Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସମ୍ବଲପୁର ହେବ ଗ୍ଲୋବାଲ୍ ଷ୍ଟିଲ୍ ହବ୍, JSW-JFE ର ଐତିହାସିକ ଷ୍ଟିଲ୍ ପ୍ରକଳ୍ପ ଶୁଭାରମ୍ଭ

Odisha

Global Steel Hub / ସମ୍ବଲପୁର ହେବ ଗ୍ଲୋବାଲ୍ ଷ୍ଟିଲ୍ ହବ୍, JSW-JFE ର ଐତିହାସିକ ଷ୍ଟିଲ୍ ପ୍ରକଳ୍ପ ଶୁଭାରମ୍ଭ

Santosh Kumar Sahoo
Browse all articles by Santosh Kumar Sahoo
·5 days ago·2 min read
ସମ୍ବଲପୁର ହେବ ଗ୍ଲୋବାଲ୍ ଷ୍ଟିଲ୍ ହବ୍, JSW-JFE ର ଐତିହାସିକ ଷ୍ଟିଲ୍ ପ୍ରକଳ୍ପ ଶୁଭାରମ୍ଭ
Sambalpur

Key Points

ଓଡ଼ିଶାରେ ବଡ଼ ଶିଳ୍ପ ବିପ୍ଳବ
ସମ୍ବଲପୁରରେ ଷ୍ଟିଲ୍ ମେଗା ପ୍ରୋଜେକ୍ଟ
JSW-JFE ର ଐତିହାସିକ ପ୍ରକଳ୍ପ ଶୁଭାରମ୍ଭ
ଭାରତର ଇସ୍ପାତ ଶିଳ୍ପରେ ଏପ୍ରିଲ 24 ତାରିଖରେ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି । ସମ୍ବଲପୁରରେ ବଡ଼ ଶିଳ୍ପ ଭିତ୍ତିଭୂମିର ଶୁଭାରମ୍ଭ । ସମ୍ବଲପୁର ଜିଲ୍ଲା ଠେଲକୋଲେଇ ସ୍ଥିତ JSW-JFE ଷ୍ଟିଲ ଲିମିଟେଡ ପରିସରରେ ‘ଷ୍ଟ୍ରଙ୍ଗ ଟୁଗେଦର’ ସମାରୋହ ଅନୁଷ୍ଠିତ ହୋଇଛି । ଏହି ବିଶେଷ କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ପୂର୍ବରୁ ଏହା JSW Sambalpur Steel Ltd. ଭାବେ ପରିଚିତ ଥିଲା ।

ଏହି ଯୌଥ ଉଦ୍ୟୋଗ ୫୦-୫୦ ଭାଗିଦାରୀରେ ଗଠିତ ହୋଇଛି । ଯାହା ଉଭୟ କମ୍ପାନୀଙ୍କ ସମାନ ଅଂଶଗ୍ରହଣ ଓ ଦୀର୍ଘମିଆଦି ଦୃଷ୍ଟିକୋଣକୁ ପ୍ରକାଶ କରୁଛି ।
ଏହି ଉନ୍ମୋଚନ ପୂର୍ବରୁ କିଛି ମୂଳଭୂତ ପଦକ୍ଷେପ ସଫଳତାର ସହିତ ସମାପ୍ତ ହୋଇଛି । ସମ୍ବଲପୁରର ଇସ୍ପାତ କାରଖାନାର ସମ୍ପତ୍ତି ଓ ପରିଚାଳନାକୁ ନୂତନ ଯୌଥ ଉଦ୍ୟୋଗକୁ ହସ୍ତାନ୍ତର କରାଯାଇଛି । ଏହା ସହିତ ଦୁଇ କମ୍ପାନୀ ପକ୍ଷରୁ ପ୍ରାରମ୍ଭିକ ବିନିଯୋଗ ହୋଇଥିବାରୁ ଏହି ପ୍ରକଳ୍ପର ଭବିଷ୍ୟତ ପ୍ରତି ଆଶା ବଢ଼ିଛି ।

ଏହି ଐତିହାସିକ ପଦକ୍ଷେପ ଭାରତ ଓ ଜାପାନ ମଧ୍ୟରେ ୧୫ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଶିଳ୍ପ ସହଯୋଗକୁ ଆହୁରି ମଜବୁତ କରିଛି । ଏହା ମାଧ୍ୟମରେ ଏକ ବିଶ୍ୱସ୍ତରୀୟ ଇସ୍ପାତ ଉଦ୍ୟମ ଗଠିତ ହେବା ସହିତ ଦୁଇ ଦେଶର ଆର୍ଥିକ ସମ୍ପର୍କ ଆହୁରି ଶକ୍ତିଶାଳୀ ହେବ ।

ପୂର୍ବ ଭାରତରେ ସମ୍ବଲପୁର ହେବ ଏକ ଗ୍ଲୋବାଲ ଷ୍ଟିଲ୍ ମାନୁଫାକ୍ଚରିଂ ହବ୍ । ରାଜ୍ୟରେ ପ୍ରଚୁର ପରିମାଣର ଖଣିଜ ପଦାର୍ଥ, ଉନ୍ନତ ଢାଞ୍ଚାଗତ ସୁବିଧା ଓ କୁଶଳ ଶ୍ରମଶକ୍ତି ଥିବାରୁ ଏହା ଇସ୍ପାତ ଶିଳ୍ପ ପାଇଁ ଉପଯୁକ୍ତ ସ୍ଥାନ ହୋଇପାରିଛି ।

JSW JFE Steel Limited ଆଗାମୀ ଦିନରେ ଉତ୍ପାଦନ କ୍ଷମତା ବଢ଼ାଇବା । ଏହା ସହ ଏହି ସଂସ୍ଥା ମାଧ୍ୟମରେ ଜାପାନର ଅତ୍ୟାଧୁନିକ ଇସ୍ପାତ ନିର୍ମାଣ ଶୈଳୀ ଭାରତକୁ ଆସିବ । ଅଟୋମୋବାଇଲ୍‌, ଭିତ୍ତିଭୂମି ଓ ଇଞ୍ଜିନିୟରିଂ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଧରଣର ଇସ୍ପାତ ପ୍ରସ୍ତୁତ କରାଯିବ । ପରିବେଶକୁ ଦୃଷ୍ଟିରେ ରଖି 'ଗ୍ରୀନ୍ ଷ୍ଟିଲ୍' ଉତ୍ପାଦନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

ଏହି ପ୍ରକଳ୍ପ ରାଜ୍ୟ ଓ ଦେଶର ଅର୍ଥନୀତିକୁ ମଜବୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ବୃହତ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଯୁବକଯୁବତୀଙ୍କୁ ଅଧିକ ଚାକିରି ମିଳିବ । ଏହା ସହ ଷ୍ଟିଲ୍ ପ୍ଲାଣ୍ଟ ସହ ଜଡ଼ିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକର ବିକାଶ ହେବ । ଆଗାମୀ ଦିନରେ ଓଡ଼ିଶାକୁ ଅଧିକ ବୈଦେଶିକ ନିବେଶ ମଧ୍ୟ ଆସିବ ।

JSW JFE Steel Limited ର ଆରମ୍ଭ ଭାରତର ଇସ୍ପାତ ଶିଳ୍ପ ପାଇଁ ଏକ ନୂଆ ଦିଗ ଖୋଲିଦେଇଛି । ଏହା ମାଧ୍ୟମରେ ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ଆହୁରି ଗତି ମିଳିବ ଓ ସମ୍ବଲପୁରକୁ ବିଶ୍ୱ ମାନଚିତ୍ରରେ ଏକ ପ୍ରମୁଖ ଇସ୍ପାତ କେନ୍ଦ୍ର ଭାବେ ପରିଚିତ କରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sambalpur Set to Become Global Steel Hub with JSW-JFE Project Launch | Argus News