SCB Medical Patient Death / ପାଗଳ ସଜେଇ ମାରିଦେଲେ ! କେବେ ବନ୍ଧାହେବେ ଶୀକ୍ରାନ୍ତଙ୍କ ହତ୍ୟାକାରୀ ?
·2 hours ago·3 min read

Key Points
ଯେଉଁ ମଣିଷଟି କିଛି ଘଣ୍ଟା ପୂର୍ବରୁ ସାଧାରଣ ଲୋକଙ୍କ ଭଳି ହସଖୁସିରେ କଥା ହେଉଥିଲା, ସେ ହଠାତ୍ କେମିତି ମରିଗଲା ? ପରିବାର ଏବଂ ଗ୍ରାମବାସୀଙ୍କ ଅଭିଯୋଗ, ଶ୍ରୀକାନ୍ତ ମୋଟେ ବି ପାଗଳ ନଥିଲେ ।
ଯାଜପୁର: କଟକ ଏସସିବି ମାନସିକ ରୋଗ ବିଭାଗରେ ଶ୍ରୀକାନ୍ତ ଦାସଙ୍କୁ ପିଟି ପିଟି ମାରିଦେବା ଅଭିଯୋଗକୁ ଆଜି ବିତିଗଲାଣି ୯ ଦିନ । ସାମାନ୍ୟ ହାତ ଥରିବା ରୋଗ ପାଇଁ ଆସିଥିବା ନିରୀହ ମଣିଷଟିକୁ ପାଗଳ ସଜାଇ କେମିତି ହତ୍ୟା କରାଗଲା ?
ମୃତ୍ୟୁ ପୂର୍ବରୁ ଶ୍ରୀକାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ଏକ୍ସକ୍ଲୁସିଭ୍ ଭିଡିଓ ଏବେ ଅର୍ଗସ ନ୍ୟୁଜ୍ ହାତରେ ଲାଗିଛି । ଶ୍ରୀକାନ୍ତଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଆଜି ସିଧାସଳଖ ପହଙ୍ଗା ଗାଁରେ ପହଞ୍ଚିଛି ଅର୍ଗସ ନ୍ଯୁଜ୍ର ଟିମ୍ ।
ଭିଡିଓରେ ଦେଖା ଯାଉଛି- ମାନସିକ ରୋଗ ବିଭାଗର ରୁମ୍ ଭିତରେ ବସି ହସୁଛନ୍ତି, ସ୍ୱାଭାବିକ ଭାବେ କଥା ହେଉଛନ୍ତି ଶ୍ରୀକାନ୍ତ । ମୃତ୍ୟୁର ମାତ୍ର କିଛି ଘଣ୍ଟା ପୂର୍ବର ଏହି ଭିଡିଓ ହିଁ ସବୁଠାରୁ ବଡ଼ ପ୍ରମାଣ, ଯେ ଶ୍ରୀକାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ।
ଏଥିସହ ପଢ଼ନ୍ତୁ: କଟକ ବଡ଼ ଡାକ୍ତରଖାନାରେ କେମିତି ହେଲା ଶ୍ରୀକାନ୍ତଙ୍କ ମୃତ୍ୟୁ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯେଉଁ ମଣିଷଟି କିଛି ଘଣ୍ଟା ପୂର୍ବରୁ ସାଧାରଣ ଲୋକଙ୍କ ଭଳି ହସଖୁସିରେ କଥା ହେଉଥିଲା, ସେ ହଠାତ୍ କେମିତି ମରିଗଲା ? ସାମାନ୍ୟ ହାତ ଥରିବା ରୋଗ ଭଲ କରିବାକୁ ଆସିଥିବା ମଣିଷର ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବାର ଆଶା ଥିଲା... ହେଲେ କିଏ ଜାଣିଥିଲା, ମାନସିକ ରୋଗ ବିଭାଗରୁ ତାଙ୍କର ସୁସ୍ଥ ଶରୀର ନୁହେଁ, ବରଂ ଆସିବ ନିର୍ଜୀବ ମୃତଦେହ ।
ଶ୍ରୀକାନ୍ତଙ୍କୁ ନ୍ୟାୟ ଲଢ଼େଇରେ ଅର୍ଗସ୍ ନ୍ୟୁଜ୍
କଟକ ଏସସିବି ମେଡିକାଲ ମାନସିକ ରୋଗ ବିଭାଗରେ ଯାଜପୁର ରୋଡ୍ ପହଙ୍ଗା ଗାଁର ଶ୍ରୀକାନ୍ତ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୯ ଦିନ ବିତିଲାଣି । ଶ୍ରୀକାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇରେ ସାମିଲ ହୋଇ ସିଧାସଳଖ ପହଙ୍ଗା ଗାଁରେ ପହଞ୍ଚିଛି ଅର୍ଗସ୍ ନ୍ୟୁଜ୍ର ଟିମ୍ ।
ଆଜି ଶ୍ରୀକାନ୍ତଙ୍କ ଘରେ କେବଳ ଛାତିଫଟା କାନ୍ଦ, ଆଉ ଶୂନ୍ୟତା । ବୟସର ଭାରରେ ବାପାଙ୍କ ଅଣ୍ଟା ପଡ଼ିଯାଇଛି । କୋରଡ଼ି ଯାଇଥିବା ଆଖିରୁ କେବଳ ଲୁହ ନୁହେଁ, ବୋହି ଯାଉଛି ଅସହାୟତାର ସ୍ରୋତ। ଯେଉଁ ପୁଅ କାନ୍ଧ ଦେଇଥାନ୍ତା, ସେହି ପୁଅର ଶବ ଦେଖି ବାପା ଆଜି ସମ୍ପୂର୍ଣ୍ଣ ନିଶ୍ଚଳ, ନିଃଶବ୍ଦ ।
କେମିତି ଚଳିବ ୭ ଜଣିଆ ପରିବାର ?
ଅନ୍ୟପଟେ କାନ୍ଦି କାନ୍ଦି ବେହୋସ୍ ହୋଇପଡ଼ୁଛନ୍ତି ଶ୍ରୀକାନ୍ତଙ୍କ ମାଆ ଆଉ ସ୍ୱାମୀଙ୍କୁ ହରାଇଥିବା ସ୍ତ୍ରୀ । ଯେଉଁ ଘରର ଚୁଲି ଜଳୁଥିଲା ଶ୍ରୀକାନ୍ତଙ୍କ ପରିଶ୍ରମରେ... ଯେଉଁ ଛୋଟ ଛୋଟ ଅବୋଧ ଶିଶୁଙ୍କ ପାଇଁ ବାପା ଥିଲେ ସମ୍ପୂର୍ଣ୍ଣ ଦୁନିଆ... ସେହି ଶ୍ରୀକାନ୍ତଙ୍କ ବିନା ଏବେ କେମିତି ଚଳିବ ଏହି ୭ ଜଣିଆ ପରିବାର ?

ପାଗଳ ନଥିଲେ ଶ୍ରୀକାନ୍ତ
ଗରିବ ବୋଲି କ’ଣ ମୃତ ଶ୍ରୀକାନ୍ତଙ୍କ ଜୀବନର ମୂଲ୍ୟ କିଛି ନାହିଁ ? ପରିବାର ଏବଂ ଗ୍ରାମବାସୀଙ୍କ ଅଭିଯୋଗ, ଶ୍ରୀକାନ୍ତ ମୋଟେ ବି ପାଗଳ ନଥିଲେ । କୌଣସି ରକ୍ତ ପରୀକ୍ଷା ନାହିଁ କି ଅନ୍ୟ କୌଣସି ଡାକ୍ତରୀ ଯାଞ୍ଚ ନାହିଁ... ତା’ହେଲେ କେଉଁ ଆଧାରରେ ତାଙ୍କୁ ମାନସିକ ରୋଗୀ ୱାର୍ଡକୁ ରେଫର୍ କଲେ ଡାକ୍ତର ? ସେଦିନ ପରିବାର ଲୋକଙ୍କ ଆଖି ସାମ୍ନାରେ ହିଁ ଘଟିଥିଲା ସେହି ବର୍ବର କାଣ୍ଡ !
ପ୍ଲାଷ୍ଟିକ ପାଇପ୍ରେ ପିଟି ପିଟି ମାରିଦେଲେ
ପାଇଖାନାରେ ଲୁଚିଥିବା ଶ୍ରୀକାନ୍ତଙ୍କୁ ଆଣିବାକୁ ସମ୍ପର୍କୀୟ ଭାଇଙ୍କୁ କହିଥିଲେ । ଆଉ ତା’ପରେ ପରିବାର ଲୋକଙ୍କ ଆଗରେ ପ୍ଲାଷ୍ଟିକ ପାଇପ୍ରେ ଶ୍ରୀକାନ୍ତଙ୍କୁ ନିସ୍ତୁକ ପିଟିଥିଲେ ସୁରକ୍ଷା କର୍ମୀ । କିଛି ୟୁନିଫର୍ମରେ ଥିଲେ ତ ଆଉ କିଛି ସିଭିଲ୍ ଡ୍ରେସ୍ରେ ।
ପରିବାର ଲୋକ ଗୁହାରୀ ହେଲେ, କାକୁତିମିନତି ହୋଇ ନେହୁରା ହେଲେ... ହେଲେ ସେହି ନିର୍ଦ୍ଦୟ ଜହ୍ଲାଦମାନଙ୍କର ଟିକେ ହେଲେ ଦୟା ଆସିନଥିଲା ! ପିଟି ପିଟି ରକ୍ତାକ୍ତ କରିଦେଲେ... ଆଉ ଶେଷରେ ରକ୍ତ ପୋଛିବାକୁ ସମ୍ପର୍କୀୟ ଭାଇଙ୍କ ହାତକୁ ତୁଳା ବଢ଼ାଇଦେଲେ ।
ଏଥିସହ ପଢ଼ନ୍ତୁ: SCB ମେଡିକାଲରେ ଚାଞ୍ଚଲ୍ୟ; ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା ଘଟଣାରେ ନୂଆ ମୋଡ଼
ଶ୍ରୀକାନ୍ତଙ୍କୁ ନ୍ୟାୟ ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି ସମ୍ପୂର୍ଣ୍ଣ ପହଙ୍ଗା ଗ୍ରାମବାସୀ । ଗୋଟିଏ ପଟେ ପରିବାରର ଆଖିର ଲୁହ, ଅନ୍ୟପଟେ ଗ୍ରାମବାସୀଙ୍କ ଜୋରଦାର ଆକ୍ରୋଶ।
ଅର୍ଗସର ସିଧାସଳଖ ପ୍ରଶ୍ନ
ଗୋଟିଏ ଗରିବ ପରିବାରର ରୋଜଗାରିଆ ପୁଅକୁ ପାଗଳ ସଜାଇ ହତ୍ୟା କରିଥିବା ସେହି ଜହ୍ଲାଦମାନଙ୍କୁ କିଏ ଦେଉଛି ସୁରକ୍ଷା ? ଯେ ପର୍ଯ୍ୟନ୍ତ ଶ୍ରୀକାନ୍ତଙ୍କୁ ନ୍ୟାୟ ନ ମିଳିଛି, ଆଉ ହତ୍ୟାକାରୀ ବନ୍ଧା ନହୋଇଛନ୍ତି, ସେ ପର୍ଯ୍ୟନ୍ତ ଅର୍ଗସ୍ ନ୍ୟୁଜ୍ର ଏହି ଲଢ଼େଇ ଜାରି ରହିବ ।

- ବିନା ଟେଷ୍ଟରେ ଶ୍ରୀକାନ୍ତଙ୍କୁ ମାନସିକ ରୋଗୀ ୱାର୍ଡକୁ ପଠାଇଲା କିଏ?
- ସୁରକ୍ଷା ନାଁରେ ପିଟି ପିଟି ମାରିଦେବାର ଅଧିକାର ସୁରକ୍ଷାକର୍ମୀଙ୍କୁ ଦେଲା କିଏ ?
- ଏତେ ବଡ଼ ବର୍ବରକାଣ୍ଡ ପରେ ବି ଏସସିବି କର୍ତ୍ତୃପକ୍ଷ ଆଜି ଯାଏଁ ଚୁପ୍ କାହିଁକି ?
- ୯ ଦିନ ବିତିଯାଇଥିଲେ ବି ପୋଲିସ ହାତ କାହିଁକି ଖାଲି ?
- କିଏ ଦେଉଛି ସେହି ହତ୍ୟାକାରୀଙ୍କୁ ସୁରକ୍ଷା ?
ଗୋଟିଏ ଗରିବ ପରିବାରର ରୋଜଗାରିଆ ପୁଅକୁ ପାଗଳ ସଜାଇ ହତ୍ୟା କରିଥିବା ସେହି ଜହ୍ଲାଦମାନଙ୍କୁ କିଏ ଦେଉଛି ସୁରକ୍ଷା ? ଯେ ପର୍ଯ୍ୟନ୍ତ ଶ୍ରୀକାନ୍ତଙ୍କୁ ନ୍ୟାୟ ନ ମିଳିଛି, ଆଉ ହତ୍ୟାକାରୀ ବନ୍ଧା ନହୋଇଛନ୍ତି, ସେ ପର୍ଯ୍ୟନ୍ତ ଅର୍ଗସ୍ ନ୍ୟୁଜ୍ର ଏହି ଲଢ଼େଇ ଜାରି ରହିବ ।
Related Topics
Explore more stories