ସମ୍ବଲପୁରରେ ହାତୀ ଆତଙ୍କ, ଜଣେ ମୃତ
·2 years ago

ଅର୍ଗସ ବ୍ୟୁରୋ : ସମ୍ବଲପୁର ସଦର ରେଞ୍ଜର ଝାଙ୍କରପାଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ । ଜଣେ ମହିଲା ଗୁରୁତର ଆହତ । ମୃତ ବୃଦ୍ଧ ହେଲେ ଚୈତନ୍ୟ ଭୁଏ । ଗୁରୁତର ମହିଲା ହେଲେ ସୁଲୋଚନା ଭୁଏ । ଆଜି ବିଲମ୍ବିତ ରାତିରେ ସପରିବାର ଖାଇପିଇ ଶୋଇଥିଲେ । ରାତି ପ୍ରାୟ ୧ ଟା ସମୟରେ ହାତୀ ଘର ଭାଙ୍ଗି ଦେଇ ଦଳି ଦେଇଥିଲା । ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଖବର ପାଇ ବନବିଭାଗର କର୍ମଚାରୀ ଗାଁରେ ପହଞ୍ଚିଥିଲେ । ଘଟଣା ପରେ ଗ୍ରାମ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ସେପଟେ ବନବିଭାଗ ହାତୀ ଘଊଡଇବା ପରେ ଦନ୍ତା ସଂପୃକ୍ତ ବସ୍ତିରୁ ବାହାରି ନିକଟସ୍ଥ ଏକ ରାଇସ ଭିତରକୁ ପଶିଥିବା ଜଣାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: