Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଖେଳ ଦେଖି ଫେରୁଥିଲେ, ବାଟରେ କଚାଡ଼ିଦେଲା ଦନ୍ତା

Odisha

ଖେଳ ଦେଖି ଫେରୁଥିଲେ, ବାଟରେ କଚାଡ଼ିଦେଲା ଦନ୍ତା

Jitendra Dash
Browse all articles by Jitendra Dash
·2 years ago·1 min read
ଖେଳ ଦେଖି ଫେରୁଥିଲେ, ବାଟରେ କଚାଡ଼ିଦେଲା ଦନ୍ତା

ଅର୍ଗସ ବ୍ୟୁରୋ : କ୍ରିକେଟ ଖେଳ ଦେଖିବା ଜୀବନର ଶେଷ ଖେଳ । ଖେଳ ଦେଖି ସାରି କିଛି ସମୟରେ ଘରେ ପହଞ୍ଚିଥାନ୍ତେ । କିନ୍ତୁ ବାଟେ ଜଗି ବସିଥିଲା ମୃତ୍ୟୁ । ମାତ୍ର ସବୁ ହସଖୁସି ନିମିଷେକେ ପାଣି ଫୋଟକା ପରି ମିଳାଇଗଲେ । ବାଟରେ ଏକ ଦନ୍ତା ହାବୁଡ଼ରେ ପଡ଼ିଗଲେ ବ୍ୟକ୍ତିଜଣକ, ଆଉ ଦନ୍ତାଟି ତାଙ୍କୁ ଟେକି କଚାଡ଼ିଦେଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୂ ଉଡ଼ିଗଲା।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏପରି ଏକ ଘଟଣା ସମ୍ବଲପୁର ଜିଲ୍ଲା ବୀର ସିଂହଗଡ଼ ପଞ୍ଚାୟତରେ ଘଟିଛି । ମୃତକ ହେଲେ ପୁରୁଣାପାଣି ଗାଁର ଯୁଧିଷ୍ଠିର ବେହେରା । ଗତକାଲି ଯୁଧିଷ୍ଠିର ପାଖ ଗାଁକୁ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ। ସେଠାରୁ ସେ ଜଙ୍ଗଲ ରାସ୍ତା ଦେଇ ଘରକୁ ଫେରୁଥିଲେ। ବାଟରେ ହଠାତ୍‌ ସେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତାଟି ଟେକି କଚାଡ଼ିଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
sambalpur elephant attack | Argus News