Videos
|
Odisha

Dharmendra Pradhan / ନିଜର ଭାଷା, ସଂସ୍କୃତି ଓ ସଭ୍ୟତାର ସଂରକ୍ଷଣ କରିବା ଆମର ମୁଖ୍ୟ ଦାୟିତ୍ୱ: ଧର୍ମେନ୍ଦ୍ର ପ୍ରଧାନ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ନିଜର ଭାଷା, ସଂସ୍କୃତି ଓ ସଭ୍ୟତାର ସଂରକ୍ଷଣ କରିବା ଆମର ମୁଖ୍ୟ ଦାୟିତ୍ୱ: ଧର୍ମେନ୍ଦ୍ର ପ୍ରଧାନ
Dharmendra Pradhan

Key Points

‘ସମ୍ବଲପୁରୀ ଦିନ୍’ର ଶୁଭେଚ୍ଛା ଜଣାଇଲେ ସମ୍ବଲପୁର ସାଂସଦ
ଗୁରୁ ଶ୍ରୀସତ୍ୟନାରାୟଣ ବହିଦାରଙ୍କ ଅମୂଲ୍ୟ ଯୋଗଦାନକୁ ସ୍ମରଣ କଲେ
ନୂଆଦିଲ୍ଲୀ/ସମ୍ବଲପୁର, ଅଗଷ୍ଟ ୦୧, ୨୦୨୬ : ପବିତ୍ର ‘ସମ୍ବଲପୁରୀ ଦିନ୍’ ଅବସରରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଏହି ବିଶେଷ ଅବସରରେ ଭିଡିଓ ବାର୍ତ୍ତା ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ଆଜିକୁ ୧୪ ବର୍ଷ ପୂର୍ବେ ସମ୍ବଲପୁରୀ ଭାଷା ଓ ସାହିତ୍ୟର ମହାନ୍ ପୁରୋଧା ସ୍ୱର୍ଗତ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଜୟନ୍ତୀ ଅର୍ଥାତ୍ ଅଗଷ୍ଟ ୧ ତାରିଖକୁ 'ସମ୍ବଲପୁରୀ ଦିନ୍' ଭାବେ ପାଳନ କରିବାର ସୁନ୍ଦର ପରମ୍ପରା ଆରମ୍ଭ ହୋଇଥିଲା । ସମ୍ବଲପୁରର ବୁଦ୍ଧିଜୀବୀ, ନାଗରିକ ଏବଂ ବିଶେଷ କରି ଯୁବବନ୍ଧୁମାନେ ଏହି ଗୌରବମୟ ଦିବସକୁ ବହୁ ଉତ୍ସାହର ସହ ପାଳନ କରିଆସୁଛନ୍ତି ।


ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି ଯେ, ଆମ ଓଡ଼ିଶାରେ ସମ୍ବଲପୁରୀ ଭାଷା, ସଂସ୍କୃତି, ସଭ୍ୟତା, ଆହାର, ପରିଧାନ ଓ ବାନ୍ଧକଳାର ଏକ ଅନନ୍ୟ ଓ ସ୍ୱତନ୍ତ୍ର ପରିଚୟ ରହିଛି । ଗୋଟିଏ ସାଂସ୍କୃତିକ ସମ୍ପନ୍ନ ପ୍ରଦେଶରେ ନିଜର ଏହି ମହାନ ସଂସ୍କୃତି ଓ ସଭ୍ୟତାକୁ ମନେ ପକାଇବା ଏବଂ ଏହାର ସଂରକ୍ଷଣ କରିବା ଆମ ସମସ୍ତଙ୍କର ପ୍ରମୁଖ ଦାୟିତ୍ୱ । ଗୁରୁ ଶ୍ରୀସତ୍ୟନାରାୟଣ ବହିଦାର ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଏକ ନୂତନ ଉଚ୍ଚତା ଓ ସ୍ତରକୁ ନେବା ପାଇଁ ଆଜୀବନ ନିରନ୍ତର ପ୍ରଚେଷ୍ଟା କରିଥିଲେ ।

ପଢନ୍ତୁ ଏହି ଖବର: ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଵାଗତ ପାଇଁ ଲୋକାରଣ୍ୟ ପାଲଟିଲା ଭୁବନେଶ୍ଵର ବିମାନବନ୍ଦର ପରିସର

ଏହି ଗୌରବମୟ ଦିବସରେ ଆମେ ସମସ୍ତେ ତାଙ୍କର ଏହି ମହାନ୍ ଯୋଗଦାନକୁ ଆଦରର ସହ ସ୍ମରଣ କରୁଛୁ । ଏହି ଦିନଟିକୁ ଆଡମ୍ବର ସହକାରେ ପାଳନ କରୁଥିବାରୁ ଧର୍ମେନ୍ଦ୍ର ପଶ୍ଚିମାଞ୍ଚଳ ଏକତା ମଞ୍ଚ, ସମ୍ବଲପୁରୀ ଏକତା ମଞ୍ଚ ସମେତ ଅନ୍ୟାନ୍ୟ ଅନୁଷ୍ଠାନକୁ ସାଧୁବାଦ ଜଣାଇଛନ୍ତି । ଭିଡିଓ ବାର୍ତ୍ତାରେ ଧର୍ମେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଶ୍ୱରୀଙ୍କ ନିକଟରେ ସମସ୍ତଙ୍କର ସୁଖ, ସମୃଦ୍ଧି ଓ ସୁସ୍ଥ ଜୀବନ କାମନା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: