Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବଚନ ବିଧି ଉଲଙ୍ଘନ ; ବିଜେଡି ପ୍ରଚାରରେ ସାମିଲ ପ୍ରଧାନଶିକ୍ଷକ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ନିର୍ବଚନ ବିଧି ଉଲଙ୍ଘନ ; ବିଜେଡି ପ୍ରଚାରରେ ସାମିଲ ପ୍ରଧାନଶିକ୍ଷକ

ବ୍ରହ୍ମପୁର : ବିଜେଡି ର ପ୍ରଚାରକ ସାଜିଛନ୍ତି ବାହାନଗା ବ୍ଲକ ଆରୁହାବାଡ଼ ପଞ୍ଚାୟତ ର ଉଦୟନାରାୟ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରଞ୍ଜନ କୁମାର ଦାସ । ନିର୍ବାଚନ ଆଚରଣ ବିଧି ସ୍ୱତେ ନିୟମ ମାନୁନାହାନ୍ତି ଏହି ପ୍ରଧାନ ଶିକ୍ଷକ ରଞ୍ଜନକୁମାର ଦାସ l ଗତ ଏପ୍ରିଲ ୧୨ ତାରିଖ ରେ ଉଦୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକର  ୪୦ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନେଇ ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେଡିର ବାହାନଗା ବ୍ଲକ ୨୦ ନମ୍ବର ଜିଲ୍ଲାପରିଷଦ ଜୋନ ସଦସ୍ୟ ଶିଶିର ଅଗସ୍ତି ଅତିଥି ଭାବରେ ମଞ୍ଚରେ ବସିଥିଲେ  l ମଞ୍ଚରେ ବାହାନଗା ବ୍ଲକ ଶିକ୍ଷାକାରିଣୀ ସୋମାରାଣୀ ସେଠୀ ମଧ୍ୟ ବସିଥିଲେ କେବଳ ବାସିନଥିଲେ ଭଲ କାମ କରୁଥିବା କହି ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ l

ଅଧିକ ପଢନ୍ତୁ ଓଡିଶା ଖବର

ଅଭିଯୋଗ ହେଉଛି ଏହି ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରଞ୍ଜନକୁମାର ଦାସ ବିଭିନ ସମୟରେ ବିଜେଡିର ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ବେଳେ ପ୍ରଧାନଶିକ୍ଷକଙ୍କ ବୈଠକରେ ବିଜେଡି ଜିଲ୍ଲାପରିଷଦଙ୍କୁ ଡାକି ନିଜ ସପକ୍ଷ ରେ ଭୋଟ ଯିବାପାଇଁ ଏହା ଏକ ଷଡଯନ୍ତ୍ର । ଖାଲି ସେତିକି ନୁହଁ ସୋସିଆଲ ମିଡ଼ିଆ ରେ ମଧ୍ୟ ଏହି ଫଟୋ କୁ ସେୟାର କରିଛନ୍ତି ନିଜେ ପ୍ରଧାନଶିକ୍ଷକ l ଏ ନେଇ ସ୍ଥାନୀୟ ଅଞ୍ଚଳର ତପନ ଅଗସ୍ତି ନିର୍ବାଚନ ଆଚରଣ ବିଧି ଉଲଂଘନ କରାଯାଇଥିବା କହି ନିର୍ବାଚନ ଆୟୋଗଙ୍କ ସହ ବାଲେଶ୍ବର ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରୁ ଅତିରିକ୍ତ ଶିକ୍ଷାଧିକାରା ଧରଣିଧର ପାତ୍ର ବାହାନଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
school headmaster involved in BJD campaigning | Argus News