ସମ୍ବଲପୁରରେ ବୋମା ମାଡ଼, ଟେର୍ ପାଉନି ପୋଲିସ

ଅର୍ଗସ ବ୍ୟୁରୋ : ସମ୍ବଲପୁରରେ ଫୁଟିଲା ବୋମା । ସମ୍ବଲପୁର ସହର ସମେତ ଜିଲ୍ଲା ଅଶାନ୍ତ । ଶାନ୍ତି ବଜାୟ ରଖିବାକୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅପିଲ୍ । ସିସିଟିଭି ଫୁଟେଜ ଓ ପାରିପାଶ୍ୱିର୍କ ସ୍ଥିତିକୁ ନେଇ ପୋଲିସ ଓ ସାଇଣ୍ଟି ଫିକ୍ ଟିମ୍ ଘଟଣାର ତଦନ୍ତ କରୁଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଏପଟେ କିଏ କାହିଁକି ବୋମା ଫୁଟାଇଲା ଟେର ପାଇନି ପୋଲିସ । ବୋମା ଫୁଟାଇବା ଉଦ୍ୟଶ ପଛରେ ରାଜନିତି କାରଣ ନାଁ ଆଉ କିଛି ? ହୋଲି ଦିନରେ ସହରର ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ମୃୟତନ ଥିବାବେଳେ ବୋମା ମାଡ ହେବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ସେପଟେ ବୋମାମାଡରେ ଆହତ ୩ଜଣଙ୍କ ମଧ୍ୟରୁ ୨ଜଣ ମେଡିକାଲରୁ ଡିସଚାର୍ଜ ହୋଇସାରିଥିବା ବେଳେ ଜଣେ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ସମ୍ବଲପୁରର ପିରବାବା ଛକରେ ମଙ୍ଗଳବାର ବୋମାମାଡ ହୋଇଥିବା ଅଭିଯୋଗ ହୋଇଥିଲା । ଏଥିରେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି, ଏହି ବୋମାମଡରେ ଗୋଟିଏ ବୁଲେଟ ଗାଡି ମଧ୍ୟ ପୋଡିଯାଇଛି । ପୀରବାବ ଫ୍ଲାଏଓଭର ଉପରୁ ବୋମାମାଡ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବୋମାମାଡ ପଛରେ ପୂର୍ବଶତ୍ରୁତା ନା ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଉତରାଂଚଳ ଆଇଜି ହିମାଂଶୁଲାଲ, ଏସପି ମୁକେଶ ଭାମୁ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଛନ୍ତି ।