Crime In Odisha / ଦୁଷ୍କର୍ମ ଅଭିଯୁକ୍ତ ଶରଣକୁଳ ଥାନାର ପୂର୍ବତନ IIC ଫେରାର୍; ଗିରଫ ପାଇଁ କ୍ରାଇମବ୍ରାଞ୍ଚର ରେଡ୍
·59 mins ago·2 min read

Key Points
ଶରଣକୁଳ ଥାନାର ପୂର୍ବତନ IICଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ
ଦୁଷ୍କର୍ମ ଅଭିଯୋଗର ଅଭିଯୁକ୍ତ ପୂର୍ବତନ IIC ସୁଜିତ କୁମାର ଦାସ
ସୁଜିତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ କ୍ରାଇମବ୍ରାଞ୍ଚର ରେଡ୍
ଗିରଫ ପାଇଁ NBW ଜାରି, ଭୁବନେଶ୍ଵରରେ ମଧ୍ୟ ଚଢ଼ାଉ

ଭୁବନେଶ୍ଵର: ବନ୍ଧାହେବେ ପୂର୍ବତନ ଆଇଆଇସି । ଖୋଜୁଛି କ୍ରାଇମବ୍ରାଞ୍ଚ । ନୟାଗଡ଼ ଶରଣକୁଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ପକ୍ଷରୁ ସୁଜିତଙ୍କ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଘରେ ଚଢ଼ାଉ କରାଯାଇଛି ।
ଶରଣକୁଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସଙ୍କ ନାଁରେ ଜାମିନ ବିହୀନ ଗିରଫ ଫରୱାନା (NBW) ଜାରି ପରେ କ୍ରାଇମବ୍ରାଞ୍ଚ ରେଡ୍ ଆରମ୍ଭ କରିଛି । ଦୁଷ୍କର୍ମ ଅଭିଯୋଗର ଅଭିଯୁକ୍ତ ପୂର୍ବତନ ଶରଣକୁଳ ଥାନା ଆଇଆଇସି ସୁଜିତ କୁମାର ଦାସ ଏବେ ଫେରାର ଅଛନ୍ତି ।
ଏଥିସହ ପଢ଼ନ୍ତୁ: ରାଜଧାନୀରେ ଘର ଆଗରୁ ଲୁଟିନେଲେ ଚେନ୍; ପୂଜା କରୁଥିଲେ ମହିଳା
ପୂର୍ବରୁ ମହିଳା ଜଣଙ୍କ ନୟାଗଡ଼ ଏସ୍ପିଙ୍କୁ ଦେଖା କରି ଶରଣକୁଳ ଥାନାର ଆଇଆଇସିଙ୍କ ନାଁରେ ଅଭିଯୋଗ କରିଥିଲେ । ଯାହାପରେ ସୁଜିତଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା ମହିଳାଙ୍କ ଅଭିଯୋଗ ଆଧାରରେ ଶରଣକୁଳ ଥାନା ଅଧିକାରୀ ସୁଜିତଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା ।
ସୂଚନା ଅନୁସାରେ, ଶରଣକୁଳ ଥାନା ଅଞ୍ଚଳର ଜଣେ ମହିଳାଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ଜାଗାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଗ୍ରାମବାସୀ ମହିଳାଙ୍କ ଘର ଭାଙ୍ଗି ଦେଇଥିଲେ । ମହିଳା ଶରଣକୁଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସ ମହିଳାଙ୍କୁ ମାମଲାରେ ସହଯୋଗ କରିବାକୁ କହି ଫୋନ୍ ନମ୍ବର ନେଇଥିଲେ । କିଛି ଦିନ ଫୋନ୍ରେ କଥା ହେବା ପରେ ମହିଳାଙ୍କ ଫୋନ୍କୁ ଅଶ୍ଳୀଳ ଫଟୋ ପଠାଇଥିଲେ ।
ଅନେକ ସମୟରେ ଥାନା ଅଧିକାରୀ ଅଭଦ୍ର ଭାଷାରେ କଥା ହେଉଥିଲେ । ଏପରିକି ଭିଡିଓ କଲ୍ କରି ନିଜ ଶରୀର ପ୍ରଦର୍ଶନ କରିବା ସହ ମହିଳାଙ୍କୁ ବି ବାଧ୍ୟ କରୁଥିଲେ । ହେଲେ ମହିଳା ରାଜି ହୋଇ ନଥିଲେ । ଦିନେ ମହିଳା ନୟାଗଡ଼ ପିଟିଏସ୍ ଛକରେ ଠିଆ ହୋଇଥିବା ବେଳେ ଥାନା ଅଧିକାରୀ ତାଙ୍କୁ ଦେଖି ଗାଡ଼ିରେ ନିଜ ଭଡ଼ାଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ପୀଡ଼ିତା ।
ହାଇକୋର୍ଟରେ ଆଗୁଆ ଜାମିନ ଖାରଜ ସହ ତଳ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ସୁଜିତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ ଶରଣକୁଳ ଥାନାରେ ମାମଲା ହୋଇଥିବା ବେଳେ ପରେ କ୍ରାଇମବ୍ରାଞ୍ଚର CAWକୁ ହସ୍ତାନ୍ତର ହୋଇଥିଲା ।
ଏଥିସହ ପଢ଼ନ୍ତୁ: ତହସିଲଦାରଙ୍କ ଉପରେ ଖସିଲା ନିଲମ୍ବନ ଖଣ୍ଡା; ଜମି ଜାଲିଆତି ମାମଲାରେ ଆକ୍ସନ୍
ପୂର୍ବରୁ ସୁଜିତ ଆଗୁଆ ଜାମିନ ଆବେଦନ କରିବା ସହ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ହାଇକୋର୍ଟ । ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହୋଇଥିଲେ । ତଦନ୍ତକାରୀ ସଂସ୍ଥା ସୁଜିତଙ୍କ ଡାକ୍ତରୀ ମାଇନା କରିବା ସହ ତାଙ୍କ ବୟାନ ରେକର୍ଡ କରିଥିଲା ।
ଅନ୍ତରୀଣ ସୁରକ୍ଷା ହଟାଇବା ପାଇଁ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କୁ ଅନୁରୋଧ କରିବା ସହ ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରିଥିଲା । ସମସ୍ତ ତଥ୍ୟ ପ୍ରମାଣ ସହ ଗତ ୨୦ ତାରିଖ ଦିନ ଏହି ମାମଲାର ଶୁଣାଣି କରି ଆଇଆଇସି ସୁଜିତ କୁମାର ଦାସଙ୍କ ଅନ୍ତରୀଣ ସୁରକ୍ଷା ହଟାଇ ଦେଇଛନ୍ତି ହାଇକୋର୍ଟ । ଯାହାପରେ ଗିରଫଦାରୀ ଭୟରେ ସୁଜିତ ଫେରାର୍ ହୋଇ ଯାଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories