Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ବିଗ୍ରହରେ ମାଲ୍ୟାର୍ପଣ କରି ତାଳଚେରରେ ପ୍ରଚାର ଆରମ୍ଭ କଲେ ରୁଦ୍ର ପାଣି

Odisha

ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ବିଗ୍ରହରେ ମାଲ୍ୟାର୍ପଣ କରି ତାଳଚେରରେ ପ୍ରଚାର ଆରମ୍ଭ କଲେ ରୁଦ୍ର ପାଣି

Jitendra Dash
Browse all articles by Jitendra Dash
·2 years ago·1 min read
ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ବିଗ୍ରହରେ ମାଲ୍ୟାର୍ପଣ କରି ତାଳଚେରରେ ପ୍ରଚାର ଆରମ୍ଭ କଲେ ରୁଦ୍ର ପାଣି

ଅର୍ଗସ ବ୍ୟୁରୋ : ପ୍ରାକ୍ତନ ସାଂସଦ ତଥା ବିଜେପିର ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆଜି ଗୁରୁବାର ଅପରାହ୍ଣରେ ତାଳଚେର ଗସ୍ତ କରିଛନ୍ତି । ଗୋଡିବନ୍ଧ ଛକରେ ବିଜେପିର ତାଳଚେର ବିଧାନସଭା ପ୍ରାର୍ଥୀ କାଳନ୍ଦି ସାମଲ ଉପସ୍ଥିତ ରହି ଶ୍ରୀ ପାଣିଙ୍କୁ ସ୍ୱାଗତ କରିଥିଲେ । ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନ ସରସ୍ୱତୀଙ୍କର ପୌତୃକ ଗ୍ରାମ ଗୁରୁଜାଙ୍ଗରେ ପହଞ୍ଚି ସେଠାରେ ସ୍ୱାମୀଜୀଙ୍କର ବିଗ୍ରହରେ ଉଭୟ ନେତା ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରି ପ୍ରଚାର ଆରମ୍ଭ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗୁରୁଜାଙ୍ଗ ଗ୍ରାମରେ ହନୁମାନ ମନ୍ଦିର, ମା ତାରିଣୀ ମନ୍ଦିରରେ ଉଭୟ ନେତା ଦର୍ଶନ କରିଥିଲେ । ଗୁରୁଜାଙ୍ଗ, ଗୋଡବନ୍ଧ ଚକ,କଣ୍ଢାଳ ଛକ, ବାଲୁଙ୍ଗା ଗ୍ରାମରେ ଦେଉଳବେଡା ଠାରେ ଉଭୟଙ୍କୁ ଶତାଧିକ ଜନସାଧାରଣ ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେଇଥିଲେ । ଦେଉଳବେଡା ବିଏମଏସ କାର୍ଯ୍ୟାଳୟରେ ଶ୍ରମିକ ନେତା ମାନେ ଉପସ୍ଥିତ ରହି ଉଭୟ ନେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rudra Pani started campaigning from today | Argus News