SCB Medical Patient Death / ଶୀକାନ୍ତଙ୍କ ମୃତ୍ୟୁର ୧୨ ଦିନ ପରେ ହେଲା ଗିରଫଦାରୀ; ପୋଲିସ ଲଗାଇଥିବା ଦଫାକୁ ନେଇ ଉଠିଲା ପ୍ରଶ୍ନ
·1 hour ago·2 min read

Key Points
ମାନସିକ ରୋଗୀ ଶ୍ରୀକାନ୍ତ ଦାସଙ୍କୁ ହତ୍ୟାର ୧୨ ଦିନ ପରେ ପୋଲିସ ପ୍ରଥମ ଗିରଫଦାରୀ କରିଛି । ସିସିଟିଭିରୁ ଚିହ୍ନଟ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ ।
କଟକ: ଏସସିବି ମେଡିକାଲ ମାନସିକ ସ୍ୱାସ୍ଥ୍ୟ ବିଭାଗରେ ମାନସିକ ରୋଗୀକୁ ପିଟିପିଟି ହତ୍ୟା ଅଭିଯୋଗ ମାମଲା । ମାନସିକ ରୋଗୀ ଶ୍ରୀକାନ୍ତ ଦାସଙ୍କୁ ହତ୍ୟାର ୧୨ ଦିନ ପରେ ପୋଲିସ ପ୍ରଥମ ଗିରଫଦାରୀ କରିଛି । ସିସିଟିଭିରୁ ଚିହ୍ନଟ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ ।
ଏନେଇ ସୂଚନା ଦେଇଛନ୍ତି କଟକ ଡିସିରି ଋଷିକେଶ ଖିଲାରୀ । କଟକ ଡିସିପି କହିଛନ୍ତି, "ପୋଷ୍ଟ ମର୍ଟମ ରିପୋର୍ଟ ସଂରକ୍ଷିତ ରଖାଯାଇଛି । ଭିସେରା ରିପୋର୍ଟ ଓ କେମିକାଲ ରିପୋର୍ଟ କରିଛୁ । ରିପୋର୍ଟ ଆସିଲା ପରେ କାରଣ ଜଣା ପଡ଼ିବ ।"
ଏଥିସହ ପଢ଼ନ୍ତୁ: ପାଗଳ ସଜେଇ ମାରିଦେଲେ ! କେବେ ବନ୍ଧାହେବେ ଶୀକ୍ରାନ୍ତଙ୍କ ହତ୍ୟାକାରୀ ?
ଗିରଫ ଦୁଇ ଅଭିଯୁକ୍ତ ହେଲେ ୱାର୍ଡ ଆଟେଣ୍ଡାଣ୍ଟ ଓ ସିକ୍ୟୁରିଟି ଗାର୍ଡ । ମଞ୍ଜୁ ସର୍ଭିସ୍ ଜରିଆରେ ୱାର୍ଡ ଆଟେଣ୍ଡାଣ୍ଟ ଥିବା ଏ. ଜଗବନ୍ନାଥ ରାଓ ଓ ଘରୋଇ ସିକ୍ୟୁରିଟି ଗାର୍ଡ ଦିଲୀପ କୁମାର ପ୍ରଧାନଙ୍କୁ ପୋଲିସ ଗିରଫ କରିଛି । ଉଭୟଙ୍କ ବିରୋଧରେ BNS ଧାରା ୧୦୫ ଓ ୩ (୫) ଧାରାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରିଛି ପୋଲିସ । ଦୁହେଁ ଏସସିବି ମେଡିକାଲ୍ରେ ଡ୍ୟୁଟି କରଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯୁକ୍ତଙ୍କ ବିରୋଧରେ ଲାଗିନି ହତ୍ୟା ଦଫା
ତେବେ ହତ୍ୟାର ୧୨ ଦିନ ପରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ହେଲେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଦଫା ଲଗାଯାଇ ନାହିଁ । ପ୍ରଶାସନ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଥିବା ମୃତ ଶ୍ରୀକାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଶ୍ରୀକାନ୍ତଙ୍କ ହତ୍ୟାର ତୁରନ୍ତ ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପରିବାର ଦାବି କରିଛି । ନହେଲେ ଆଗାମୀ ଦିନରେ ଏସ୍ସିବି ମେଡିକାଲ ସମ୍ମୁଖରେ ପରିବାରର ସମସ୍ତ ସଦସ୍ୟ ଧାରଣା ଦେବା ସହ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ମୃତ ଶ୍ରୀକାନ୍ତଙ୍କ ପତ୍ନୀ ଓ ସାନ ଭାଇ ।
ଏଥିସହ ପଢ଼ନ୍ତୁ: କଟକ ବଡ଼ ଡାକ୍ତରଖାନାରେ କେମିତି ହେଲା ଶ୍ରୀକାନ୍ତଙ୍କ ମୃତ୍ୟୁ ?
୨୮ରେ ଆଡମିଟ୍, ୩୦ ତାରିଖରେ ମୃତ୍ୟୁ
ଗତ ସେପ୍ଟେମ୍ବର ୨୮ ତାରିଖରେ ଶ୍ରୀକାନ୍ତ ଅସୁସ୍ଥ ହେବାରୁ ତାଙ୍କୁ ଏସସିବିର ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୨୯ ତାରିଖ ରାତିରେ ସେ ୱାର୍ଡ ବାହାରକୁ ଆସିବା ପରେ, ସେଦିନ ରାତିରେ ଡ୍ୟୁଟିରେ ଥିବା କିଛି ସୁରକ୍ଷା କର୍ମୀ ଓ କର୍ମଚାରୀ ତାଙ୍କୁ ପ୍ଲାଷ୍ଟିକ ପାଇପରେ ନିର୍ଘାତ ମାଡ଼ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।

୩୦ ତାରିଖ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ମୃତକଙ୍କ ସ୍ତ୍ରୀ, ଭାଇ ଓ ମା' କର୍ତ୍ତୃପକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ଏବେ ଅଭିଯୋଗର ୧୨ ଦିନ ପରେ ପୋଲିସ ମାତ୍ର ୨ ଜଣଙ୍କୁ ଗିରଫ କରିଛି ।
Related Topics
Explore more stories