Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସଂକଳ୍ପ ପତ୍ର ହିଁ ‘ମୋଦିଜୀଙ୍କ ଗ୍ୟାରେଣ୍ଟି’

Odisha

ସଂକଳ୍ପ ପତ୍ର ହିଁ ‘ମୋଦିଜୀଙ୍କ ଗ୍ୟାରେଣ୍ଟି’

Jitendra Dash
Browse all articles by Jitendra Dash
·2 years ago·2 min read
ସଂକଳ୍ପ ପତ୍ର ହିଁ ‘ମୋଦିଜୀଙ୍କ ଗ୍ୟାରେଣ୍ଟି’

ଅର୍ଗସ ବ୍ୟୁରୋ : ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ପତ୍ର ପ୍ରସ୍ତୁତି ପାଇଁ ଲୋକମାନଙ୍କ ଅଭିମତ ସଂଗ୍ରହ କରାଯାଇଛି । କେନ୍ଦୁଝର ଜିଲ୍ଲା କାର୍ଯ୍ୟାଳୟରେ “ବିକଶିତ ଓଡ଼ିଶା ବିକଶିତ ଭାରତ” ସଂକଳ୍ପ ପତ୍ରର ଅଭିମତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଡ.ଏମ୍ ଚୁବା ଆଓ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସଂକଳ୍ପ ପତ୍ର ପ୍ରସଙ୍ଗରେ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ।

ଡ. ଆଓ କହିଛନ୍ତି ଯେ, ସଂକଳ୍ପ ପତ୍ର ପ୍ରକାଶ ପାଇବା ପୂର୍ବରୁ ଭାରତୀୟ ଜନତା ପାର୍ଟି ତରଫରୁ ସମଗ୍ର ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ବିଭିନ୍ନ ବର୍ଗର ଲୋକମାନଙ୍କ ଅଭିମତ ସଂଗ୍ରହ କରାଯାଉଛି । ମାର୍ଚ୍ଚ ୧୧ ତାରିଖ ଦିନ ଓଡ଼ିଶାର ୨୧ଟି ସଂସଦୀୟ କ୍ଷେତ୍ର ଅଧିନସ୍ଥ ୧୪୭ଗୋଟି ବିଧାନସଭାକୁ ୩୪ଟି ଭିଡିଓ ଭ୍ୟାନ/ପ୍ରଚାର ଗାଡି ଯାତ୍ରା କରିଛି । ଏହି ସବୁ ଗାଡିରେ ମତାମତ ପେଟିକା ଓ ସଂକଳ୍ପପତ୍ର ବିଧାନସଭାକ୍ଷେତ୍ର ପର୍ଯ୍ୟନ୍ତ ପଠାଯାଇଛି । ଏହା ପ୍ରତ୍ୟେକ ବିଧାନସଭାରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ମତାମତ ସଂଗ୍ରହ କରିବ । ପ୍ରତ୍ୟେକ ପଂଚାୟତ ଓ ସହରାଚଂଳରୁ ମୋଦି ସରକାରଙ୍କଠାରୁ ୧୪୦ କୋଟି ଲୋକଙ୍କର ଆଶା, ଆକାଂକ୍ଷା ଓ ସ୍ୱପ୍ନର ସଂକଳ୍ପ ପତ୍ର ପାଇଁ ଅଭିମତ ଗ୍ରହଣ କରାଯାଇ ଦିଲ୍ଲୀକୁ ପଠାଯିବ । ଏହି ମତାମତକୁ ଆସନ୍ତା ୨୦୨୪ ସାଧାରଣର ନିର୍ବାଚନୀ ସଂକଳ୍ପଭାବେ ବିଜେପି ଗ୍ରହଣ କରିବ । ଅଧିକରୁ ଅଧିକ ସଂଖ୍ୟକ ଜନସାଧାରଣ ଉକ୍ତ ପ୍ରଚାର ଗାଡି ନିକଟକୁ ଆସି ନିଜର ସୁଚିନ୍ତିତ ମତାମତ ସହିତ ନିଜର ନାମ, ଠିକଣା ଓ ଫୋନ ନମ୍ବର ପ୍ରଦାନ କରିବେ ଯାହାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବ । ଏହା ସହ ୯୦୯୦୯୦୨୦୨୪ନମ୍ବରକୁ ମିସ୍ କଲ୍ ଏବଂ ନରେନ୍ଦ୍ର ମୋଦି ଆପ୍‌ରେ ନିଜର ଅଭିମତ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପ୍ରେରଣ କରିପାରିବେ ।

ସାଧାରଣ ଜନତାଙ୍କୁ ବିକଶିତ କରିବା ସହିତ ଆଗାମୀ ୨୦୪୭ସୁଧା ଭାରତକୁ ବିଶ୍ୱଗୁରୁ ତଥା ବିକଶିତ କରିବାର ଲକ୍ଷ୍ୟରେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ’ ହିଁ ମୋଦିଙ୍କ ଗ୍ୟାରେଂଟି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁ ପ୍ରୟାସ ଆରମ୍ଭ କରିଛି । ତୃତୀୟଥର ବିଜେପି କ୍ଷମତାକୁ ଆସିଲେ କ’ଣ ସବୁ ଜନମଙ୍ଗକାରୀ ଯୋଜନା ଲାଗୁ କରିବା ଆବଶ୍ୟକ ସେ ନେଇ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁ ପ୍ରୟାସ ଆରମ୍ଭ ହୋଇଛି । ବିଭିନ୍ନ ରାଜ୍ୟ ତଥା ବିଭିନ୍ନ ବର୍ଗର ଲୋକମାନଙ୍କର ଅଭିମତ ସଂଗ୍ରହ କରାଯାଇ ଭାରତୀୟ ଜନତା ପାର୍ଟିର ସଂକଳ୍ପପତ୍ର ତିଆରି ହେବ । ଏହା କେବଳ ପ୍ରତିଶୃତି ପତ୍ର ନୁହେଁ ବରଂ ସଂକଳ୍ପ ପତ୍ର ହେବ ବୋଲି ଡ.ଆଓ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ସଂକଳ୍ପ ପତ୍ର ପାଇଁ ରାଜ୍ୟର ବିଭିନ୍ନ ବୁଦ୍ଧିଜୀବି ବର୍ଗ ତଥା ସାମାଜିକ ଅନୁଷ୍ଠାନ ତରଫରୁ ଅନେକ ସଂଖ୍ୟାରେ ଅଭିମତ ରାଜ୍ୟକୁ ଆସୁଛି । ରାଜ୍ୟ ସଂକଳ୍ପ ପତ୍ର କମିଟିର ସଦସ୍ୟମାନେ ସେମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ସହିତ ମତାମତ ସଂଗ୍ରହ କରୁଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ କଥାକୁ ବିଜେପି ତାର ସଂକଳ୍ପପତ୍ରରେ ଗୁରୁତ୍ୱ ଦେବ, ଯାହା କେନ୍ଦ୍ରୀୟ ସଂକଳ୍ପପତ୍ର ପ୍ରସ୍ତୁତିରେ ନିଶ୍ଚିତ ସହାୟକ ହେବ ବୋଲି ଡ.ଆଓ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ମୋହନ ମାଝୀ, ପୂର୍ବତନ ସାଂସଦ ଅନନ୍ତ ନାୟକ, କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜମହନ୍ତ ବର୍ମା, ସୁକଦେବ ମହନ୍ତ, ରାଜ୍ୟ ଶିକ୍ଷକ ପ୍ରକୋଷ୍ଠ ସଂଯୋଜକ ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖଙ୍କ ସମେତ ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Argus Whatsapp Channel Mobile Top
Sponsored
Sankala Patra is 'Modiji's guarantee' | Argus News