ଦୁର୍ଘଟଣା ପରେ ଉତ୍ତେଜନା, ଡ୍ରାଇଭରକୁ କାବୁ କରିବା ସହ ବସ ଭଙ୍ଗା ରୁଜା କଲେ ଲୋକେ
·2 years ago

ଅର୍ଗସ ବ୍ୟୁରୋ : ଦୁର୍ଘଟଣା ପରେ ସମ୍ବଲପୁର ସହରରେ ଉତ୍ତେଜନା । ଉତ୍ୟକ୍ତ ଲୋକଙ୍କ ଉପରେ ଲାଠି ଚାଳନା କରିଛି ପୋଲିସ । ସେପଟେ ଟାଉନ ଥାନା ଘେରିଛନ୍ତି ଉତ୍ୟକ୍ତ ଲୋକେ । ବସ୍ ଡ୍ରାଇଭର ଗିରଫ ଦାବିରେ ଟାଉନ ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ଟୁରିଷ୍ଟ ବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବସଟି ସମଲେଶ୍ବରୀ ମନ୍ଦିର ଅଭିମୁଖେ ଦର୍ଶନ ପାଇ ଯିବା ବେଳେ ମୁଦିପଡା ନିକଟସ୍ଥ ଫେଜର କ୍ଲବ ସମ୍ମୁଖରେ ସ୍କୁଟିକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସ୍କୁଟି ଚାଲକଙ୍କ ମୃତ୍ୟୁ ହୋଇଛି । ବସଟି ମୟୂରଭଞ୍ଜର ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇ ଥିବା ବସ ଫେରାର ହେବାକୁ ଉଦ୍ୟମ କରିବାବେଳେ କଚେରି ଛକରେ ଲୋକେ ଡ୍ରାଇଭରକୁ କାବୁ କରିବା ସହ ବସ ଭଙ୍ଗା ରୁଜା କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: