Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଟଳ ବିଜେପି : ୨୧ ଦିନରେ ପହଞ୍ଚିଲା ବିଜେପିର ସତ୍ୟାଗ୍ରହ

Odisha

ଅଟଳ ବିଜେପି : ୨୧ ଦିନରେ ପହଞ୍ଚିଲା ବିଜେପିର ସତ୍ୟାଗ୍ରହ

Jitendra Dash
Browse all articles by Jitendra Dash
·2 years ago·1 min read
ଅଟଳ ବିଜେପି : ୨୧ ଦିନରେ ପହଞ୍ଚିଲା ବିଜେପିର ସତ୍ୟାଗ୍ରହ

ଅର୍ଗସ ବ୍ୟୁରୋ : ଗାଡକଣ ସୈନିକ ସ୍କୁଲଠାରେ ଥିବା ଡମ୍ପିଂୟାର୍ଡକୁ ଉଚ୍ଛେଦ ଦାବିରେ ୨୧ ଦିନରେ ପହଞ୍ଚିଛି ବିଜେପିର ସତ୍ୟାଗ୍ରହ । ଅଳିଆ ଆବର୍ଜନାର ଦୁର୍ଗନ୍ଧରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡ଼ିଥିବା ବେଳେ ଲୋକଙ୍କ ସ୍ବାର୍ଥ ପାଇଁ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ ହେଉଛି ଦଳ । ୨୧ ଦିନ ଧରି ସତ୍ୟାଗ୍ରହ ଚାଲିଥିଲେ ବି ଚୁପ ସରକାର । ପଦକ୍ଷେପ ନେଉନି ବିଏମସି । ଅଳିଆ ଆବର୍ଜନା ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ବିମେସି ମେୟରଙ୍କ ଅଜବ ବୟାନକୁ ନେଇ ସୃଷ୍ଟି ହୋଇଛି ଝଡ଼ । ଲୋକଙ୍କ ସମସ୍ୟା ମେୟରଙ୍କ ପାଇଁ ନୁହେଁ ମୁଦ୍ଦା । ତେଣୁ ବିଜେପି ଅଜଥା ରାଜନୀତି କରୁଥିବା କହିଛନ୍ତି ବିଏମସି ମେୟର । ଯାହାକୁ ନେଇ ତେଜିବାରେ ଲାଗିଛି ରାଜନୀତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗୋଟିଏ ପଟେ ସ୍ବଚ୍ଛ ସୁନ୍ଦର ସହର ନାରା ଦେଇ ବିଏମସି ବାହା ବା ନେଉଥିବା ବେଳେ ଦୁର୍ଗନ୍ଧରେ ଘାଣ୍ଟି ହେଉଛନ୍ତି ରାଜଧାନୀ ବାସିନ୍ଦା । ସମସ୍ୟାର ସମାଧାନ ପାଇଁ ତାରିଖ ପରେ ତାରିଖ ଆଉ କାଗଜ କଲମରେ ଚାଲିଛି କସରତ । କିନ୍ତୁ ଗ୍ରାଉଣ୍ଡ ଜିରୋରେ ଫଳ ଶୂନ । ଶୀଘ୍ର ଡମ୍ପିଂୟାର୍ଡକୁ ସ୍ଥାନାନ୍ତରିତ କରାନଗଲେ ଜନ ଅସନ୍ତୋଷ ମହାଆନ୍ଦୋଳନରେ ପରିଣତ ହେବ ବୋଲି ଚେତାଇ ଦେଇଛନ୍ତି ବୁଦ୍ଧିଜୀବୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ପ୍ରତିବାଦ ଓ ସତ୍ୟାଗ୍ରହ ପରେ ବି ନିଦାବିଷ୍ଣୁ ପାଲଟିଛନ୍ତି ସରକାର । ସେପଟେ ଲୋକଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଛି ବିଏମସି । ଡମ୍ପିଂୟାର୍ଡର ଆଜର୍ବନା ପାଇଁ ଲୋକେ ଅସୁସ୍ଥ ହେଉଥିବା ବେଳେ ରାଜଧାନୀରେ ଲୋକଙ୍କ ସ୍ବାସ୍ଥ୍ୟକୁ ବି ଦିଆଯାଉନି ଗୁରୁତ୍ବ । କେବେ ବିଏମସିର ସ୍ବଚ୍ଛ ସୁନ୍ଦର ସହର ନାରା ବାସ୍ତବ ରୂପ ନେବେ ଦେଖିବାକୁ ଅପେକ୍ଷା ।
 

Argus Whatsapp Channel Mobile Top
Sponsored
Satyagraha of BJP reached in 21 days | Argus News