Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଅଧିକ ଟଙ୍କା ପାଇବା ଲୋଭରେ ଠକାମିର ଶିକାର ହେଲେ

Odisha

ଅଧିକ ଟଙ୍କା ପାଇବା ଲୋଭରେ ଠକାମିର ଶିକାର ହେଲେ

Jitendra Dash
Browse all articles by Jitendra Dash
·2 years ago·1 min read
ଅଧିକ ଟଙ୍କା ପାଇବା ଲୋଭରେ ଠକାମିର ଶିକାର ହେଲେ

ଅର୍ଗସ ବ୍ୟୁରୋ : ସାଇବର ଲୁଟେରା ଗିରଫ । ଅଧିକ ଟଙ୍କା ପାଇବା ଲୋଭରେ ଠକାମିର ଶିକାର ହୋଇଥିଲେ ବଣିଆ ପଞ୍ଚାୟତର ନାରାୟଣ ସେଠୀ । ଫୋନ କଲରେ ଜଣେ ଯୁବକ ୫ ଲକ୍ଷ ଟଙ୍କା ଦେଲେ ୪ ଥରରେ ୨୦ ଲକ୍ଷ ଟଙ୍କା ଫେରାଇବା ନେଇ ନାରାୟଣଙ୍କୁ ଲୋଭ ଦେଖାଇଥିଲେ । ନାରାୟଣ ମଧ୍ୟ ୫ ଲକ୍ଷ ଟଙ୍କା ଦେଇଥିଲେ । ତେବେ ଠକାମି ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ।

ପରେ ଯେଉଁ ବ୍ୟକ୍ତି ଫୋନ କରିଥିଲେ ଦୁଇ ଜଣ ଯୁବକ ନାରାୟଣଙ୍କୁ ଭେଟି ତାଙ୍କ ପାଖରୁ ୫ ଲକ୍ଷ ଟଙ୍କା ନେଇ ଗୋଟେ ବାକ୍ସ ଦେଇ ଏଥିରେ ୨୦ ଲକ୍ଷ ଟଙ୍କା ଅଛି ବୋଲି କହି ପଲାଇ ଯାଇଥିଲେ । ପରେ ନାରାୟଣ ଏହି ବାକ୍ସଟି ଚାବି ଲାଗିଥିବା ଦେଖି ଫୋନ ଫୋନ ବନ୍ଦ ଥିବା ବେଳେ ବାକ୍ସକୁ ଖୋଲି ଦେଖିବାରୁ ଏଥିରୁ କିଛି ୧୦୦ ଟଙ୍କିଆ ରହିଥିଲା ଆଉ ବାକ୍ସଟି ସମ୍ପୂର୍ଣ୍ଣ ବାଲି ଗୋଡ଼ିରେ ଭର୍ତ୍ତି ଥିଲା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ଏସବୁ ଦେଖି ଗତ ୨୨ ତାରିଖ ଦିନ ଭଦ୍ରକ ସାବରଙ୍ଗ ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ନେଇ ପୋଲିସ ତଦନ୍ତ କରି ଏହି ସ୍କାମରେ ସମ୍ପୃକ୍ତ ଥିବା ଦୋଳସାହି ଜିତାନଗା ଅଞ୍ଚଳର ବୁଲୁ ପତି ଓ କଟକ ମାହାଙ୍ଗା ଥାନା କାଉଡାଖୋଳ ଅଞ୍ଚଳର ପ୍ରିୟରଞ୍ଜନ ନାୟକ ନାମକ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଥିଲା । ତାଙ୍କ ପାଖରୁ ନଗଦ ୨ ଲକ୍ଷ ୨୦ ହଜାର ଟଙ୍କା, ୪ ଟି ମୋବାଇଲ ଓ ଗୋଟିଏ ସ୍କୁଟି ଜବତ କରିବା ସହ ଆଜି କୋର୍ଟ ଚାଲାଣ କରିଛି ସାବରଙ୍ଗ ପୋଲିସ ।

Painting
Sponsored
sabarang police arrested cyber lootera | Argus News