Videos
|
Odisha

Sambalpur MP Dharmendra Pradhan / ସମ୍ବଲପୁରରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାଂସଦଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲ ବୈଠକ ଆୟୋଜିତ

Subhramjit Ray
Browse all articles by Subhramjit Ray
·1 hour ago·2 min read
ସମ୍ବଲପୁରରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାଂସଦଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲ ବୈଠକ ଆୟୋଜିତ
Sambalpur MP Dharmendra Pradhan

Key Points

ସମ୍ବଲପୁରରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ଭର୍ଚୁଆଲ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଯୋଗ ଦେଇ ସ୍ଥାନୀୟ ସାଂସଦ
ଏହି ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ମିଳିମିଶି କାମ କରିବା ଲାଗି ଆହ୍ୱାନ ଦେଇଛନ୍ତି।
Sambalpur MP chairs review meeting on waterlogging issue: ସମ୍ବଲପୁର ସହରରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତିର ଆଶଙ୍କା ଏବଂ କ୍ରମାଗତ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ସ୍ଥାନୀୟ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଯୋଗ ଦେଇ ସାଂସଦ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁରବାସୀଙ୍କୁ ବାରମ୍ବାର ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାରୁ ମୁକ୍ତି ଦେବା ହେଉଛି ଆମର ପ୍ରାଥମିକତା। ଏଥିପାଇଁ ସ୍ଥାନୀୟ ପ୍ରଶାସନ, ବିଶେଷଜ୍ଞ ଏବଂ ସିଭିଲ ସୋସାଇଟି ଦ୍ୱାରା ଦିଆଯାଇଥିବା ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଗ୍ରହଣ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ବଲପୁର ମ୍ୟୁନିସିପାଲ କମିଶନରଙ୍କ ପକ୍ଷରୁ ନିଆଯାଉଥିବା ପ୍ରତ୍ୟେକ ପଦକ୍ଷେପ ଏବଂ ଜରୁରୀ ସୂଚନାକୁ 'ପବ୍ଲିକ ଡୋମେନ୍‌' (Public Domain) ଠାରେ ସାର୍ବଜନୀନ କରାଯାଉ। ଯାହାଦ୍ୱାରା ନାଗରିକ ସଚେତନ ରହିପାରିବେ।

ଏହା ସହ ପଢନ୍ତୁ: ପଶ୍ଚିମବଙ୍ଗରେ ଐତିହାସିକ ବିଜୟକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

ସହରର ଡ୍ରେନେଜ, ସ୍ୱରେଜ, ପାନୀୟ ଜଳ, ଅଳିଆ ଆବର୍ଜନା ପରିଚାଳନା ଭଳି ଚାରୋଟି ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଏକ ବିସ୍ତୃତ ଏବଂ ରଣନୈତିକ ରଣନୀତି ପ୍ରସ୍ତୁତ କରାଯାଉ। ଜଳବନ୍ଦୀ ଜନିତ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଜେସିବି, ବୁଲଡୋଜର ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶ ସାହାଯ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ନାଳ-ନର୍ଦ୍ଦମାରୁ ଅବରୋଧ ହଟାଯିବାର ବ୍ୟବସ୍ଥା କରାଯାଉ। ଏହି ସମୟରେ କୌଣସି ପରିବାର ଯେପରି ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଜଳ ଯୋଗାଣ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଉ। ଜଳବନ୍ଦୀ ନିରାକରଣ କେବଳ ସରକାରୀ ପ୍ରକଳ୍ପରେ ସୀମିତ ନରହି, "ସ୍ୱଚ୍ଛତାକୁ ଏକ ଜନଆନ୍ଦୋଳନ" ରେ ପରିଣତ ହେବା ଆବଶ୍ୟକ। ସାମାଜିକ ସଙ୍ଗଠନ, ସ୍ୱେଚ୍ଛାସେବୀ ଏବଂ ସାଧାରଣ ନାଗରିକ ଆଗେଇ ଆସି ଡ୍ରେନ୍କୁ ସ୍ୱଚ୍ଛ ରଖିବା ସହ ଏଣେତେଣେ ଆବର୍ଜନା ନଫୋପାଡ଼ିବା ପାଇଁ ସାଂସଦ ଶ୍ରୀ ପ୍ରଧାନ ପରମର୍ଶ ଦେଇଛନ୍ତି।

ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବର୍ଷା ଜଳ ଶୀଘ୍ର ନିଷ୍କାସନ ପାଇଁ ତଳିଆ ଅଞ୍ଚଳରେ ଅସ୍ଥାୟୀ ହାଇ-ପାୱାର ପମ୍ପସେଟ୍‌ ସ୍ଥାପନ, ମୁଖ୍ୟ ଡ୍ରେନ୍‌ରୁ ପଙ୍କ ଉଦ୍ଧାର ଏବଂ ଜଳପ୍ରବାହରେ ବାଧା ସୃଷ୍ଟି କରୁଥିବା ଅବରୋଧକୁ ତୁରନ୍ତ ହଟାଯାଉଛି। ବୈଠକରେ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ସିଭିଲ ସୋସାଇଟି ସଦସ୍ୟ ମଧ୍ୟ ସକ୍ରିୟ ଭାବେ ଯୋଗଦେଇ ତଳିଆ ଅଞ୍ଚଳର ବାସ୍ତବ ସମସ୍ୟା, ନାଳ-ନର୍ଦ୍ଦମାର ସ୍ଥିତି ଏବଂ ନଗର ପରିଚାଳନା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ଏହା ସହ ପଢନ୍ତୁ: 'ପଶ୍ଚିମବଙ୍ଗର ବିକାଶରେ ବାଧକ ସାଜିଛି ଟିଏମସିର ନିର୍ମମ ଶାସନ'
 

ଏହି ବୈଠକରେ ଓଡ଼ିଶାର ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ପ୍ରମୁଖ ସାମିଲ ହୋଇ ଗୁରୁତ୍ୱପୂର୍ଣ୍ଣ ମତାମତ ରଖିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: