Videos
|
Odisha

Salia Sahi Eviction Drive / ଦ୍ଵିତୀୟ ଦିନରେ ବି ସାଲିଆ ସାହିରେ ବୁଲିଲା ବୁଲଡୋଜର, ମାଟିରେ ମିଶିଲା ଘର

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଦ୍ଵିତୀୟ ଦିନରେ ବି ସାଲିଆ ସାହିରେ ବୁଲିଲା ବୁଲଡୋଜର, ମାଟିରେ ମିଶିଲା ଘର

Key Points

ବସ୍ତି, ବିସ୍ଥାପନ ଓ ବୁଲଡୋଜର
ଦ୍ଵିତୀୟ ଦିନରେ ବି ବୁଲିଲା ବୁଲଡୋଜର
ମାଟିରେ ମିଶିଲା ଘର
ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବେ ଉଚ୍ଛେଦ ହୋଇଛି ସାଲିଆ ସାହିର କିଛି ଅଞ୍ଚଳ । ଏକାମ୍ର କାନନରୁ ଅନ୍ଧାରୁଆ ପାଖାପାଖି ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ବିଏମ୍‌ସି ଓ ବିଡିଏ ଏହି ଉଚ୍ଛେଦ କରୁଛି । ପୂର୍ବରୁ ମଧ୍ୟ ଉଛେଦ କରିଥିଲା ବିଡିଏ ଓ ବିଏମସିର ମିଳିତ ଟିମ୍‌ । କାଲିଠାରୁ ଆରମ୍ଭ ହୋଇ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକି ଥିବା ଘର ଉଚ୍ଛେଦ କରିବେ । ସେପଟେ ଏହି ଉଚ୍ଛେଦକୁ ବିରୋଧ କରିଛନ୍ତି ସାଲିଆ ସାହି ବାସିନ୍ଦା ।

ଗତକାଲି ଘର ଭାଙ୍ଗିବା ପରେ ଖୋଲା ପଡ଼ିଆରେ ମୁଣ୍ଡ ଉପରେ ଜରି ପାଲ ଟାଣି ରହିଛନ୍ତି କିଛି ବାସିନ୍ଦା । ଖୋଲା ପଡ଼ିଆରେ ମୁଣ୍ଡ ଗୁଞ୍ଜିବା ପାଇଁ ବାଉଁଶ ପୋତି ଜରି ପାଲ ଟାଣୁଛନ୍ତି । ଗତକାଲିଠୁ କିଛି ସାଲିଆ ସାହି ବାସିନ୍ଦା ନିଜ ଘର ଭଙ୍ଗା ଯିବା ପରେ ଖୋଲା ଆକାଶ ତଳେ ଜରିପାଲ ଟାଣି ନିଜର ଆସବାବପତ୍ର ରଖି ରାତି କାଟିଛନ୍ତି । ଯେଉଁ ଘର ବିଏମ୍‌ସି ଯୋଗାଇ ଦେଇଛି ସେହି ଘରେ ରହିବା ସମ୍ଭବ ନୁହେଁ ବୋଲି ଅଭିଯୋଗ କରିଛନ୍ତି ଘର ହରାଇଥିବା ବସ୍ତି ବାସିନ୍ଦା ।

ଅଧିକ ପଢ଼ନ୍ତୁ: ଚିପ୍ସ୍ ନେଇଗଲା ୪ ବର୍ଷ ଶିଶୁର ଜୀବନ

ସେପଟେ ସାଲିଆ ସାହି ଉଚ୍ଛେଦ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ଯାହା ହେଉଛି ନିୟମ ଅନୁଯାୟୀ ହେଉଛି ।

ସାଇମନ୍ଦିର ରୁ ଏକାମ୍ରକାନନ ପର୍ଯ୍ୟନ୍ତ ୧୩ କିଲୋମିଟର ଦୁଇଶହ ଫୁଟିଆ ରାସ୍ତା ନିର୍ମାଣ ନେଇ ଯୋଜନା ହୋଇଥିଲା। ଏବେ ସାଲିଆ ସାହି ରାସ୍ତା ଦେଇ ୧ କିଲୋମିଟର ଉଚ୍ଛେଦ ବାକି ରହିଥିଲା । ସାଲିଆ ସାହି ଭିତରେ ଏକ କିଲୋମିଟର ରାସ୍ତା ଉଚ୍ଛେଦ ହୋଇଗଲେ ଯୋଗଯୋଗର ବାଟ ଫିଟିବା ସହିତ ଟ୍ରାଫିକ ଯନ୍ତ୍ରଣା ବି କମିବ ।

ତେବେ ମଙ୍ଗଳବାର ସାଲିଆ ସାହି ଉଚ୍ଛେଦ ବେଳେ ମିଳିଥିଲା ଆଧାର କାର୍ଡର ଭଣ୍ଡାର । ଆନ୍ଦୋଳନ ଚାଲିଥିବା ଘରୁ ମିଳିଥିଲା ପୁଳା ପୁଳା ଆଧାର କାର୍ଡ । ଏସବୁ ଆଧାର କାର୍ଡ ମିଳିବା ପରେ ପୋଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି । ତେବେ କାହାର ଏସବୁ ଆଧାର କାର୍ଡ ତାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି । ଯେଉଁ ଘରୁ ବାହାରିଛି ସେ ଲୋକଙ୍କୁ ଡାକି ପୋଲିସ୍‌ ପଚରା ଉଚରା କରିବ ।

ତେବେ କାହିଁକି ଏତେ ପରିମାଣର ଆଧାର କାର୍ଡ ଘରେ ରଖିଥିଲେ ତାକୁ ନେଇ ପୋଲିସ୍‌ ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଆଜି ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ ବେଳେ ଏହାକୁ ବିରୋଧ କରି ରାସ୍ତାରେ ବସିଥିଲେ ବସ୍ତି ବାସିନ୍ଦା । ବିକ୍ଷୋଭ ସ୍ଥାନରୁ ପ୍ରାୟ ୩୦ ଜଣଙ୍କୁ ପୋଲିସ୍‌ ଅଟକ ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Bulldozer Returns to Salia Sahi: Eviction for Parallel Road | Argus News