Videos
|
Odisha

ନୟାଗଡ଼ ଜିଲ୍ଲାର ବାଣ୍ଠପୁର ଗ୍ରାମରେ ମୋବାଇଲ ନେଟୱର୍କ ସ୍ଥାପନ ପାଇଁ କେନ୍ଦ୍ରୀମନ୍ତ୍ରୀଙ୍କୁ କଲେ ଅନୁରୋଧ

Jitendra Dash
Browse all articles by Jitendra Dash
·2 years ago·1 min read
ନୟାଗଡ଼ ଜିଲ୍ଲାର ବାଣ୍ଠପୁର ଗ୍ରାମରେ ମୋବାଇଲ ନେଟୱର୍କ ସ୍ଥାପନ ପାଇଁ କେନ୍ଦ୍ରୀମନ୍ତ୍ରୀଙ୍କୁ କଲେ ଅନୁରୋଧ

ଅର୍ଗସ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଆଜି ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡଗାଁ ବ୍ଲକର ବାଣ୍ଠପୁର ଗ୍ରାମରେ ମୋବାଇଲ ନେଟୱର୍କ ସ୍ଥାପନ ପାଇଁ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଅନୁରୋଧ କରିଛନ୍ତି । ବାଣ୍ଠପୁରବାସୀ ବହୁଦିନ ହେବ ମୋବାଇଲ ଟାୱାର ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ସମ୍ବନ୍ଧରେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଦ୍ଵାରା ସମ୍ବିତ ପାତ୍ର ଅବଗତ ହୋଇଥିଲେ ।

ପରବର୍ତ୍ତୀ ସମୟରେ ବାଣ୍ଠପୁରବାସୀ ଏହି ଅସୁବିଧାର ସମାଧାନ ପାଇଁ ଡ଼. ସମ୍ବିତ ପାତ୍ରଙ୍କ ନିକଟରେ ଦାବି ରଖିଥିଲେ । ଆଜି ଡ଼. ସମ୍ବିତ ପାତ୍ର ବାଣ୍ଠପୁରବାସୀଙ୍କ ଦାବି ରକ୍ଷା କରି ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦିଲ୍ଲୀରେ ସାକ୍ଷାତ କରି ନୟାଗଡ଼ ଜିଲ୍ଲାର ଓଡଗାଁ ବ୍ଲକର ବାଣ୍ଠପୁର ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ଅନୁରୋଧ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ମାନନୀୟ କେନ୍ଦ୍ରମନ୍ତ୍ରୀ ଯଥାଶୀଘ୍ର ବାଣ୍ଠପୁରରେ ମୋବାଇଲ ଟାୱାର ସ୍ଥାପନ କରାଯିବ ବୋଲି ଆଶ୍ୱାସନା ଦେବା ସହ ଟାୱାର ସ୍ଥାପନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ସହ ଡ଼ ସମ୍ବିତ ପାତ୍ରଙ୍କୁ ବାଣ୍ଠପୁରରେ ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ସମସ୍ତ ପ୍ରକାରର ସୁବିଧା ବିଭାଗ ତରଫରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ପୁରୀ ଲୋକସଭାବାସୀଙ୍କ ସୁବିଧା ଅସୁବିଧା ବିଷୟକୁ ନେଇ ସଦା ଦିଲ୍ଲୀ ଦରବାରରେ ଉପସ୍ଥାପନ କରୁଛନ୍ତି ଡ଼. ସମ୍ବିତ ପାତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Requested the Union Minister to install mobile network in Banthpur village of Nayagarh district | Argus News