Videos
|
Odisha

BJP Organisational Reshuffle / ବିଜେପି ସଂଗଠନକୁ ବଳ ଦେବାକୁ ବିଜେପିର ବଡ଼ ପ୍ଲାନ୍, ଓଡ଼ିଶା ସମେତ ୪ ରାଜ୍ୟର ଦାୟିତ୍ବରେ ସୌଦାନ ସିଂହ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବିଜେପି ସଂଗଠନକୁ ବଳ ଦେବାକୁ ବିଜେପିର ବଡ଼ ପ୍ଲାନ୍, ଓଡ଼ିଶା ସମେତ ୪ ରାଜ୍ୟର ଦାୟିତ୍ବରେ ସୌଦାନ ସିଂହ
BJP Organisational Reshuffle

Key Points

ବିଜେପି ସାଂଗଠନିକ ସ୍ତରରେ ବଡ଼ ସଂରଚନା
ଓଡ଼ିଶା ସମେତ ୪ ରାଜ୍ୟର ଦାୟିତ୍ବରେ ସୌଦାନ ସିଂହ
ଭୁବନେଶ୍ବରରୁ ହିଁ ୪ ରାଜ୍ୟର ସଂଗଠନ ସମ୍ଭାଳିବେ
୨୦୨୭ରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ, ଓଡ଼ିଶାରେ ବିଜେପି ସଂଗଠନକୁ ଆହୁରି ବଳ ଦେବା ପାଇଁ ବିଜେପିର ବଡ଼ ପ୍ଲାନ୍ । ଓଡ଼ିଶା ସମେତ ୪ ରାଜ୍ୟର ଦାୟିତ୍ବରେ ସୌଦାନ ସିଂହ । ଦଳର ରାଷ୍ଟ୍ରୀୟ ସଂଗଠନ ସହ ସାଧାରଣ ସମ୍ପାଦକ (ସଂଗଠନ) ଭାବେ ନିଯୁକ୍ତ ହୋଇଛନ୍ତି । ଭୁବନେଶ୍ବରରୁ ହିଁ ସମ୍ଭାଳିବେ ଚାରି ରାଜ୍ୟର ସଂଗଠନ ।

୨୦୨୭ରେ ପଞ୍ଚାୟତ ନିର୍ବାଚନ । ତା ପୂର୍ବରୁ ଓଡ଼ିଶାରେ ବିଜେପି ସଂଗଠନକୁ ଆହୁରି ମଜଭୁତ କରାଇବା ପାଇଁ ବିଜେପିର ବଡ଼ ପ୍ଲାନ୍ । ଓଡ଼ିଶା ସମେତ ଝାଡଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ବିଜେପି ଦାୟିତ୍ବ ସମ୍ଭାଳିବେ ସୌଦାନ ସିଂହ । ତାଙ୍କୁ ରାଷ୍ଟ୍ରୀୟ ସହ ସାଧାରଣ ସଂପାଦକ ସଂଗଠନ ଦାୟିତ୍ବ ଦେଇଛନ୍ତି ରାଷ୍ଟ୍ରୀୟ ସଭାପତି ନିତୀନ ନବୀନ । ଭୁବନେଶ୍ବରରେ ରହି ୪ ରାଜ୍ୟର କରିବେ ପରିଚାଳନା । ବିଜେପି ସଂଗଠନକୁ ମଜବୁତ କରିବା ପାଇଁ ଏହା ଏକ ବଡ଼ ସଂରଚନା । ଭାରତୀୟ ଜନତା ପାର୍ଟିର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଓ ବରିଷ୍ଠ ସଂଗଠକ ହେଉଛନ୍ତି ସୌଦାନ ସିଂହ ।

ଅଧିକ ପଢ଼ନ୍ତୁ: ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଖଣି ଲୁଟ୍‌ ଲୁଚାଇବାକୁ ବିଜେଡିର ନାଟକ, ବିଧାନସଭାକୁ ବନ୍ଦ କରି PMGରେ ବିକ୍ଷୋଭ


୨୦୧୪ରୁ ୨୦୧୯ ଯାଏଁ ଅରୁଣ ସିଂ ପ୍ରଭାରୀ ଥିବାବେଳେ ଓଡ଼ିଶା ଦାୟିତ୍ବରେ ଥିଲେ ସୌଦାନ୍ ସିଂହ । ଓଡ଼ିଶାରେ ବିଜେପିର ଜିଲ୍ଲା ଓ ବୁଥ୍ ସ୍ତରୀୟ ସଂଗଠନକୁ ସୁଦୃଢ଼ କରିବାରେ ବଡ଼ ଯୋଗଦାନ ରହିଛି । ଓଡ଼ିଶା ବିଜେପିର ବିଭିନ୍ନ ନିର୍ବାଚନୀ ରଣନୀତି, ଦଳୀୟ କାର୍ଯ୍ୟକ୍ରମ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ସଙ୍ଗଠିତ କରିବାରେ ରହିଛି ପ୍ରମୁଖ ଭୂମିକା । ଦୁଇଦିନ ତଳେ ଓଡ଼ିଶା ପ୍ରଭାରୀ ଭାବେ ଡି. ପୁରନ୍ଦେଶ୍ବରୀ ଓ ସ୍ବଦେଶ ସିଂଙ୍କୁ ସହପ୍ରଭାରୀ ଦିୟିତ୍ବ ଦିଆଯାଇଥିଲା । ଏବେ ନୂଆ ଟିମରେ ସଂଗଠନକୁ ଆଗକୁ ବଢାଇବାର ଦାୟିତ୍ବ ସୌଦାନଙ୍କ ଉପରେ ।

ସେପଟେ ମାନସ ମହାନ୍ତି ପୂର୍ବପରି ରାଜ୍ୟ ବିଜେପି ସଂଗଠନ ସାଧାରଣ ସଂପାଦକ ଦାୟିତ୍ବରେ ରହିବେ । ପୂର୍ବରୁ ଓଡ଼ିଶା ପ୍ରଭାରୀ ଭାବେ ଡି. ପୁରନ୍ଦେଶ୍ବରୀ ଓ ସ୍ବଦେଶ ସିଂଙ୍କୁ ସହ ପ୍ରଭାରୀ ଦାୟିତ୍ବ ଦିଆଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: