Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଜାତୀୟ ରାଜପଥର ଡ୍ରେନ ସଫା କଲେ ବିଦ୍ୟାଳୟ ଛାତ୍ରଛାତ୍ରୀ

Odisha

ଜାତୀୟ ରାଜପଥର ଡ୍ରେନ ସଫା କଲେ ବିଦ୍ୟାଳୟ ଛାତ୍ରଛାତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଜାତୀୟ ରାଜପଥର ଡ୍ରେନ ସଫା କଲେ ବିଦ୍ୟାଳୟ ଛାତ୍ରଛାତ୍ରୀ

କନ୍ଧମାଳ : ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ଜାତୀୟ ରାଜପଥର ଡ୍ରେନ ସଫା କଲେ କୁର୍ତମଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ। ସୂଚନା ଅନୁଯାୟୀ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତମଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ। ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ଛାତ୍ର ମାନଙ୍କୁ ସର୍ବ ସମ୍ମୁଖରେ ଡ୍ରେନ ସଫା କରାଇଲେ ପ୍ରଧାନ ଶିକ୍ଷକ ବିନୋଦ ବେହେରା। ସ୍ଥାନୀୟ ସାଧାରଣ ଲୋକେ ପ୍ରଧାନ ଶିକ୍ଷକଙ୍କ ଏଭଳି କାମ କୁ ନିନ୍ଦା କରିଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

କୁର୍ତମଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟି 59 ନମ୍ବର ଜାତୀୟ ରାଜପଥର ପାର୍ଶ୍ବ ରେ ଅବସ୍ଥିତ। ଗତ ଦୁଇ ଦିନ ଧରି ବର୍ଷା ହେବାରୁ ବିଦ୍ୟାଳୟ ରେ ପାଣି ଜମି ରହିଥିଲା। ହେଲେ ଏ ବର୍ଷା ଜଳ କୁ ଆଉ କାହା ଦ୍ଵାରା ନ କରି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଡ୍ରେନ ସଫା କରାଇଥିଲେ ପ୍ରଧାନ ଶିକ୍ଷକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
School students cleaned the drains of the national highway | Argus News