Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଦ୍ୟାଦାୟିନୀଙ୍କ ଆରାଧନାରେ ଉତ୍ସବ ମୁଖର ପରିବେଶ

Odisha

ବିଦ୍ୟାଦାୟିନୀଙ୍କ ଆରାଧନାରେ ଉତ୍ସବ ମୁଖର ପରିବେଶ

Jitendra Dash
Browse all articles by Jitendra Dash
·2 years ago·1 min read
ବିଦ୍ୟାଦାୟିନୀଙ୍କ ଆରାଧନାରେ ଉତ୍ସବ ମୁଖର ପରିବେଶ

ଅର୍ଗସ ବ୍ୟୁରୋ : ଜ୍ଞାନଦାୟିନୀ ମା’ ସରସ୍ବତୀଙ୍କ ଆରାଧନା ପାଇଁ ଚାରିଆଡ଼େ ଉତ୍ସାହ । ସ୍କୁଲ କଲେଜରେ ମା’ ବାଗ୍‌ଦେବୀଙ୍କ ପୂଜା । ଯେଉଁଥିପାଇଁ ସକାଳୁ ସକାଳୁ ହିଁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଗହଳି ଦେଖିବାକୁ ମିଳିଥିଲା । ସେହିପରି ବିଭିନ୍ନ ସ୍ଥାନରେ ମଧ୍ୟ ବିଦ୍ୟାଦାୟିନୀ ମାଆ ସରସ୍ବତୀଙ୍କର ଆରାଧନା କରାଯାଇଛି । ବାଲେଶ୍ବରରୁ ବ୍ରହ୍ମପୁର, ଭୁବନେଶ୍ବରରୁ ଭବାନୀପାଟଣା ସବୁଠି ଭକ୍ତିମୟ ପରିବେଶ । ଶ୍ରଦ୍ଧାଳୁମାନେ ନିଜ ଘରେ ବି ମା’ ସରସ୍ବତୀଙ୍କ ପୂଜା କରୁଛନ୍ତି । 

ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ବତୀଙ୍କୁ ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟଗୁଡ଼ିକରେ ପୂଜାର୍ଚ୍ଚନା କରାଯାଏ । ହିନ୍ଦୁଧର୍ମରେ ସରସ୍ଵତୀଙ୍କୁ ଜ୍ଞାନର ଦେବୀ ବୋଲି ଅଭିହିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ମା’ଙ୍କ ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ବିଦ୍ୟାର୍ଥୀ, ପୁସ୍ତକ ଓ କଲମ ମା’ଙ୍କ ନିକଟରେ ରଖ୍ ପୂଜା କରିଥାନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି  ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ମଧ୍ୟ ରଥ କାଠ ଅନୁକୂଳ ହୋଇଛି । ବିଶ୍ବ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ଆଜି ହେଉଛି ପ୍ରଥମ ପର୍ବ। ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆସିଥିବା କାଠ ରଥ ଖଳାରେ ଆଜି ଅନୁକୁଳ ହୋଇଛି । ଏଥିଲାଗି ଗତକାଲି ରଥଖଳାକୁ ପରିଷ୍କାର କରାଯିବା ସହ ତିନିରଥର ତିନୋଟି ଧଉରା କାଠକୁ ରଖାଯାଇଥିଲା । ଆଜି ସଂଧ୍ୟା ବେଳେ ବ୍ରାହ୍ମଣ ଓ ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିଛନ୍ତି । ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ ।
 

Painting
Sponsored
saraswati puja 2024 | Argus News