Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆନ୍ଦୋଳନରେ କର୍ମଚାରୀ ; ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ୍ ହସ୍ପିଟାଲ୍

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆନ୍ଦୋଳନରେ କର୍ମଚାରୀ ; ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ୍ ହସ୍ପିଟାଲ୍

ଭୁବନେଶ୍ବର : ଆନ୍ଦୋଳନରେ ସଫେଇ କର୍ମଚାରୀ । ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ୍ ହସ୍ପିଟାଲ୍ । ଚାରିଆଡେ ପଡ଼ି ରହିଛି ଅଳିଆ ଆବର୍ଜନା । ଗତକାଲିଠୁ କ୍ୟାପିଟାଲ ହସ୍ପିଟାଲ୍ ପରିସରରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ ଚଳାଇଛନ୍ତି । 26 ଦିନ ବଦଳରେ 30 ଦିନର ଦରମା ସହ ପୂଜା ବୋନସ୍ ଦାବିରେ ଆନ୍ଦୋଳନରେ ବସିଛନ୍ତି ହସ୍ପିଟାଲ୍‌ର ସଫେଇ କର୍ମଚାରୀ । କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛନ୍ତି ସଫେଇ କର୍ମଚାରୀ । ଫଳରେ ହସ୍ପିଟାଲରେ ସଫେଇ କାମ ଠପ୍ ହୋଇଯାଇଛି । ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ ।

ଅଧିକ ପଢନ୍ତୁ ଓଡିଶା ଖବର

ସେପଟେ କ୍ୟାପିଟାଲ ହସ୍ପିଟାଲ୍ ଅଧିକ୍ଷକ ପ୍ରତିକ୍ରିୟା ରଖି କହିଛନ୍ତି, ବିନା ଅନୁମତିରେ ସଫେଇ କର୍ମଚାରୀ ଧାରଣାରେ ବସିଛନ୍ତି । ଦରମା ବୃଦ୍ଧି ଓ ବୋନସ୍ ନେଇ କୁଇସ୍ ମ୍ୟାନେଜମେଣ୍ଟ ବୁଝିବା ସହିତ କଥା ହେବ ଉଚିତ । ଧାରଣା ନେଇ ମ୍ୟାନେଜମେଣ୍ଟଙ୍କୁ ଚିଠି ଲେଖି ଜଣାଇଛୁ । ସଫେଇ କର୍ମଚାରୀ କମ୍ପାନୀ ଓ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିବା ନେଇ କ୍ୟାପିଟାଲ ଥାନା ଅଧିକାରୀ ଡାକିଛନ୍ତି । ହସ୍ପିଟାଲ ସଫେଇ ନହେବ ଓ ବିନା ଅନୁମତିରେ ଧାରଣାରେ ବସିବା ନେଇ ସ୍ବାସ୍ଥ୍ୟ ବିଭାଗକୁ ଚିଠି ହୋଇଛି । ଏହା ସହ ବିଏମସି, ଜିଲ୍ଲାପାଳ, ଏନଏଚଏମଙ୍କୁ ଚିଠି ଲେଖି ଅବଗତ କରାଯାଇଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ଅଧିକ୍ଷକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
sanitation worker protest, Garbage in capital hospital | Argus News