୨୪ ବର୍ଷର ସରକାରର ଦୁର୍ନୀତି ବିରୋଧରେ ଗର୍ଜନ

ଅର୍ଗସ ବ୍ୟୁରୋ : ସମ୍ବଲପୁରରେ ଜୋର ଧରିଛି ଦୁର୍ନୀତି ବିରୋଧୀ ଅଭିଯାନ । ରାଜ୍ୟ ପ୍ରଶାସନିକ କଳରେ ବଢ଼ିଚାଲିଥିବା ଭ୍ରଷ୍ଟାଚାର, ପ୍ରିୟାପ୍ରୀତି ତୋଷଣ, ଅଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଗର୍ଜନ କରିଛି ବିଜେପି । ଜନଆକ୍ରୋଶ ସମାବେଶ କରି ଜୋରଦାର ପ୍ରତିବାଦ କରାଯାଇଛି । ସହରର ବାଲିବନ୍ଧା ଓ ଲକ୍ଷ୍ମୀଟକିଜ ଛକରୁ ହଜାର ହଜାର ବିଜେପି କର୍ମୀ ବିରାଟ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ ଅଫିସ୍ ଘେରାଉ କରିଛନ୍ତି । ଦାବି ପୂରଣ ପାଇଁ ନେତାମାନେ ସ୍ବର ଉଠାଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୧୦ ବର୍ଷରୁ ଅଧିକ ହେବ ସମ୍ବଲପୁର ମହାନଗର ନିଗମର ନିର୍ବାଚନ କରାଯାଉନାହିଁ । ମହାନଗର ନିଗମରେ ସଫେଇ କାର୍ଯ୍ୟ ତ୍ବରାନ୍ବିତ କରିବା, ପ୍ରକୃତ ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣ, ସ୍ତ୍ରିଟ ଲାଇଟ୍, ଜନଗହଳି ପୂର୍ଣ୍ଣ ସ୍ଥାନରେ ଶୌଚାଳୟର ବ୍ୟବସ୍ଥା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସହ ବ୍ୟବସାୟୀ ଙ୍କ ଉପାରେ ଲଦା ଯାଇଥିବା ଟ୍ରେଡ୍ ଲାଇସେନ୍ସ ଫିର ଅହେତୁକ ବୃଦ୍ଧି ରୋକିବାକୁ ଦାବି କରିଛି ବିଜେପି ।
ଗତ ୯ ବର୍ଷରେ ବିଭିନ୍ନ ବିକାଶ ମୂଳକ ଯୋଜନାରେ ଓଡ଼ିଶାକୁ ୧୮ ଲକ୍ଷ ୮୩ ହଜାର କୋଟିରୁ ଅଧିକ ଟଙ୍କା ଦେଇଛନ୍ତି ମୋଦି ସରକାର । ବିଜେପି ଅଭିଯୋଗ କରିଛି ଭ୍ରଷ୍ଟାଚାରୀ ବିଜେଡି ସରକାର କେନ୍ଦ୍ରୀୟ ଯୋଜନାର ହରିଲୁଟ୍ କରି ବିକାଶରେ ବାଧକ ସାଜିଛି । ଓଡିଶାରେ ୫୦ ପ୍ରତିଶତ ପିସି ସରକାର ଚାଲିଛି । ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ପାନୀୟ ଜଳ ଯୋଗାଣ ଯୋଜନାରେ ଓଡିଶାକୁ କେନ୍ଦ୍ର ଦେଇଥିବା ୧୫ ହଜାର କୋଟି ଟଙ୍କା ଲୁଟିଛନ୍ତି ଅଫିସର ଓ ବିଜେଡି ନେତା ।