Dharmendra Pradhan / ସମ୍ବଲପୁରରେ "ଲୋକତନ୍ତ୍ର ବଞ୍ଚାଓ-ଅରାଜକତା ହଟାଓ" ପଦଯାତ୍ରା; ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ
·1 hour ago·3 min read

Key Points
ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶାଳ ପଦଯାତ୍ରା
କଂଗ୍ରେସକୁ ଟାର୍ଗେଟ୍ କଲେ, ମୁଖା ଖୋଲିଲେ
ଜାଲ୍ ଭୋଟରଙ୍କୁ କଂଗ୍ରେସ ସୁରକ୍ଷା ଦେଉଛି କହିଲେ

ସମ୍ବଲପୁର/ନୂଆଦିଲ୍ଲୀ: ସମ୍ବଲପୁରରେ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ "ଲୋକତନ୍ତ୍ର ବଞ୍ଚାଓ - ଅରାଜକତା ହଟାଓ" ପଦଯାତ୍ରା ଏବଂ ଜନସଭାରେ ଯୋଗଦେଇ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣତନ୍ତ୍ର ସୁରକ୍ଷା ଏବଂ ଅରାଜକତା ବିରୁଦ୍ଧରେ ମହାଜାଗରଣର ଆହ୍ୱାନ ଦେଇଛନ୍ତି । ନିଜର ପରାଜୟ ଓ ହତାଶା ଭାବ ଲୁଚାଇବା ପାଇଁ କଂଗ୍ରେସ ଭୋଟ୍ ଚୋରିର ମିଥ୍ୟା ନାଟକ କରୁଛି ବୋଲି କହିଛନ୍ତି ସାଂସଦ ଧର୍ମେନ୍ଦ୍ର ।
ସାଂସଦ ଧର୍ମେନ୍ଦ୍ର ଆଜି ପ୍ରଥମେ ଦଳର ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା, ଜନସାଧାରଣ, ମାତୃଶକ୍ତି ଓ ଯୁବସାଥୀଙ୍କ ସହ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଦେଶ ଓ ରାଜ୍ୟର ରାଜନୈତିକ ପରିସ୍ଥିତିକୁ ନେଇ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଏହି ପଦଯାତ୍ରା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାର ସ୍ୱାଭିମାନ, ଅସ୍ମିତା ଏବଂ ସମଗ୍ର ଦେଶରେ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଏକ ମହାସଂଗ୍ରାମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଦେଶ ଯେତେବେଳେ ବିଶ୍ୱର ପଞ୍ଚମ ଅର୍ଥନୀତିରୁ ଆହୁରି ଉପରକୁ ଉଠୁଛି ଏବଂ ଦ୍ରୁତ ଗତିରେ ବିକାଶ କରୁଛି, ସେତେବେଳେ ଜନସମର୍ଥନ ହରାଇଥିବା କିଛି ହତାଶ ରାଜନୈତିକ ଦଳ ଏହାକୁ ସହ୍ୟ କରିପାରୁନାହାନ୍ତି ।
ପଢନ୍ତୁ ଏହି ଖବର: ସାତ ଦିନିଆ ଓଡ଼ିଶା ଗସ୍ତରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
ଏନେଇ ସେ କହିଛନ୍ତି, "ଦେଶରେ ପ୍ରଜାତନ୍ତ୍ର ଓ ନିର୍ବାଚନ ଆୟୋଗ ରହିଛି ବୋଲି ଆଜି ଜଣେ ଗରିବ ଓଡ଼ିଆ ଜନଜାତି ଘରର ଝିଅ ଦେଶର ରାଷ୍ଟ୍ରପତି ଏବଂ ଗରିବ ଘରର ପିଲା ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। କିନ୍ତୁ ସାମନ୍ତବାଦୀ ନେହେରୁ-ଗାନ୍ଧୀ ପରିବାର ଏହାକୁ ସହି ନପାରି ଦେଶରେ ଅରାଜକତା ଓ ରିଜିମ୍ ଚେଞ୍ଜର କଥା କହୁଛନ୍ତି । ଓଡ଼ିଶାର ସ୍ୱାଭିମାନ, ଅସ୍ମିତା ଏବଂ ସମଗ୍ର ଦେଶରେ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଆୟୋଜିତ ଏହି ପଦଯାତ୍ରାକୁ ଜନସାଧାରଣଙ୍କ ବିପୁ ସମର୍ଥନ ରହିଛି । ଓଡ଼ିଶାର ଗାଁ ଗଣ୍ଡାରୁ ଆରମ୍ଭ କରି ପ୍ରତିଟି ଘରେ ମାଆ ସମଲେଶ୍ୱରୀ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଏହି ବାର୍ତ୍ତା ପହଞ୍ଚାଇବାକୁ ହେବ ଯେ, ମୋଦୀ କେଉଁଆଡେ ବି ଯିବେ ନାହିଁ ଏବଂ ଦେଶର ବିକାଶ ଯାତ୍ରା ଅହରହ ଜାରି ରହିବ । ଏହି ପଦଯାତ୍ରା ମାଧ୍ୟମରେ ରାଜ୍ୟରୁ ସମସ୍ତ ପ୍ରକାର ଅରାଜକତାକୁ ମୂଳପୋଛ କରି ଏକ ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ଏକାଠି ହୋଇ କାମ କରନ୍ତୁ ।"
ଏହି ପଦଯାତ୍ରାରେ ଓଡ଼ିଶାର ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ପ୍ରମୁଖ ସାମିଲ ହୋଇଥିଲେ ।

लोकतंत्र का अपमान, बर्दाश्त नहीं करेगा हिंदुस्तान! संबलपुर में आयोजित ‘लोकतंत्र बचाओ - अराजकता हटाओ’ पदयात्रा में शामिल हुआ। ओडिशा के स्वाभिमान, अस्मिता और पूरे देश में लोकतंत्र की रक्षा के उद्देश्य से आयोजित इस पदयात्रा को जनता का अपार समर्थन मिल रहा है। माँ समलेश्वरी की पावन धरती से अराजकता और झूठ के खिलाफ अपनी आवाज बुलंद करने के लिए आज संबलपुर के युवा, महिलाएँ और आम नागरिक एकजुट हुए हैं।
— Dharmendra Pradhan (@dpradhanbjp) November 10, 2026
- "ରାଜନୈତିକ ବିଫଳତାକୁ ଲୁଚାଇବାକୁ କଂଗ୍ରେସର ଷଡ଼ଯନ୍ତ୍ର"
- ବିରୋଧୀଙ୍କୁ କଡ଼ା ସମାଲୋଚନା କଲେ ଧର୍ମେନ୍ଦ୍ର
ପଢନ୍ତୁ ଏହି ଖବର: ସାତ ଦିନିଆ ଓଡ଼ିଶା ଗସ୍ତରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
ଏନେଇ ସେ କହିଛନ୍ତି, "ଦେଶରେ ପ୍ରଜାତନ୍ତ୍ର ଓ ନିର୍ବାଚନ ଆୟୋଗ ରହିଛି ବୋଲି ଆଜି ଜଣେ ଗରିବ ଓଡ଼ିଆ ଜନଜାତି ଘରର ଝିଅ ଦେଶର ରାଷ୍ଟ୍ରପତି ଏବଂ ଗରିବ ଘରର ପିଲା ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। କିନ୍ତୁ ସାମନ୍ତବାଦୀ ନେହେରୁ-ଗାନ୍ଧୀ ପରିବାର ଏହାକୁ ସହି ନପାରି ଦେଶରେ ଅରାଜକତା ଓ ରିଜିମ୍ ଚେଞ୍ଜର କଥା କହୁଛନ୍ତି । ଓଡ଼ିଶାର ସ୍ୱାଭିମାନ, ଅସ୍ମିତା ଏବଂ ସମଗ୍ର ଦେଶରେ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଆୟୋଜିତ ଏହି ପଦଯାତ୍ରାକୁ ଜନସାଧାରଣଙ୍କ ବିପୁ ସମର୍ଥନ ରହିଛି । ଓଡ଼ିଶାର ଗାଁ ଗଣ୍ଡାରୁ ଆରମ୍ଭ କରି ପ୍ରତିଟି ଘରେ ମାଆ ସମଲେଶ୍ୱରୀ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଏହି ବାର୍ତ୍ତା ପହଞ୍ଚାଇବାକୁ ହେବ ଯେ, ମୋଦୀ କେଉଁଆଡେ ବି ଯିବେ ନାହିଁ ଏବଂ ଦେଶର ବିକାଶ ଯାତ୍ରା ଅହରହ ଜାରି ରହିବ । ଏହି ପଦଯାତ୍ରା ମାଧ୍ୟମରେ ରାଜ୍ୟରୁ ସମସ୍ତ ପ୍ରକାର ଅରାଜକତାକୁ ମୂଳପୋଛ କରି ଏକ ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ଏକାଠି ହୋଇ କାମ କରନ୍ତୁ ।"
ଏହି ପଦଯାତ୍ରାରେ ଓଡ଼ିଶାର ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ପ୍ରମୁଖ ସାମିଲ ହୋଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories