Videos
|
Odisha

Police Summon Pandian / ଭି.କେ ପାଣ୍ଡିଆନ୍‌ଙ୍କୁ ନୋଟିସ୍; ୨୫ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·1 month ago·2 min read
ଭି.କେ ପାଣ୍ଡିଆନ୍‌ଙ୍କୁ ନୋଟିସ୍; ୨୫ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ
V.K. Pandian Asked to Appear Before Police

Key Points

ଭି.କେ ପାଣ୍ଡିଆନ୍‌ଙ୍କୁ କ୍ୟାପିଟାଲ୍ ଥାନା ପୋଲିସର ନୋଟିସ୍
୨୫ ତାରିଖ ସୁଦ୍ଧା ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ୍ ହଜିବା ଘଟଣାରେ ନୋଟିସ୍
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟକ୍ତିଗତ ସଚିବ ଥିଲେ ପାଣ୍ଡିଆନ୍
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କେମିତି ଗାଏବ ହେଲା ଫାଇଲ୍ । ନାଇଡୁ ତଦନ୍ତ କମିଶନଙ୍କ ଫାଇଲ୍ ହଜିବା ଘଟଣାରେ ଭି.କେ ପାଣ୍ଡିଆନଙ୍କୁ ସମନ ଜାରି କରିଛି କ୍ୟାପିଟାଲ୍ ଥାନା ପୋଲିସ ।

ପୂର୍ବତନ ପ୍ରଶାସକ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ପୋଲିସ ସମନ କରାଯାଇଛି । ଆସନ୍ତା ୨୫ ତାରିଖ ଦିନ ୧୧ଟା ସୁଦ୍ଧା କ୍ୟାପିଟାଲ୍ ଥାନା ଏସିପି ଜୋନ୍-୧ଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି ।

ଏଥିସହ ପଢ଼ନ୍ତୁ: କମିଶନ ରିପୋର୍ଟ ଗାଏବ ନେଇ ଖପ୍ପା ବିଶ୍ବ ହିନ୍ଦୁ ପରିଷଦ; ସିବିଆଇ ତଦନ୍ତ ଦାବି 

ଦୀର୍ଘଦିନ ଧରି ଭି.କେ ପାଣ୍ଡିଆନ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିଲେ । ୨୦୨୪ରେ ବିଜେପି ସରକାର ଆସିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସମସ୍ତ ଫାଇଲ୍ ଗୃହ ବିଭାଗକୁ ଫେରିଥିଲା । ହେଲେ ଫେରି ନଥିଲା ନାଇଡୁ ତଦନ୍ତ କମିଶନଙ୍କ ଫାଇଲ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନାଇଡୁ ତଦନ୍ତ କମିଶନଙ୍କ ଫାଇଲ୍ ନ ଫେରିବା ପଛରେ କ'ଣ ରହିଥିଲା ପାଣ୍ଡିଆନ୍‌ଙ୍କ ଭୂମିକା ? ମାମଲାରେ ପୋଲିସ ପୂର୍ବରୁ ୨ ଜଣଙ୍କୁ ନୋଟିସ୍ କରିଥିଲା । ପୂର୍ବତନ ଆଇଏଏସ୍ ମନୋଜ ମିଶ୍ର ହାଜର ହୋଇ ପୋଲିସ ନିକଟରେ ପକ୍ଷ ରଖିଛନ୍ତି ।

ହେଲେ ମାମଲାରେ ପୂର୍ବତନ ପ୍ରମୁଖ ସଚିବ ରାଜେଶ ବର୍ମା ନୋଟିସ୍ ସତ୍ତ୍ଵେ ଥାନାରେ ହାଜର ହୋଇ ନାହାନ୍ତି । ସେ ଅସୁସ୍ଥତା କାରଣରୁ ପୋଲିସ ନିକଟରେ ହାଜର ହୋଇ ନଥିବା ସୂଚନା ମିଳିଛି ।

ପୂର୍ବରୁ ମନୋଜ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିଲେ । ତାଙ୍କୁ ପଚରାଉଚରା ବେଳେ ପୋଲିସକୁ ଲିଡ୍ ମିଳିଛି । ଆଉ ସେହି ଆଧାରରେ ହୁଏତ ପୋଲିସ ପାଣ୍ଡିଆନ୍‌ଙ୍କୁ ସମନ କରିଥାଇପାରେ ।

ସେପେଟେ ସିଏମ୍‌ଓରୁ ଫାଇଲ୍ ହଜିବା ଘଟଣାରେ ତଦନ୍ତ ଆଗେଇଥିବା କହିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ । ତଦନ୍ତ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ପୋଲିସ କମିଶନର ଏବଂ ଡିସିପି ।

ଏଥିସହ ପଢ଼ନ୍ତୁ: CMOରୁ କମିଶନ ଫାଇଲ ଗାଏବ ଘଟଣା, କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ IT ସଚିବ ମନୋଜ ମିଶ୍ର 

ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି, "ଖୋଳତାଡ଼ ଚାଲିଛି, ତଦନ୍ତରେ ଅଗ୍ରଗତି ହୋଇଛି ।" ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ପୋଲିସ ପ୍ରସ୍ତୁତ କରିଥିବା ତାଲିକାରୁ କିଛି ଲୋକ ଅସୁସ୍ଥ ଅଛନ୍ତି । ଯିଏ ଫାଇଲ ନେଇଛନ୍ତି ବୋଲି ଗଣମାଧ୍ୟମରେ ପ୍ରଚାର ହୋଇଥିଲା, ସେ ବି ଅସୁସ୍ଥ ଅଛନ୍ତି ।"

ଅପେକ୍ଷା କରୁଛୁ ତାଙ୍କ ସ୍ୱାସ୍ଥର ଉନ୍ନତି ହେବ, ଜେରା ପାଇଁ ଯେମିତି ପ୍ରସ୍ତୁତ ହେବେ । ଗୃହ ବିଭାଗରୁ ଫାଇଲ୍ ବାହାରି କେତେ ହାତ ହୋଇ ଆଗକୁ ଯାଇଛି । ସୋପାନ ସୋପାନ ହୋଇ ତଦନ୍ତ ହେବ । ଯେଉଁଠି ସୋପାନ ସରିଗଲା ସେ ଅପରାଧୀ ବୋଲି ଜଣାପଡ଼ିବ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।