Saliasahi Demolition Drive / ଉଚ୍ଛେଦ ବେଳେ ସାଲିଆସାହିରୁ ମିଳିଲା ପୁଳା ପୁଳା ଆଧାର କାର୍ଡ, ତଦନ୍ତ କରୁଛି ପୋଲିସ୍
·7 months ago·2 min read

Key Points
ସାଲିଆସାହି ଉଚ୍ଛେଦ ବେଳେ ମିଳିଲା ଆଧାର କାର୍ଡର ଭଣ୍ଡାର । ଆନ୍ଦୋଳନ ଚାଲିଥିବା ଘରୁ ମିଳିଲା ପୁଳାପୁଳା ଆଧାର କାର୍ଡ । ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଲେ ବସ୍ତି ବାସିନ୍ଦା ।
ଭୁବନେଶ୍ବର ସାଲିଆ ସାହିରେ ଚାଲିଛି ବଡ଼ ଧରଣର ଉଚ୍ଛେଦ । କଡ଼ା ସୁରକ୍ଷା ଭିତରେ ଚାଲିଛି ଜବରଦଖଲ ଉଚ୍ଛେଦ । ବୁଲଡୋଜର ଚଢାଇ ଭଙ୍ଗା ଯାଉଛି ବସ୍ତି ବାସିନ୍ଦାଙ୍କ ଘର । ଆଜି ସକାଳୁ ସକାଳୁ ସାଲିଆ ସାହିରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ । ସାମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ନିଆଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ଘଟଣା ସ୍ଥଳରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । DCP ରାଙ୍କର ଅଧିକାରୀ ଏବଂ ଜୋନ୍ ଏସିପି, ୫ଟି ଥାନାର ଥାନା ଅଧିକାରୀ ନିୟୋଜିତ ରହିଛନ୍ତି । ଗୋଟିଏ ପରେ ଗୋଟିଏ ଘର ଭାଙ୍ଗି ଚାଲିଛି ବୁଲଡୋଜର । ଆଉ ଆଖି ଆଗରେ ମାଟିରେ ମିଶୁଛି ସେଠାରେ ରହୁଥିବା ଲୋକଙ୍କ ଘର ।
ସବୁଠୁ ବଡ଼ କଥା ହେଉଛି ସାଲିଆ ସାହି ଉଚ୍ଛେଦ ବେଳେ ମିଳିଲା ଆଧାରକାର୍ଡର ଭଣ୍ଡାର । ଆନ୍ଦୋଳନ ଚାଲିଥିବା ଘରୁ ମିଳିଲା ପୁଳା ପୁଳା ଆଧାର କାର୍ଡ । ଏସବୁ ଆଧାର କାର୍ଡ ମିଳିବା ପରେ ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି । ତେବେ କାହାର ଏସବୁ ଆଧାର କାର୍ଡ ତାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି । ଯେଉଁ ଘରୁ ବାହାରିଛି ସେ ଲୋକଙ୍କୁ ଡାକି ପୋଲିସ୍ ପଚରା ଉଚରା କରିବ ।
ଆଜି ସକାଳୁ ସକାଳୁ ସାଲିଆ ସାହିରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ । ଗୋଟିଏ ପରେ ଗୋଟିଏ ଘର ଭାଙ୍ଗି ଚାଲିଛି ବୁଲଡୋଜର । ଆଖି ଆଗରେ ମାଟିରେ ମିଶୁଛି ଜବରଦଖଲ କରି ରଖିଥିବା ଲୋକଙ୍କ ଘର । ଏକାମ୍ରକାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ କରାଯାଉଛି । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକିଥିବା ଆଉ ପାଖାପାଖି ୫୫୬ ଘର ଉଚ୍ଛେଦ କରାଯିବ । ଏହି ଉଚ୍ଛେଦରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ସହ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ମୁତୟନ ହୋଇଛନ୍ତି ।
ତେବେ ଏହି ଉଚ୍ଛେଦ ବେଳେ ମିଳିଲା ବସ୍ତା ବସ୍ତା ଆଧାର କାର୍ଡ । ଏତେ ସଂଖ୍ୟକ ଆଧାର କାର୍ଡ ଗୋଟିଏ ଘର ଭିତରୁ ବାହାରିବା ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କିଏ, କାହିଁକି ଆଉ କେଉଁ ଉଦ୍ଦ୍ୟେଶରେ ଏହି ଆଧାର କାର୍ଡ ରଖା ଯାଇଥିଲା? ତାକୁ ନେଇ ପ୍ରଶ୍ନ ଉଠିଛି ।
ସବୁଠୁ ବଡ଼ କଥା ହେଉଛି ସାଲିଆ ସାହି ଉଚ୍ଛେଦ ବେଳେ ମିଳିଲା ଆଧାରକାର୍ଡର ଭଣ୍ଡାର । ଆନ୍ଦୋଳନ ଚାଲିଥିବା ଘରୁ ମିଳିଲା ପୁଳା ପୁଳା ଆଧାର କାର୍ଡ । ଏସବୁ ଆଧାର କାର୍ଡ ମିଳିବା ପରେ ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି । ତେବେ କାହାର ଏସବୁ ଆଧାର କାର୍ଡ ତାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି । ଯେଉଁ ଘରୁ ବାହାରିଛି ସେ ଲୋକଙ୍କୁ ଡାକି ପୋଲିସ୍ ପଚରା ଉଚରା କରିବ ।
ଅଧିକ ପଢ଼ନ୍ତୁ: ଅଫିସରଙ୍କୁ ତାଗିଦ୍ ! 'ଦୁର୍ନୀତି କରି ସରକାରଙ୍କୁ ବଦ୍ନାମ କରନାହିଁ, ବରଦାସ୍ତ କରାଯିବନି'
ତେବେ କାହିଁକି ଏତେ ପରିମାଣର ଆଧାର କାର୍ଡ ଘରେ ରଖିଥିଲେ ତାକୁ ନେଇ ପୋଲିସ୍ ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଆଜି ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ ବେଳେ ଏହାକୁ ବିରୋଧ କରି ରାସ୍ତାରେ ବସିଥିଲେ ବସ୍ତି ବାସିନ୍ଦା । ବିକ୍ଷୋଭ ସ୍ଥାନରୁ ପ୍ରାୟ ୩୦ ଜଣଙ୍କୁ ପୋଲିସ୍ ଅଟକ ରଖିଛି ।ଆଜି ସକାଳୁ ସକାଳୁ ସାଲିଆ ସାହିରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ । ଗୋଟିଏ ପରେ ଗୋଟିଏ ଘର ଭାଙ୍ଗି ଚାଲିଛି ବୁଲଡୋଜର । ଆଖି ଆଗରେ ମାଟିରେ ମିଶୁଛି ଜବରଦଖଲ କରି ରଖିଥିବା ଲୋକଙ୍କ ଘର । ଏକାମ୍ରକାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ କରାଯାଉଛି । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକିଥିବା ଆଉ ପାଖାପାଖି ୫୫୬ ଘର ଉଚ୍ଛେଦ କରାଯିବ । ଏହି ଉଚ୍ଛେଦରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ସହ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ମୁତୟନ ହୋଇଛନ୍ତି ।
ତେବେ ଏହି ଉଚ୍ଛେଦ ବେଳେ ମିଳିଲା ବସ୍ତା ବସ୍ତା ଆଧାର କାର୍ଡ । ଏତେ ସଂଖ୍ୟକ ଆଧାର କାର୍ଡ ଗୋଟିଏ ଘର ଭିତରୁ ବାହାରିବା ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କିଏ, କାହିଁକି ଆଉ କେଉଁ ଉଦ୍ଦ୍ୟେଶରେ ଏହି ଆଧାର କାର୍ଡ ରଖା ଯାଇଥିଲା? ତାକୁ ନେଇ ପ୍ରଶ୍ନ ଉଠିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories