Dharmendra Pradhan / NH କଡ଼ରେ ସାଇକେଲ ଧରି ସ୍କୁଲ ପିଲା; ଅଟକିଗଲା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ କନଭୟ
·1 hour ago·2 min read

Key Points
ସ୍କୁଲ ପିଲାଙ୍କ ସୁରକ୍ଷାକୁ ନେଇ ତତ୍ପରତା ଦେଖାଇଲେ ଧର୍ମେନ୍ଦ୍ର ପ୍ରଧାନ
ରାସ୍ତାକଡ଼ରେ ପିଲାଙ୍କୁ ଦେଖି ହଠାତ୍ ଅଟକାଇଲେ କାର
ତୁରନ୍ତ ଏକ ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ଦେଲେ ନିର୍ଦ୍ଦେଶ

ଅନୁଗୋଳ: ଜାତୀୟ ରାଜପଥ କଡ଼ରେ ପିଲାଙ୍କୁ ଦେଖି ଅଟକିଗଲା ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କନଭୟ । କୁନି କୁନି ସ୍କୁଲ ପିଲାଙ୍କ ସୁରକ୍ଷାକୁ ନେଇ ସଙ୍ଗେସଙ୍ଗେ ତତ୍ପରତା ଦେଖାଇଲେ ସାଂସଦ । ବିପଦ ଅବସ୍ଥାରେ କୁନି ପିଲାମାନେ ଜାତୀୟ ରାଜପଥ ଅତିକ୍ରମ କରୁଥିବା ଦେଖି ତୁରନ୍ତ ଏକ ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ସାଂସଦ ନିଷ୍ପତ୍ତି ନେଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ନୂଆହାଟ ଛକ ନିକଟ ଜାତୀୟ ରାଜପଥ-୫୫ରେ ।
ନୂଆହାଟ ଛକ ଜାତୀୟ ରାଜପଥ-୫୫ ଦେଇ ପ୍ରତିଦିନ ମାଲବାହୀ ଗାଡ଼ିଠୁ ଆରମ୍ଭ କରି ଚାରି ଚକିଆ ଯାତାୟାତ କରୁଛି । ସେପଟେ ଏହି ରାସ୍ତା ପାଲଟିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ନିତିଦିନିଆ ରାସ୍ତା । କୁନି କୁନି ପିଲାମାନେ ସ୍କୁଲ ଛୁଟି ହେବାପରେ ଏହି ରାସ୍ତା ପାର ହୋଇ ଘରକୁ ଯାଉଛନ୍ତି । ତେବେ ଗୁରୁବାର (ସେପ୍ଟେମ୍ବର ୧୦) ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସେହି ରାସ୍ତା ଦେଇ ଭୁବନେଶ୍ଵର ଫେରୁଥିବା ସମୟରେ ହଠାତ୍ ତାଙ୍କ ନଜର ରାସ୍ତାକଡ଼ରେ ଠିଆ ହୋଇଥିବା ପ୍ରାୟ ୩୦ରୁ ୪୦ ଜଣ ସ୍କୁଲ ପିଲାଙ୍କ ଉପରେ ପଡ଼ିଥିଲା ।
ସ୍ଥାନୀୟ ବାସିନ୍ଦା ଓ ସ୍କୁଲ ପିଲାଙ୍କଠାରୁ ଏ ସମ୍ପର୍କରେ ଜାଣିବାକୁ ପାଇବା ପରେ ସାଂସଦ ଧର୍ମେନ୍ଦ୍ର ଘଟଣାର ଗୁରୁତ୍ଵକୁ ବୁଝି ସଙ୍ଗେସଙ୍ଗେ ଅନୁଗୋଳ ଜିଲ୍ଲାପାଳଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ବିଶେଷ କରି କୁନି ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେଇ ତୁରନ୍ତ ଏଠାରେ ଏକ ଓଭରବ୍ରିଜ୍ ନିର୍ମାଣର ଆବଶ୍ୟକତା ଥିବା ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ ।

- ସଙ୍ଗେସଙ୍ଗେ ଜିଲ୍ଲାପାଳଙ୍କ ସହ କଥାହେଲେ
ସ୍ଥାନୀୟ ବାସିନ୍ଦା ଓ ସ୍କୁଲ ପିଲାଙ୍କଠାରୁ ଏ ସମ୍ପର୍କରେ ଜାଣିବାକୁ ପାଇବା ପରେ ସାଂସଦ ଧର୍ମେନ୍ଦ୍ର ଘଟଣାର ଗୁରୁତ୍ଵକୁ ବୁଝି ସଙ୍ଗେସଙ୍ଗେ ଅନୁଗୋଳ ଜିଲ୍ଲାପାଳଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ବିଶେଷ କରି କୁନି ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେଇ ତୁରନ୍ତ ଏଠାରେ ଏକ ଓଭରବ୍ରିଜ୍ ନିର୍ମାଣର ଆବଶ୍ୟକତା ଥିବା ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୨୦୦୦ ବର୍ଷର ପ୍ରାଚୀନ 'ଅସୁରଗଡ଼' ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
- ଧର୍ମେନ୍ଦ୍ରଙ୍କ ତତ୍ପରତାକୁ ସ୍ଵାଗତ
Related Topics
Explore more stories