ହୋଇଯାଆନ୍ତୁ ସତର୍କ ! ତରଭୁଜରେ ମିଶୁଛି କେମିକାଲ ରଙ୍ଗ

ଅର୍ଗସ ବ୍ୟୁରୋ : ବଢୁଛି ତାତି ଅସହ୍ୟ ହେଉଛି ଗ୍ରୀଷ୍ମପ୍ରବାହ । ସକାଳ ୧୦ଟା ପରେ ଘରୁ ଗୋଡ଼ କାଢିବାକୁ ଡରୁଛନ୍ତି ରାଜଧାନୀବାସୀ । ଏଭଳି ସ୍ଥିତିରେ ସ୍ମାର୍ଟ୍ ସିଟି ରାସ୍ତା କଡରେ ଦେଖିବାକି ମିଳୁଛି ତରଭୁଜର ପସରା । ବାଇକ ଯାତ୍ରୀ ହେଉ ଅବା କାର ଯାତ୍ରୀ କ୍ଷଣେ ଅଟକି ତରଭୁଜ ଖାଇ ନିଜର ତୃଷ୍ଣା ମେଣ୍ଟାଇ ଥାଆନ୍ତି । ତେବେ ତରଭୁଜ ନାଁରେ ବିଷ ଖାଉଛନ୍ତି ବୋଲି ଜାଣିଛନ୍ତି କି ? ଆରସେନିକ, ଫସଫରସ, କାଲସିଅମ କାର୍ବାଇଡ୍ ଭଳି କେମିକାଲକୁ ତରଭୁଜ ସମେତ ଆମ୍ବ, ସପୁରୀ ପଣସ ଭଳି ଫଳ ଗୁଡ଼ିକରେ ପ୍ରୟୋଗ କରାଯାଇ ବିକ୍ରି କରାଯାଉଛି ।
ଏଗୁଡ଼ିକ ମଣିଷ ଶରୀରକୁ ପ୍ରବେଶ କଲେ ଝାଡ଼ାବାନ୍ତି ଠାରୁ ଆରମ୍ଭ କରି ଫିଡ୍ସ, ଶ୍ଵାସ ଜନିତ ସମସ୍ୟା ଦେଖାଦେଇଥାଏ । ତେଣୁ ଯଥା ସମ୍ଭବ ଏହି ଅପମିଶ୍ରିତ ଫଳ ଖାଇବାରୁ ନିଜକୁ ଦୂରେଇ ରଖିବାକୁ ସ୍ଵାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । କିଛି ଲାଭ ଆଶାରେ ମଣିଷ ଜୀବନ ସହ ଖେଳୁଛି ଖୋଦ ମଣିଷ। କେବଳ ଗୋଟିଏ ଦୁଇଟି ସ୍ଥାନରେ ନୁହେଁ ରାଜଧାନୀର ବିଭିନ୍ନ ଗଳି କନ୍ଦିରେ ଖୋଲିଥିବା ଫଳ ଦୋକାନରେ ଏପରି ଅପମିଶ୍ରଣ କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଖୁଲମଖୁଲା ଖାଦ୍ୟ ଗୁଣବତ୍ତା ଓ ନିରାପତ୍ତା ନିୟମର ଉଲ୍ଲଙ୍ଘନ କରାଯାଉଥିବା ବେଳେ ବିଏମସିର ଏନଫୋର୍ସମେଣ୍ଟ ଟିମ ହାତ ବାନ୍ଧି ବସିଛି। ଖାଦ୍ୟ ଅପମିଶ୍ରଣ ରୋକିବାକୁ ହୋଟେଲ ମାନଙ୍କରେ ଚଢାଉ କରାଯାଉଥିବା ବେଳେ ଫଳ, ପନିପରିବା ଦୋକାନରେ ମଧ୍ୟ ଚଢ଼ାଉ କରାଯାଇ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି ଗ୍ରାହକ। ରାଜଧାନୀର ଛକ ବଜାରରେ ଫଳ ପନିପରିବା ନାଁରେ ବିଷର ପସରା ମେଲାଇ ଥିବା ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ତାକୁ ଅପେକ୍ଷା ।
