ଗାଡ଼ି ଧକ୍କାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀ ଜୀବନ
·2 years ago

ଅର୍ଗସ ବ୍ୟୁରୋ : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ । ୪ ବର୍ଷର ଶିଶୁ ପୁତ୍ର ମଧ୍ୟ ଗୁରୁତର । ସ୍ଥାନୀୟ ଲୋକେ ଉଦ୍ଧାରକରି ମେଡିକାଲକୁ ପଠାଇଥିଲେ । ଘଟଣା ଘଟିଛି କଟକ ସାଲେପୁର ରାସ୍ତାର କାଜିବଜାର ନିକଟରେ । ମୃତକ ହେଲେ ସାଲେପୁର ବ୍ଳକ ପୁରଣ ଗ୍ରାମର ଅନିରୁଦ୍ଧ ଜେନା ଓ ପତ୍ନୀ ରିତାଲି ଜେନା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ମୁତାବକ ବାଇକ ଯୋଗେ ଶଶୁର ଘର ସାକ୍ଷୀଗୋପାଳକୁ ଯାଇଥିଲେ । ସାକ୍ଷୀଗୋପାଳରୁ ରାଧାପାଦ ଦର୍ଶନସାରି ନିଜ ଗାଁକୁ ଫେରୁଥିବାବେଳେ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସ୍ୱାମୀ-ସ୍ତ୍ରୀ ମୃତ୍ୟୁ ଘଟିଥିଲା । ଏବଂ ଘଟଣା ସ୍ଥଳରୁ ମଧ୍ୟ ଗାଡି ଫେରାର ହୋଇଯାଇଥିଲା । ଘଟଣା ସ୍ଥଳରେ ଜଗତପୁର ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଥିବା ନେଇ ପୋଲିସ ସୂଚନା ଦେଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: