Videos
|
Odisha

Odisha Politics / ସୌଦାନ ସିଂଙ୍କ ଏଣ୍ଟ୍ରି ପରେ ବିଜେପି ଶିବିରରେ ତତ୍ପରତା; ୨୦୧୭ ଭଳି ପୁଣି ୨୦୨୭ ପାଇଁ ରଣନୀତି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ସୌଦାନ ସିଂଙ୍କ ଏଣ୍ଟ୍ରି ପରେ ବିଜେପି ଶିବିରରେ ତତ୍ପରତା; ୨୦୧୭ ଭଳି ପୁଣି ୨୦୨୭ ପାଇଁ ରଣନୀତି
Odisha BJP Election Strategy

Key Points

ଓଡ଼ିଶା ସଂଗଠନରେ ଜୋଶ୍ ଭରିଲେ ରାଷ୍ଟ୍ରୀୟ ସହ- ସଙ୍ଗଠନ ମହାମନ୍ତ୍ରୀ
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କ ଭିଡ଼
ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ସହ ବିଧାୟକ, ସମସ୍ତଙ୍କ ସହ ସୌଦାନ ସିଂଙ୍କ ମାରାଥନ ବୈଠକ
ଭୁବନେଶ୍ଵର: ଓଡ଼ିଶା ବିଜେପି ସଙ୍ଗଠନରେ ପୁଣି ଥରେ ଫୁଙ୍କା ହେଲାଣି 'ଜୋଶ୍' । କାରଣ ମଇଦାନକୁ ଓହ୍ଲାଇଛନ୍ତି ରଣନୀତିରୁ ମାହିର୍‌ ତଥା ବିଜେପିର ରାଷ୍ଟ୍ରୀୟ ସହ-ସଙ୍ଗଠନ ମହାମନ୍ତ୍ରୀ ସୌଦାନ ସିଂ । ଓଡ଼ିଶା ସମେତ ୪ଟି ରାଜ୍ୟର ଦାୟିତ୍ୱ ନେଇ ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜିଠୁ ଆରମ୍ଭ ହୋଇଛି ତାଙ୍କର ମାରାଥନ କାର୍ଯ୍ୟକ୍ରମ ।

ମହାପ୍ରଭୁଙ୍କ ଦର୍ଶନ ସାରି ସିଧାସଳଖ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ସହ କରିଛନ୍ତି 'ୱାନ୍ ଟୁ ୱାନ୍' ଆଲୋଚନା । 'ସଙ୍ଗଠନ ରହିଲେ ଦଳ ରହିବ' - ନେତାଙ୍କୁ ଏଭଳି ସ୍ପଷ୍ଟ ମନ୍ତ୍ର ଦେଇ ସୌଦାନ ସିଂ କେଉଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳର ନେତୃତ୍ଵଙ୍କୁ ଦେଇଛନ୍ତି ଟିପ୍ସ ।

ଏଥିସହ ପଢ଼ନ୍ତୁ: "ବୁଥ ସ୍ତରକୁ ଯାଅନ୍ତୁ, ସଂଗଠନ ଅଧିକ ଆହୁରି ସୁଦୃଢ କରନ୍ତୁ" 

ଓଡ଼ିଶା ବିଜେପି ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ପୁଣି ଥରେ ରାଜ୍ୟ ଗସ୍ତରେ ଆସିଛନ୍ତି ଦଳର ରାଷ୍ଟ୍ରୀୟ ସହ-ସଙ୍ଗଠନ ମହାମନ୍ତ୍ରୀ ସୌଦାନ ସିଂ । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାରର ଦାୟିତ୍ଵ ପାଇବା ପରେ ସେ ଭୁବନେଶ୍ଵରରେ ପହଞ୍ଚିଛନ୍ତି । ଗତକାଲି ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ, ଆଜିଠାରୁ ସେ ନିଜର ମିଶନ ଆରମ୍ଭ କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୋମବାର ରାଜ୍ୟ କାର୍ଯ୍ୟାଳୟରେ ସୌଦାନ ସିଂଙ୍କୁ ଭେଟିବାକୁ ନେତାଙ୍କ ପ୍ରବଳ ଭିଡ଼ ଜମିଥିଲା । ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ ଓ ବିଧାୟକ ତାଙ୍କୁ ଭେଟି ଆଲୋଚନା କରିଛନ୍ତି । ଦଳର ସାଙ୍ଗଠନିକ ସ୍ଥିତି ବାବଦରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସୌଦାନ । 'ସଙ୍ଗଠନ ରହିଲେ ଦଳ ରହିବ, ତେଣୁ ସଙ୍ଗଠନକୁ ସାଙ୍ଗରେ ନେଇ ଚାଲନ୍ତୁ । ବିଧାୟକମାନଙ୍କୁ ଦେଇଛନ୍ତି କଡ଼ା ପରାମର୍ଶ । ଲୋକଙ୍କ ପାଖରେ ରହି ସମସ୍ୟାର ସମାଧାନ କର । ନିଜ ନିର୍ବାଚନ ମଣ୍ଡଳୀର ପ୍ରତି ଗାଁରେ କାର୍ଯ୍ୟକ୍ରମ କର ।

ପଞ୍ଚାୟତ ନିର୍ବାଚନରେ ସଫଳତାର ନାୟକ

ଓଡ଼ିଶା ରାଜନୈତିକ କରିଡରରେ ଜଣେ ବଡ଼ ରଣନୀତିକାର ଭାବେ ପରିଚିତ ସୌଦାନ ସିଂ । ପୂର୍ବରୁ ଓଡ଼ିଶାର ପ୍ରଭାରୀ ଭାବେ କାର୍ଯ୍ୟ କରିବା ସମୟରେ, ବିଶେଷକରି ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ସଫଳତା ପଛରେ ଥିଲା ତାଙ୍କର ମାଷ୍ଟରଷ୍ଟ୍ରୋକ୍ ।

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ କେନ୍ଦ୍ରୀୟ ନେତୃତ୍ୱ ପୁଣି ଥରେ ତାଙ୍କୁ ଏହି ଗୁରୁ ଦାୟିତ୍ଵ ଦେଇଛନ୍ତି । ସୌଦାନ ସିଂଙ୍କ ପାଇଁ ରାଜ୍ୟ କାର୍ଯ୍ୟାଳୟର ୭ ନମ୍ବର ରୁମ୍‌କୁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ସେ ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କ ସହ ମାରାଥନ ଆଲୋଚନା ଜାରି ରଖିବେ ସୌଦାନ ସିଂ ।

ଏଥିସହ ପଢ଼ନ୍ତୁ: ରାମଲୀଳା ମଞ୍ଚରେ ଦେଖିବାକୁ ମିଳିବ କେନ୍ଦ୍ରମନ୍ତ୍ରୀଙ୍କ ଜୁଏଲ୍‌ ଓରାମଙ୍କ ଅଭିନୟ 

ପୂର୍ବରୁ ଆସିଥିଲେ ରାଜ୍ୟ ପ୍ରଭାରୀ

କିଛି ଦିନ ପୂର୍ବେ ନବ ନିଯୁକ୍ତ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓ ସହ-ପ୍ରଭାରୀ ସ୍ୱଦେଶ ସିଂ ଦୁଇ ଦିନିଆ ଗସ୍ତରେ ଆସି ଦଳୀୟ ନେତାଙ୍କ ସହ ମାନସ ମନ୍ଥନ କରିଥିଲେ । ପଞ୍ଚାୟତ ଓ ପୌର ପରିଷଦ ଦଖଲ କରିବା ପାଇଁ ରାଜ୍ୟ ନେତାଙ୍କୁ ସ୍ଵତନ୍ତ୍ର ଟାସ୍କ ଦେଇଥିଲେ । ଏବେ ରାଷ୍ଟ୍ରୀୟ ସହ- ସଙ୍ଗଠନ ମହାମନ୍ତ୍ରୀ ସୌଦାନ ସିଂଙ୍କ ଆଗମନ ଏ ପ୍ରକ୍ରିୟାକୁ ଆହୁରି ତ୍ଵରାନ୍ଵିତ କରିଛି । ତୃଣମୂଳ ସ୍ତରରୁ ଦଳକୁ କିଭଳି ଅଧିକ ବ୍ୟାପକ କରାଯିବ, ସେନେଇ ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି ।