|
logo
Live
Argus News App
GET APP

Argus News - ଗାଡକଣସ୍ଥିତ ‘କୃତ୍ରିମ ଅଳିଆ ପାହାଡ’ସ୍ଥଳ ପରିଦର୍ଶନ କଲେ ବୁଦ୍ଧିଜୀବୀ ପ୍ରକୋଷ୍ଠ

Odisha

ଗାଡକଣସ୍ଥିତ ‘କୃତ୍ରିମ ଅଳିଆ ପାହାଡ’ସ୍ଥଳ ପରିଦର୍ଶନ କଲେ ବୁଦ୍ଧିଜୀବୀ ପ୍ରକୋଷ୍ଠ

Jitendra Dash
Browse all articles by Jitendra Dash
·2 years ago·4 min read
ଗାଡକଣସ୍ଥିତ ‘କୃତ୍ରିମ ଅଳିଆ ପାହାଡ’ସ୍ଥଳ ପରିଦର୍ଶନ କଲେ ବୁଦ୍ଧିଜୀବୀ ପ୍ରକୋଷ୍ଠ

ଅର୍ଗସ ବ୍ୟୁରୋ : ଦୁର୍ନୀତି, ଭ୍ରଷ୍ଟାଚାର,ବ୍ୟଭୀଚାରର ପାହାଡ’ରାଜ୍ୟର ଶାସନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିସାରିଛି, ଯାହାକି ସାଧାରଣ ଜନତାଙ୍କୁ ଅତ୍ୟବ୍ୟସ୍ତ କରିସାରିଲାଣି । ଗୋଟିଏ ପଟେ ରାଜଧାନୀରେ ବିଏମସି ପ୍ରଶାସନ ସ୍ଥାଣୁ ପାଲଟି ସାରିଥିବାବେଳେ ଅନ୍ୟ ପଟେ ରାଜ୍ୟ ସରକାର ଅନ୍ଧ, ମୁକ, ବଧିର ପାଲଟିଛନ୍ତି । ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ବିଜେପି ତରଫରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଏବଂ ଏହି ଆନ୍ଦୋଳନ ପ୍ରତି ପୂର୍ଣ୍ଣ ସମର୍ତନ ରହିଛି ବୋଲି ଆଜି ଗାଡକଣସ୍ଥିତ ‘କୃତ୍ରିମ ଅଳିଆ ପାହାଡ’ସ୍ଥଳ ପରିଦର୍ଶନ କରି ବିଜେପିର ସତ୍ୟାଗ୍ରହ ସ୍ଥଳରେ ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ସଦସ୍ୟମାନେ ସତ୍ୟାଗ୍ରହରେ ବସିଥିଲେ।

ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ମାର୍ଟ ସିଟି ଭୁବନେଶ୍ୱରବାସୀଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡିଛି । ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣସ୍ଥିତ ‘ଅସ୍ଥାୟୀ ଡମ୍ପିଂ ୟାର୍ଡ’ଆଜି ‘ସ୍ଥାୟୀ ଡମ୍ପିଂ ୟାର୍ଡ’ରେ ପରିଣତ ହୋଇ କୃତ୍ରିମ ପାହାଡର ଭ୍ରମ ସୃଷ୍ଟି କରିଛି । ଅଳିଆ ଆବର୍ଜନାପୂର୍ଣ୍ଣ ଏହି କୃତ୍ରିମ ପାହାଡରୁ ନିର୍ଗତ ଅସହ୍ୟ ର୍ଦୁଗନ୍ଧ କାରଣରୁ ଲୋକଙ୍କ  ଜୀବନ ଅତିଷ୍ଠ ହୋଇପଡିଛି । ଲୋକେ ଗୃହ ବନ୍ଦୀ ହୋଇ ରହିଛନ୍ତି ।ଏହାକୁ ସମ୍ପୂର୍ଣ ଉଚ୍ଛେଦ ପାଇଁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସୈନିକ ସ୍କୁଲ ସମ୍ମୁଖରେ ଆରମ୍ଭ ହୋଇଥିବା ସତ୍ୟାଗ୍ରହ ଆଜି ଅଷ୍ଟମ ଦିନରେ ପହଁଚିଛି। ସାଧାରଣତଃ ବର୍ଷା ହେଲେ ଏହି ଡମ୍ପିଂ ୟାର୍ଡ ରୁ ଅସହ୍ୟ ଦୁର୍ଗନ୍ଧ ବାହାରେ। ମାତ୍ର ଦୁଇ ମାସ ହେବ ଭୁବନେଶ୍ୱର କୁ ବର୍ଷା ହୋଇନାହିଁ ପାଗ ଶୁଖିଲା ରହିଛି। ହେଲେ ଆଗାମୀ ତିନି ଦିନ ବର୍ଷାର ସମ୍ଭାବନା ରହିଛି। ବର୍ତ୍ତମାନ ବାହାରୁଥିବା ଦୁର୍ଗନ୍ଧରେ ସ୍ଥାନୀୟ ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ତ୍ରାହି ତ୍ରାହି ଡାକିଲେଣୀ। ଯଦି ବର୍ଷା ହୁଏ ତେବେ ଏହି ଅଞ୍ଚଳରେ ବସବାସ ଓ ଚଳପ୍ରଚଳ ଅସମ୍ଭବ ହୋଇପଡିବ। ବିଏମସି ଜନବସତି ମଧ୍ୟରେ ଅଳିଆ ପାହାଡ କରିନିତ, ଲୋକଙ୍କ ମୃତ୍ୟୁ ଲାଗି ଶଯ୍ୟା ପସ୍ତୁତ କରିଛି। ସ୍ଥାନୀୟ ଜନସାଧାରଣ ଏହି ଅଞ୍ଚଳ ଛାଡ଼ିବାରେ ଲାଗିଲେଣି। ଏଣୁ ଏହି ସତ୍ୟାଗ୍ରହକୁ ଭୁବନେଶ୍ୱରବାସୀଙ୍କ ବିପୁଳ ସମର୍ଥନ ଦେଖିବାକୁ ମିଳୁଛି , ଏପରିକି ଏଥିରେ ସ୍ଥାନୀୟ ଜନସାଧାରଣ ଆସି ଜୋଡ଼ି ହେଉଛନ୍ତି । ଅସୁସ୍ଥ ପରିବେଶ,ବାୟୁ ପ୍ରଦ୍ୟୁଷଣ ଓ ଅସହ୍ୟ ର୍ଦୁଗନ୍ଧ କାରଣରୁ ସ୍ଥାନୀୟ ଅଂଚଳବାସୀ ଘରର କବାଟ ବନ୍ଦ କରି ରହିବା ସହିତ ମୁହଁରେ ମାସ୍କ ପିନ୍ଧୁଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପରିକି ଚର୍ମରୋଗ, ଶ୍ୱାସରୋଗ ଓ କ୍ୟାନସର ଭଳି ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି । ରାଜ୍ୟ ସରକାରଙ୍କ ଏଭଳି ଅମାନୁଷିକ ପଦକ୍ଷେପ ନେବା କାରଣରୁ ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା ପକ୍ଷରୁ ‘ଡମ୍ପିଂ ୟାର୍ଡ’କୁ ନେଇ ସତ୍ୟାଗ୍ରହ ରେ ବସିଛି। ଭୁବନେଶ୍ଵରକୁ ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବାରେ ବିଜୁ ଜନତା ଦଳ ୧ ନମ୍ବର। ବିଜୁ ଜନତା ଦଳର ବିଧାୟକ ମାନେ ଓ ମେୟର ନୈତିକତା ଦୃଷ୍ଟିରୁ ରାଜଧାନୀ ବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ସ୍ଥାନୀୟ ଅଞ୍ଚଳରେ ଏଥିପାଇଁ ରୋଗରେ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ। ଏହି ଦୁର୍ଗନ୍ଧ ପରିବେଶ ପାଇଁ ଭୁବନେଶ୍ୱରବାସିନ୍ଦାଙ୍କ ଦୁଃଖ ଓ ଧର୍ଯ୍ୟର ସୀମାକୁ ରାଜ୍ୟ ସରକାର ପରୀକ୍ଷା ନକରି ଏହାର ସୁବ୍ୟବସ୍ଥା କରନ୍ତୁ । ନବୀନ ବାବୁ ଏହି ‘ଡମ୍ପିଂ ୟାର୍ଡ’ର ସ୍ଥାୟୀ ସମାଧାନ ନକଲେ ଭାରତୀୟ ଜନତା ପାର୍ଟି ଏହି ସତ୍ୟାଗ୍ରହକୁ ଜାରି ରଖିବ।ଏହି ସମସ୍ୟାର ସ୍ତାଇ ସମାଧାନ ନ କରାଗଲେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଆଇନି ଅମାନ୍ୟ ଆନ୍ଦୋଳନ ,ଜେଲ୍ ଭର ଅନ୍ଦୋଳନାତ୍ମ କାର୍ଯ୍ୟପନ୍ଥା ଗ୍ରହଣ କରିବ। ଅଳିଆ ପାହାଡ଼ କରି ଦାୟିତ୍ବ ନନେଲେ ଭୁବନେଶ୍ୱରବାସୀ ସେ ଦାୟିତ୍ବ ନେବାକୁ ପସ୍ତୁତ । ତେଣୁ ମେୟର ମହୋଦୟଙ୍କୁ ବିନମ୍ବର ଅନୁରୋଧ ସେ ଦାୟିତ୍ବ ଛାଡ଼ିଦିଅନ୍ତୁ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି।

ଲୋକଙ୍କର ସାଧାରଣ ଜୀବନ ବିପଦଜନକ ପରିସ୍ଥିତି ରେ ଥିବାବେଳେ ଦାୟିତ୍ବରେ ଥିବା ବିଜୁ ଜନତା ଦଳର ବିଧାୟକ ଓ ମେୟରଙ୍କ ନିରବତା ସାଧାରଣ ଲୋକମାନଙ୍କ ଭିତରେ ଭୟ ଓ ନିରୁତ୍ସାହ ସୃଷ୍ଠି କରୁଛି। ତେଣୁ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ଵ ଦେଇ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ।ବହୁ ବୟସ୍କବ୍ୟକ୍ତି ଓ ଛୋଟ ପିଲା ମାନେ ଏହାର ଶିକାର ହେଲେଣି। ମନ୍ଦିର ମାଳିନୀ ରାଜଧାନୀ ସହରକୁ କନ୍ଧିଆ ସହର ଭାବରେ ପରିଣତ କରିଥିବା ବିଜୁ ଜନତା ଦଳ ର ନେତା ମାନଙ୍କୁ ଯେତେ ଧିକ୍କାର କଲେବି କମ୍ ହେବ।ବିଜୁ ଜନତା ଦଳ କେବଳ ରାଜନୀତି କରିବାରେ ବେସ୍ତ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ରେ ନୁହେଁ ,ଏହା ନୈତିକ ହିନ ରାଜନେତା ମାନଙ୍କ ଲକ୍ଷଣ। ସ୍ବଚ୍ଛତା ନାମରେ କୋଟି କୋଟି ଟଙ୍କା ଦୁର୍ନୀତି କରିବା ଓ ସାଧାରଣ ଲୋକଙ୍କ ଟଙ୍କା ଲୁଟି ଖାଇବା ବିଜୁ ଜନତା ଦଳର ଅଭ୍ୟାସ। ଏହି ଆନ୍ଦୋଳନ ଲୋକଙ୍କ ପାଇଁ ଚାଲିଛି ଓ ଆଗକୁ ମଧ୍ୟ ଏଭଳି ଚାଲିଥିବ ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହଛନ୍ତି।

ସ୍ବଚ୍ଛତା ନାମରେ କୋଟି କୋଟି ଟଙ୍କା ଦୁର୍ନୀତି କରିବା ଓ ସାଧାରଣ ଲୋକଙ୍କ ଟଙ୍କା ଲୁଟି ଖାଇବା ବିଜୁ ଜନତା ଦଳର ଅଭ୍ୟାସ। ଏହି ଆନ୍ଦୋଳନ ଲୋକଙ୍କ ପାଇଁ ଚାଲିଛି ଓ ଆଗକୁ ମଧ୍ୟ ଏଭଳି ଚାଲିଥିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି । ଆଜିର ଏହି ଅଷ୍ଟମ ଦିନର ସତ୍ୟାଗ୍ରହରେ ଲେଫ୍ଟେନାଣ୍ଟ ଜେନେରାଲ ନାରାୟଣ ମହାନ୍ତି,ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ , ଭୁବନାନନ୍ଦ ତ୍ରିପାଠୀ, ଉମାକାନ୍ତ ମିଶ୍ର, ଶିଶିର ଚନ୍ଦ୍ର ଘୋଷ, ଡାକ୍ତର ରାଧାକାନ୍ତ ପ୍ରହରାଜ, ଡ଼. ପ୍ରୀତି ପ୍ରତିଭା ଭୋଳ, ପୂର୍ବତନ କାନାଡ଼ା ବ୍ୟାଙ୍କ ଡିଜିଏମ୍ ନିର୍ମଳ ଚନ୍ଦ୍ର ବେହେରା, ଇଞ୍ଜିନିୟର ସନ୍ତୋଷ କୁମାର ରାଉତ, ସମାଜ ସେବୀ ସ୍ମିତା ସାମନ୍ତ, ଆଡଭକେଟ ଲକ୍ଷ୍ମୀଧର ଦାସ, ସଜନ ଶର୍ମା, ଡାକ୍ତର ବିଶ୍ଵନାଥ ପଟ୍ଟନାୟକଙ୍କ ସମେତ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପିର ସମସ୍ତ ନେତୃତ ଉପସ୍ଥିତ ଥିଲେ।

Sponsored
ଗାଡକଣସ୍ଥିତ ‘କୃତ୍ରିମ ଅଳିଆ ପାହାଡ’ସ୍ଥଳ ପରିଦର୍ଶନ କଲେ ବୁଦ୍ଧିଜୀବୀ ପ୍ରକୋଷ୍ଠ | Argus News