Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର

Jitendra Dash
Browse all articles by Jitendra Dash
·2 years ago·1 min read
ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର

ଅର୍ଗସ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା କେଛୁପାଣି ଗାଁରେ ଛୁରା ମାଡ଼ । ହୋଲି ଖେଳ ପରେ ସାଙ୍ଗ ସାଙ୍ଗ ମଧ୍ୟରେ ଗଣ୍ଡଗୋଳ । ଗଣ୍ଡଗୋଳ ପରେ ଛୁରାମାଡ, ଦୁଇ ଜଣ ଗୁରୁତର ହୋଇଛନ୍ତି । ତେବେ ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଗୋବିନ୍ଦପୁର ଓ ପରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣକର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବା ବେଳେ, ଦୁଇ ଅଭିଯୁକ୍ତ ଙ୍କୁ ଗୋବିନ୍ଦପୁର ପୋଲିସ ଗିରଫ କରିଥିବା କୁଚିଣ୍ଡା ଏସଡିପିଓ କହିଛନ୍ତି । 

ସୂଚନା ଅନୁସାରେ ଗତ କାଲି ଅପରାହ୍ନରେ ହୋଲି ଖେଳ ପରେ କେଛୁପାଣି ହରିଜନ ପଡା ଠାରେ ଚିନ୍ମୟ ହାତୀ, ଦିପକ ସୁନାନୀ ସହିତ ପ୍ରମୋଦ ମହାନନ୍ଦଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ପରେ ରାଗରେ ପ୍ରମୋଦ ବାଦପଡାର ମେଘନାଦ ଛତ୍ରିଆଙ୍କ ଡାକିଥିବା କଥା କୁହାଯାଉଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଛୁରାମାଡରେ ଚିନ୍ମୟ ହାତୀ ଓ ଦିପକ ସୁନାନୀ ଗୁରୁତର ହୋଇଥିଲେ । ଉଭୟ ଗୁରୁତରଙ୍କୁ ପ୍ରଥମେ ଗୋବିନ୍ଦପୁର ଗୋଷ୍ଠୀ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ହେଲେ ସେଠାରେ ଚିନ୍ମୟ ହାତୀଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ଛୁରାମାଡ କରିଥିବା ଦୁଇ ଜଣକୁ ଗୋବିନ୍ଦପୁର ଥାନା ପୋଲିସ ଗିରଫ କରିଥିବା ଏସଡିପିଓ ଅମିତାଭ ପଣ୍ଡା କହିଛନ୍ତି 

Sponsored
Sambalpur murder case | Argus News