Videos
|
Odisha

Drainage Master Plan / ୧୧୯୫ କୋଟିରେ ବନିବ ଅତ୍ୟାଧୁନିକ ଡ୍ରେନେଜ୍ ସିଷ୍ଟମ୍

Sushanta Sahoo
Browse all articles by Sushanta Sahoo
·3 hours ago·2 min read
୧୧୯୫ କୋଟିରେ ବନିବ ଅତ୍ୟାଧୁନିକ ଡ୍ରେନେଜ୍ ସିଷ୍ଟମ୍
Smart Drainage System for Flood-Free City

Key Points

ଧର୍ମେନ୍ଦ୍ରଙ୍କ ଉଦ୍ୟମ ଆଣିଲା ରଙ୍ଗ
ସମ୍ବଲପୁର ଡ୍ରେନେଜ୍‌ ମାଷ୍ଟର ପ୍ଲାନ୍‌ ପାଇଁ ପ୍ରକ୍ରିୟା ଆରମ୍ଭ
ସମ୍ବଲପୁର, ବୁର୍ଲା ଓ ହୀରାକୁଦ ପାଇଁ ମାଷ୍ଟର ପ୍ଲାନ୍
 
ସମ୍ବଲପୁର: ସମ୍ବଲପୁର ସହରବାସୀଙ୍କୁ ବର୍ଷା ଦିନିଆ ଜଳବନ୍ଦୀ ସମସ୍ୟାରୁ ମିଳିବ ମୁକ୍ତି । ବର୍ଷା ହେଲେ ଆଉ ଜଳାର୍ଣ୍ଣବ ହେବନି ସମ୍ବଲପୁର । ସହରର ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ପକ୍ଷରୁ ନିଆଯାଇଛି ବଡ଼ ପଦକ୍ଷେପ ।

ସ୍ଥାୟୀ ପ୍ରତିକାର ସହ ମାଷ୍ଟର ଡ୍ରେନେଜ୍ ପ୍ଲାନ୍ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ୧୧୯୫ କୋଟି ଟଙ୍କା ଅନୁଦାନରେ ସମ୍ବଲପୁର, ବୁର୍ଲା ଓ ହୀରାକୁଦର ସମ୍ପୂର୍ଣ୍ଣ ଡ୍ରେନେଜ୍ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ ।

ଏଥିସହ ପଢ଼ନ୍ତୁ: ଭି.କେ ପାଣ୍ଡିଆନ୍‌ଙ୍କୁ ନୋଟିସ୍; ୨୫ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ 

ଟିକିଏ ବର୍ଷା ହେଲେ ସମ୍ବଲପୁର ସହରର ଗଳି କନ୍ଦିରେ ଲହଡ଼ି ମାରେ ବର୍ଷା ପାଣି । ସହରବାସୀ ଭୋଗନ୍ତି ନାହିଁ ନଥିବା ଦୁର୍ଦ୍ଦଶା । ହେଲେ ଏହି ସମସ୍ୟାରୁ ଏବେ ମିଳିବାକୁ ଯାଉଛି ସ୍ଥାୟୀ ସମାଧାନ ।

ଜିଲ୍ଲାପାଳଙ୍କ ନେତୃତ୍ଵରେ ଏକ ଉଚ୍ଚସ୍ତରୀୟ ବୈଠକରେ ଜଳବନ୍ଦୀ ସମସ୍ୟାର ସମୀକ୍ଷା କରିଛନ୍ତି । ସହରର କେଉଁ କେଉଁ ସ୍ଥାନରେ ପାଣି ଜମୁଛି, ତାର ପ୍ରକୃତ କାରଣ କ'ଣ ଏବଂ କେଉଁ ବିଭାଗ କେବେ ସୁଦ୍ଧା କାମ ଶେଷ କରିବ, ସେନେଇ ସ୍ପଷ୍ଟ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନିରନ୍ତର ଉଦ୍ୟମ ଫଳରେ ସହରର ଡ୍ରେନେଜ୍‌ ମାଷ୍ଟର ପ୍ଲାନ୍‌ ଆଗକୁ ବଢ଼ିଛି । ସମ୍ବଲପୁର ମହାନଗର ନିଗମ ଏବଂ ଇକୋମେଟ୍ରକ୍ସ କନସଲଟେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ମଧ୍ୟରେ DPR ଓ ମାଷ୍ଟର ପ୍ଲାନ୍‌ ପାଇଁ ଚୁକ୍ତି ସ୍ବାକ୍ଷର ହୋଇଛି ।

ଏଥିସହ ପଢ଼ନ୍ତୁ: AI କରିବ ସରକାରୀ କାମ; ChatGPT, Google AI Pro କିଣିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବ 

ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ଆହ୍ବାନ ପାଣ୍ଠିରୁ ୧୧୯୫ କୋଟି ଟଙ୍କା ଅନୁମୋଦନ ହୋଇଛି । ଅତ୍ୟାଧୁନିକ ଓ ସ୍ମାର୍ଟ ଭିତ୍ତିଭୂମି ସହ ସମ୍ବଲପୁର ସହର, ବୁର୍ଲା ଓ ହୀରାକୁଦର ବଡ଼ ବଡ଼ ଡ୍ରେନେଜ୍‌ଗୁଡ଼ିକୁ ସଂଯୋଗ କରାଯାଇ ତୁରନ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରାଯିବ ।

ସମ୍ବଲପୁରକୁ ବର୍ଷା ଦିନିଆ ଜଳବନ୍ଦୀ ଦାଉରୁ ମୁକ୍ତି ଦେବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି । ଏହି ମାଷ୍ଟର ପ୍ଲାନ୍‌ କାର୍ଯ୍ୟକ୍ଷମ ହେଲେ ସମ୍ବଲପୁର, ବୁର୍ଲା ଓ ହୀରାକୁଦବାସୀଙ୍କ ବଡ଼ ସମସ୍ୟା ଦୂର ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored