳି ପାଉଁଶ ହୋଇଯାଇଛି । ୩ଟି ଦୋକାନ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ନିଆଁର ଆଁରେ ମିଳେଇ ଯାଇଛି ଲକ୍ଷାଧିକ ଟଙ୍କାର ପୂଜା ସାମଗ୍ରୀ, ପାନ ମସଲା ଓ ଗ୍ରୋସରି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ ବି ସେତେବେଳରୁ ପୋଡ଼ି ସାରିଥିଲା ଦୋକାନ । କଳା ପାଉଁଶ ଗଦାରେ ମିଳେଇ ସାରିଥିଲା ଜୀବନ ଯାକର ପୁଞ୍ଜି । ଅର୍ଥ ଉପାର୍ଜନର ମାଧ୍ୟମ ମାଟିରେ ମିଶିବା ପରେ ମୁଣ୍ଡରେ ହାତ ଦେଇଛନ୍ତି ବ୍ୟବସାୟୀ ।

ଅଧିକ ପଢ଼ନ୍ତୁ: ଗଞ୍ଜାମରେ ସଭା ସମିତି ଓ ଶୋଭାଯାତ୍ରା କଲେ ଅନୁମତି ବାଧ୍ୟତାମୂଳକ; ଲାଗୁ ହେଲା ଧାରା-୩୦


ଏହା କେବଳ ଗୋଟିଏ ଘଟଣା ନୁହେଁ । ଗତ ୮ ମାସ ମଧ୍ୟରେ ଚାରି ଚାରି ଥର ଜଳିଲାଣି ୧ ନଂ ହାଟ । ପ୍ରତିଥର ବିଏମସି କର୍ତ୍ତୁପକ୍ଷ ଘଟଣା ସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି । ଭିତ୍ତିଭୂମି ସଜାଡ଼ିବାର କଥା କହୁଛନ୍ତି । ହେଲେ ସମୟ ଗଡ଼ିଗଲେ ଏ ଘଟଣାକୁ ଯେମିତି ପାସୋରି ଦେଉଛନ୍ତି । ତେବେ ପ୍ରଶାସନ ପକ୍ଷରୁ ମଧ୍ୟ ଅଗ୍ନି ନିରାପତ୍ତା ନେଇ ଗାଇଡଲାଇନ ଜାରି ହୋଇଛି । ଅଧିକାଂଶ ବ୍ୟବସାୟୀ ଏହି ନିୟମ ମାନୁନଥିବାର ଅଭିଯୋଗ ହେଉଥିବା ବେଳେ ନିୟମ କଡ଼ାକଡ଼ି ପାଳନ କରିବା ନେଇ ବିଏମସିର କୌଣସି ଆଭିମୁଖ୍ୟ ଥିବା ଜଣାପଡୁନି ।

ତେବେ କେବେ ଏହି ସ୍ଥିତିରେ ସୁଧାର ଆସିବ ? କେବେ ରାଜଧାନୀ ଛାତି ଉପରେ ରହିଥିବା ୧ ନଂ ହାଟରେ କଡ଼ାକଡ଼ି ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥା ? ତାହା ଦେଖିବାକୁ ବାକି ରହିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: