Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟସ୍ତରୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ରୋହିତଙ୍କୁ ସ୍ବର୍ଣ୍ଣ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରାଜ୍ୟସ୍ତରୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ରୋହିତଙ୍କୁ ସ୍ବର୍ଣ୍ଣ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରାଇରଙ୍ଗପୁର ଆଇଟିଆଇର ପ୍ରଶିକ୍ଷକ ରୋହିତ ରାମ ରାଜ୍ୟସ୍ତରୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ଵର୍ଣ୍ଣପଦକ ଜିଣିଛନ୍ତି। ଓଡ଼ିଶା ପାୱାର ଲିଫଟିଂ ଆସୋସିଏସନ ପକ୍ଷରୁ ଆୟୋଜିତ ଓଡ଼ିଶା ଷ୍ଟେଟ ବେଞ୍ଚପ୍ରେସ୍ ଚାମ୍ପିଅନସିପ୍-୨୦୨୪ର  ୧୨୦ କେଜି ବର୍ଗରେ ୯୫ କେଜି ଭାରୋତ୍ତଳନ କରି ଶ୍ରୀ ରାମ ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି। ଏନେଇ ସ୍ଥାନୀୟଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସ୍ଥାନୀୟ ଇଚିଣ୍ଡାର ବିଜୟ ରାମ ଓ ସଞ୍ଜୁଦେବୀଙ୍କ ସୁପୁତ୍ର ରୋହିତ ପିଲାଟି ବେଳୁ ଖେଳ କସରତ ପ୍ରତି ଆଗ୍ରହୀଥିଲେ | 

ଅଧିକ ପଢନ୍ତୁ ଓଡିଶା ଖବର

ଗତ କିଛି ବର୍ଷ ଧରି ପାୱାର ଲିଫ୍‌ଟିଂ ଖେଳରେ ମନୋନିବେଶ କରି ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ।ଏଥିପାଇଁ ରୋହିତ ସ୍ଥାନୀୟ ଡାଉନଟାଉନ ଫିଟନେସ କ୍ଲବରେ ନିୟମିତ କଠିନ ଅଭ୍ୟାସ ଜାରି ରଖିଥିଲେ। ରାଇରଙ୍ଗପୁର ଆଇଟିଆଇ ବୈଦ୍ୟୁତିକ ଟ୍ରେଡର ଜଣେ ଆଦର୍ଶ ଓ ନିଷ୍ଠାପର ପ୍ରଶିକ୍ଷକ ଭାବେ ପରିଚିତ ରୋହିତଙ୍କ ଉଲ୍ଲେଖନୀୟ ସଫଳତାରେ ସମସ୍ତେ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rohit wins gold in state weightlifting competition | Argus News