Videos
|
Odisha

ପୋଲିସ ଡ୍ରେସ୍ ପିନ୍ଧି ଡକାୟତି, ୩ଜଣ ଅଟକ ,୪ଜଣ ଫେରାର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ପୋଲିସ ଡ୍ରେସ୍ ପିନ୍ଧି ଡକାୟତି, ୩ଜଣ ଅଟକ ,୪ଜଣ ଫେରାର

ଅର୍ଗସ ବ୍ୟୁରୋ : ପୋଲିସ ଡ୍ରେସ୍ ପିନ୍ଧି ଡକାୟତି କରିବା ମହଙ୍ଗା ପଡିଲା। ଡକାୟତି କରି ଫେରାର ମାରୁଥିବା ବେଳେ ୩ ଜଣଙ୍କୁ କାବୁ କରି ଫାଣ୍ଡିରେ ଜିମା ଦେଲେ ଗ୍ରାମବାସୀ ଓ ଘଟଣାସ୍ଥଳରୁ ୪ ଜଣ ଫେରାର ହୋଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକ ର ଦେଢ଼ସୁଲି ପଞ୍ଚାୟତର  ରୁବେନ ଗ୍ରାମର ରୀପା ମାଝୀ ଙ୍କ ଘରୁ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ଡକାୟତ କରି ନେଇଥିବା ମୋହନଗିରୀ ଫାଣ୍ଡିରେ ଅଭିଯୋଗ କରିଛନ୍ତି ପରିବାର ଲୋକେ।।

ଅଧିକ ପଢନ୍ତୁ ଓଡିଶା ଖବର

ମୋହନଗିରୀ ଫାଣ୍ଡିରେ ୩ଜଣଙ୍କୁ ଅଟକ ରଖଛି ପୋଲିସ। ଅଟକ ୩ଜଣ ଡକାୟତ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ର ୨୮ବର୍ଷୀୟ ପିଣ୍ଟୁ ସେଠୀ,୨୮ବର୍ଷୀୟ ଆଶିଷ ଦିଗାଲ ଓ ଅନ୍ୟ ଜଣେ ହେଲା ପକାରି ଗାଁର ୩୨ବର୍ଷୀୟ ସୁଧାକର ବଳିୟାରସିଂ ବୋଲି ପୋଲିସ ସୂଚନା ଦେଇଛି। ଅଟକ ୩ଜଣଙ୍କୁ ଏମ୍ ରାମପୁର ଥାନାକୁ ଆଣି ପୋଲିସ ଅଧିକ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି।  I

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: