Videos
|
Odisha

ମୃତ ଯବାନ ହେଉଛନ୍ତି ଜାମ୍ମୁ ଅଞ୍ଚଳର ସାହିଲ କୁମାର, ମୃତ୍ୟୁର କାରଣ ଅସ୍ପଷ୍ଟ

Jitendra Dash
Browse all articles by Jitendra Dash
·2 years ago·1 min read
ମୃତ ଯବାନ ହେଉଛନ୍ତି ଜାମ୍ମୁ ଅଞ୍ଚଳର ସାହିଲ କୁମାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଅର୍ଗସ ବ୍ୟୁରୋ : ରାଉରକେଲା ସିଆଇଏସ୍‌ଏଫ୍‌ ବାରାକରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବିଶ୍ରା ଛକରେ ଥିବା ସିଆଇଏସ୍‌ଏଫ୍‌ ବାରାକ ପରିସରରୁ ମୃତଦେହ ଉଦ୍ଧାର । ମୃତ ଯବାନ ଜାମ୍ମୁ ଅଞ୍ଚଳର ସାହିଲ କୁମାର ବୋଲି ଜଣାପଡ଼ିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପ୍ଲାଣ୍ଟସାଇଡ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ସୂଚନା ଅନୁସାରେ,  ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଡ୍ୟୁଟି କରୁଥିଲେ ଯବାନ । ୨୦୧୨ରୁ ରାଉରକେଲାରେ ହୋଇଥିଲା ପୋଷ୍ଟିଂ । ଏପିରିକି ଆସନ୍ତା ମାସରେ  ଯବାନଙ୍କ ବିବାହ ହୋଇଥାନ୍ତି । ଏଥି ନିମନ୍ତେ ସେ ମଧ୍ୟ ଜାମ୍ମୁକାଶ୍ମୀର ଯାଇଥାନ୍ତି । କିନ୍ତୁ ଏବେ ତାଙ୍କର ମୃତଦେହ ମିଳିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

CISF ବାରେକ୍ ପଛପଟ ଜଙ୍ଗଲରୁ ତାଙ୍କର ଝୁଲନ୍ତା ମୃତଦେହ ଠାବ ହୋଇଛି । ସେପଟେ ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି । ଏପିରିକି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ମୃତ୍ୟୁ ନେଇ ସଠିକ୍‌ କାରଣ ଜଣାପଡିବ ବୋଲି ଆଶଙ୍କା କରାଯାଉଛି ।

Rourkela jawan suicide case | Argus News