Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାଲେଶ୍ୱର ବଢୁଛି ଡକାୟତି, ସିସିଟିଭିରେ କଏଦ ହେଲା ଦୃଶ୍ୟ

Odisha

ବାଲେଶ୍ୱର ବଢୁଛି ଡକାୟତି, ସିସିଟିଭିରେ କଏଦ ହେଲା ଦୃଶ୍ୟ

Jitendra Dash
Browse all articles by Jitendra Dash
·2 years ago·1 min read
ବାଲେଶ୍ୱର ବଢୁଛି ଡକାୟତି, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଅର୍ଗସ ବ୍ୟୁରୋ : ଦିନ ଆଲୋକରେ ବାଇକ ଝାମ୍ପି ନେଲେ ଡ଼କାୟତ । ସିସିଟିଭି ଫୁଟେଜରେ କଏଦ ହେଲା ଦୃଶ୍ୟ । ବାଲେଶ୍ୱର ଭୋଗରାଇରେ ଘଟିଛି ଘଟଣା । ଭୋଗରାଇ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ସମୁଖରୁ ଏକ ବାଇକକୁ ଝାମ୍ପି ନେଇଛନ୍ତି ଦୁଇ ଜଣ ଡ଼କାୟତ । କୀର୍ତିକା ଲାଇକ ଷ୍ଟାଇଲ ନାମକ ଏକ ଘରେଇ କପଡା ଦୋକାନୀ ନିଜ ଦୋକାନରେ ପୂଜାର୍ଚ୍ଚନା କରୁଥିବା ବେଳେ ଦୁଇ ଜଣ ଆସି ତାଙ୍କ ବାଇକକୁ ଚୋରି କରିଥିବା ଜଣାପଢ଼ିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ସେହି ପରି  ଚନ୍ଦନେଶ୍ବର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟଙ୍କ ଘରୁ ବିଳମ୍ବିତ ରାତିରେ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସାମଗ୍ରୀ ଚୋରି ହୋଇଛି । ବାଡ଼ସରିସା ଗ୍ରାମରେ ରହୁଥିଲେ ଫାର୍ମାସିଷ୍ଟ ଭଞ୍ଜକିଶୋର ଜେନା । ତାଙ୍କ ଘରେ ମଧ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଲୁଟିଛନ୍ତି ଚୋର । ଉଭୟ ଘଟଣାକୁ ନେଇ ପୋଲିସର ଛାନଭିନ ଆରମ୍ଭ । ତେବେ କିଛି ଦିନ ଧରି ଭୋଗରାଇର ବିଭିନ୍ନ ଅଞ୍ଚଳରେରେ ଛିନତାଇ, ରାହାଜାନୀ, ଚୋରି ଦିନକୁ ଦିନ ବଢି ବଢ଼ି ଚାଲିଥିବା ବେଳେ ଆଜିର ଏହି ଘଟଣା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Robberies on the rise in balasore, caught on CCTV | Argus News