Videos
|
Odisha

Sambalpur Smart City / ସମ୍ବଲପୁର ସହର ଗଳିକନ୍ଦିରେ ଲାଗିବ AI କ୍ୟାମେରା; ଧର୍ମେନ୍ଦ୍ରଙ୍କ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଦେଲେ ସହରବାସୀ

Debashree Debasmita Sahoo
Browse all articles by Debashree Debasmita Sahoo
·58 mins ago·2 min read
ସମ୍ବଲପୁର ସହର ଗଳିକନ୍ଦିରେ ଲାଗିବ AI କ୍ୟାମେରା; ଧର୍ମେନ୍ଦ୍ରଙ୍କ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଦେଲେ ସହରବାସୀ
Sambalpur Smart City

Key Points

ସ୍ମାର୍ଟ ସହର ପାଲଟିବ ସମ୍ବଲପୁର
ଗଳିକନ୍ଦିରେ ଲାଗିବ ଏଆଇ କ୍ୟାମେରା
୧୦୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ
ଧର୍ମେନ୍ଦ୍ରଙ୍କ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଦେଲେ ସହରବାସୀ
ସମ୍ବଲପୁର ସହର ଗଳିକନ୍ଦିରେ ଲାଗିବ ଏଆଇ କ୍ୟାମେରା । ଛକ ମାନଙ୍କରେ ଲାଗିବ ଅତ୍ୟାଧୁନିକ ଟ୍ରାଫିକ ସିଷ୍ଟମ। ଏହା ସହ ବିବିନ୍ନ ଦିଗରେ ଏଆଇ କ୍ୟାମେରା ମନିଟରିଙ୍ଗ କରିବା ସହ ସ୍ମାଟ ସହର କରିବ । କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଳାୟ ପକ୍ଷରୁ ସମ୍ବଲପୁର କୁ ୧୦୩ କୋଟିର ପ୍ରକଳ୍ପ ଅନୁମୋଦନ ମିଲିଛି । ସେପଟେ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ ପାଇ ଡିପିଆର ପ୍ରସ୍ତୁତି ଚାଲିଥିବା ବେଳେ ୬ ମାସ ମଧ୍ୟରେ ଟେଣ୍ତର ପ୍ରକିୟା ଆରମ୍ଭ ହେବ ।

  • ସ୍ମାର୍ଟ ସିଟି ପାଲଟିବ ସମ୍ବଲପୁର
ସମ୍ବଲପୁର ସହରର ବିକାଶ ଧାରାରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସମ୍ବଲପୁର ମହାନଗର ନିଗମ ପାଇଁ ୧୦୩ କୋଟି ଟଙ୍କାର ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ୍ ସେଣ୍ଟର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ଜରିଆରେ ସହରର ଗଳିକନ୍ଦି ଏବଂ ପ୍ରମୁଖ ଛକମାନଙ୍କରେ ଅତ୍ୟାଧୁନିକ ଏଆଇ କ୍ୟାମେରା ଓ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରାଯିବ ।

  • ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମରେ ସହରର ସମସ୍ତ ବିଭାଗ
ସହରର ସମସ୍ତ ବିଭାଗ ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମରେ ସଂଯୋଗ ହୋଇପାରିବ । ଖରାପ ରାସ୍ତା, ଡ୍ରେନ୍ ସଫେଇ, ଷ୍ଟ୍ରିଟ୍ ଲାଇଟ୍, ବର୍ଜ୍ୟବସ୍ତୁ ସଂଗ୍ରହ, ପାର୍କ ଏବଂ ଶୌଚାଳୟ ଭଳି ବିଭିନ୍ନ ସମସ୍ୟା ଉପରେ ଶୀଘ୍ର ସମାଧାନର ବାଟ ବାହାରି ପାରିବ । ସେପଟେ ଦୁର୍ଘଟଣା, ଅଗ୍ନିକାଣ୍ଡ କିମ୍ବା ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିରେ ପୋଲିସ, ଦମକଳ ଏବଂ ଆମ୍ବୁଲାନ୍ସ ସେବା ମଧ୍ୟରେ ତୁରନ୍ତ ସମନ୍ୱୟ ରକ୍ଷା କରାଯାଇପାରିବ । ପର୍ବପର୍ବାଣି କିମ୍ବା ବଡ଼ କାର୍ଯ୍ୟକ୍ରମଗୁଡ଼ିକରେ ଟ୍ରାଫିକ୍ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଜିପିଏସ୍ ମାଧ୍ୟମରେ ନିୟନ୍ତ୍ରିତ କରାଯାଇପାରିବ ।

ପଢନ୍ତୁ ଏହି ଖବର: ସମ୍ବଲପୁରରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାଂସଦଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲ ବୈଠକ ଆୟୋଜିତ

  • ୬ ମାସରେ ଟେଣ୍ଡର ପ୍ରକ୍ରିୟା
ଏହି ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ଚାଲିଛି ଡିପିଆର । ଆଗାମୀ ୬ ମାସ ମଧ୍ୟରେ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସହରକୁ ସ୍ୱଚ୍ଛ, ସୌନ୍ଦର୍ଯ୍ୟ ଏବଂ ସ୍ମାର୍ଟ କରିବା ପାଇଁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା ଏବଂ କେନ୍ଦ୍ର ସରକାରଙ୍କ ଏହି ସହଯୋଗ ପାଇଁ ସହରବାସୀ ଧନ୍ୟବାଦ ଜଣାଇଛନ୍ତି । ଦିନକୁ ଦିନ ବୃଦ୍ଧି ପାଉଥିବା ସହରୀକରଣ ଏବଂ ସମନ୍ୱୟର ଅଭାବକୁ ଦୂର କରି ସମ୍ବଲପୁରକୁ ଏକ ଆଧୁନିକ ତଥା ସ୍ମାର୍ଟ ସହର ଭାବେ ପରିଣତ କରିବାରେ ଏହି ମେଗା ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାଜିବ ବୋଲି ଆଶା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: