ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି

ଅର୍ଗସ ବ୍ୟୁରୋ : ପିଏମ୍ଙ୍କ ଓଡ଼ିଶା ଗସ୍ତ ନେଇ ଆସିଲା କାର୍ଯ୍ୟସୂଚୀ । ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି । ବିମାନବନ୍ଦରରୁ ବିଜେପି କାର୍ଯ୍ୟାଳୟ ଯିବେ । ବିଜେପି କାର୍ଯ୍ୟାଳୟରେ ୬ ଟା ୪୫ରୁ ୮ଟା ୧୫ ଯାଏ ରହିବେ । ୮ଟା ୨୦ରେ ବିଜେପି କାର୍ଯ୍ୟାଳୟରୁ ବାହାରିବେ । ୮ଟା ୩୦ରେ ରାଜଭବନରେ ପହଞ୍ଚିବେ । ରାଜଭବନରେ ରାତ୍ରିରହଣୀ କରିବେ ମୋଦି ।
ସେହିପରି ଆସନ୍ତାକାଲି ସକାଳ ୬ଟା ୧୫ରୁ ରାଜଭବନରୁ ବାହାରି ୬ଟା ୨୫ରେ ବିମାନବନ୍ଦରରେ ପହଞ୍ଚିବେ । ସକାଳ ୬ଟା ୩୦ରେ ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯିବେ । ସକାଳ ୬ଟା ୫୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ । ସକାଳ ୭ଟାରେ ପୁରୀ ହେଲିପ୍ୟାଡରୁ ବାହାରିବେ । ସକାଳ ୭ଟା ୧୦ରେ ଶ୍ରୀମନ୍ଦିରରେ ପହଞ୍ଚିବେ । ସକାଳ ୭ଟା ୧୫ରୁ ୭ଟା ୪୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କରିବେ । ସକାଳ ୭ଟା ୫୦ରେ ଶ୍ରୀମନ୍ଦିରରୁ ବାହାରିବେ ।
ସକାଳ ୭ଟା ୫୫ରେ ମରିଚକୋଟରୁ ଆରମ୍ଭ ହେବ ରୋଡ୍ ସୋ' । ସକାଳ ୮ଟାରୁ ୯ଟା ଯାଏ ରୋଡ୍ ସୋ' । ସକାଳ ୯ଟା ୫ରେ ପୁରୀ ମେଡିକାଲ ଛକରେ ଶେଷ ହେବ ରୋଡ୍ ସୋ' । ସକାଳ ୯ଟା ୧୫ରେ ପୁରୀ ହେଲିପ୍ୟାଡ୍ରେ ପହଞ୍ଚିବେ । ସକାଳ ୯ଟା ୨୦ରେ ହେଲିକପ୍ଟର ଯୋଗେ ଅନୁଗୁଳ ଯିବେ ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର
ସକାଳ ୧୦ଟା ୧୫ରେ ଅନୁଗୁଳରେ ପହଞ୍ଚିବେ । ସକାଳ ୧୦ଟା ୨୫ରେ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚିବେ । ସକାଳ ୧୦ଟା ୩୦ରୁ ୧୧ଟା ୧୫ ସାଧାରଣ ସଭା । ୧୧ଟା ୧୫ରୁ ଅନୁଗୁଳରୁ ବାହାରି କଟକ ଯିବେ । ମଧ୍ୟାହ୍ନ ୧୨ଟାରେ ଉପର ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେବେ । ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୫ ସାଧାରଣ ସଭା । ମଧ୍ୟାହ୍ନ ୧୨ଟାର ୫୦ରେ କଟକରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ୧ଟା ୧୦ରେ ପହଞ୍ଚିବେ । ସେଠାରୁ ୧ଟା ୧୫ରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ ।