Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାତ୍ର ୧ ଘଣ୍ଟା ୩୦ ମିନିଟ୍‌ରେ ରାଉରକେଲାରୁ କୋଲକାତା ଯାତ୍ରା

Jitendra Dash
Browse all articles by Jitendra Dash
·2 years ago
ମାତ୍ର ୧ ଘଣ୍ଟା ୩୦ ମିନିଟ୍‌ରେ ରାଉରକେଲାରୁ କୋଲକାତା ଯାତ୍ରା

ଅର୍ଗସ ବ୍ୟୁରୋ : ରାଉରକେଲାରୁ କୋଲାକାତାକୁ ଉଡ଼ିବ ବିମାନ । ସପ୍ତାହକୁ ୩ଦିନ ପାଇଁ ଚାଲିବ । ଏଥିପାଇଁ ରାଜ୍ୟ ସରକାର ଭିଜିଏଫ ଯୋଗାଇ ଦେଇଛନ୍ତି । ରାଜ୍ୟ ସରକାର ୩୫ଟି ଆସନ ପାଇଁ ଭିଜିଏଫ ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟ୍‌ରେ ରାଉରକେଲାରୁ କୋଲକାତା ଯାତ୍ରା କରିପାରିବେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହକୁ ୩ଦିନ ଏହି ଯାତ୍ରୀବାହୀ ବିମାନ ଉଡ଼ାଣ କରିବ । ରାଜ୍ୟ ସରକାର ୩୫ଟି ଆସନ ପାଇଁ ଏହି ଫଣ୍ଡିଂ ବ୍ୟବସ୍ଥା କରିଛନ୍ତି । ଯାହାର ପ୍ରାରମ୍ଭିକ ଭଡ଼ା ରହିଛି ୧୯୯୯ଟଙ୍କା । ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନ ଚଳାଚଳ କରିବ । ଏହି ବିମାନ ସେବା ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ସୃଷ୍ଟି ହୋଇପାରିବ ବୋଲି ସରକାର ଆଶାବାଦୀ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rourkela to Kolkata direct flight starts today | Argus News