Videos
|
Odisha

Scrub Typhus / ଅନୁଗୋଳ ପରେ କଟକରେ ଜୀବନ ନେଲା ସ୍କ୍ରବ୍ ଟାଇଫସ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଅନୁଗୋଳ ପରେ କଟକରେ ଜୀବନ ନେଲା ସ୍କ୍ରବ୍ ଟାଇଫସ୍
Scrub Typhus Scare in Odisha

Key Points

ଅନୁଗୋଳ ଜିଲ୍ଲାର ପାଲଲହଡ଼ା ପରେ କଟକ ଜିଲ୍ଲାର ବଡ଼ମ୍ବା-ନରସିଂହପୁର ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ ଦେଖା ଦେଇଛି । ନରସିଂହପୁରରେ ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ହୋଇ ଜଣଙ୍କ ମୃତ୍ୟୁ ହୋଇଛି ।
ବଡ଼ମ୍ବା (କଟକ): ଓଡ଼ିଶାରେ ଆତଙ୍କ । ଜୀବନ ନେଉଛି ସ୍କ୍ରବ୍ ଟାଇଫସ୍ । ଅନୁଗୋଳ ଜିଲ୍ଲାର ପାଲଲହଡ଼ା ପରେ କଟକ ଜିଲ୍ଲାର ବଡ଼ମ୍ବା-ନରସିଂହପୁର ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ ଦେଖା ଦେଇଛି । ନରସିଂହପୁରରେ ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ହୋଇ ଜଣଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ନରସିଂହପୁର ବ୍ଲକ ଚକ୍ରଗଡ଼ ଗ୍ରାମରେ ସ୍କ୍ରବ୍ ଟାଇଫସ୍‌ରେ ଜଣେ ଆଖି ବୁଜିଛନ୍ତି । ମୃତକ ଚକ୍ରଗଡ଼ ଗାଁର ୫୫ ବର୍ଷୀୟ ବିଜୟ କୁମାର ଲେଙ୍କା ବୋଲି ଜଣାପଡ଼ିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଏଥିସହ ପଢ଼ନ୍ତୁ: ଗାଁରେ ବ୍ୟାପୁଛି ସ୍କ୍ରବ୍ ଟାଇଫସ୍; ଘର ଘର ବୁଲି ପରୀକ୍ଷା କରୁଛି ଡାକ୍ତରୀ ଟିମ୍ 

ଚିଗର୍ ବା ଲାର୍ଭାଲ୍ ମାଇଟ୍ କାମୁଡ଼ିବା ଦ୍ୱାରା ଏହି ସଂକ୍ରାମକ ରୋଗ ବ୍ୟାପିଥାଏ । ଏଥିରେ ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା ଏବଂ ଶରୀର ଦୁର୍ବଳ ହେବା ଭଳି ଲକ୍ଷଣ ଦେଖାଯାଏ । ବିଶେଷକରି ଚାଷଜମି କିମ୍ବା ଜଙ୍ଗଲିଆ ଅଞ୍ଚଳରେ ଏହା ଦେଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେଣୁ, ଚାଷ କାମ କରୁଥିବା ଲୋକଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ । ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି ।

ଭାରତ ସହ ଚୀନ, ଜାପାନ, ଉତ୍ତର ଅଷ୍ଟ୍ରେଲିଆ ଓ ପାକିସ୍ତାନରେ ଏହି ଚିଗର୍ ଦେଖା ଯାଇଥାଏ । ଏହା କାମୁଡ଼ିଲେ ସ୍କ୍ରବ୍ ଟାଇଫସ୍ ହେଉଥିବା ବେଳେ ସଠିକ୍ ସମୟରେ ଚିକିତ୍ସା ନ କଲେ ଶରୀରର ଏକାଧିକ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହେବା ସହ ମୃତ୍ୟୁ ହୋଇଥାଏ ।

କେମିତି ଜାଣିବେ ?

ଚିଗର୍ କାମୁଡ଼ିବାର ପ୍ରାୟ ୧୦ ଦିନ ମଧ୍ୟରେ ଲକ୍ଷଣ ଦେଖା ଯାଇଥାଏ । ଚିଗର୍ କାମୁଡ଼ିଥିବା ସ୍ଥାନ କଳା ପଡ଼ିଯାଇଥାଏ । ହଠାତ୍ ପ୍ରଜଳ ଜ୍ଵର ଆସିବା ସହ ଜୋର୍‌ରେ ଥଣ୍ଡା ଲାଗିଥାଏ । ଶରୀରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।

ସ୍କ୍ରବ୍ ଟାଇଫସ୍ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟାକ୍ସିନ୍ ଆସି ନାହିଁ । କିନ୍ତୁ ସମୟରେ ଏହି ରୋଗ ଚିହ୍ନଟ ହେଲେ ନିରାକାରଣ ବା ସୁସ୍ଥ ହେବାର ସମ୍ଭାବନା ଅଧିକ । ତେଣୁ ଚାଷ କାର୍ଯ୍ୟ ସମୟରେ ଚାଷୀ ହାତ ଓ ଗୋଡ଼କୁ ଘୋଡ଼ାଇଲା ଭଳି ଲମ୍ବ ପ୍ୟାଣ୍ଟ ଓ ସାର୍ଟ ପିନ୍ଧିବା ଉଚିତ୍ ।

ଏଥିସହ ପଢ଼ନ୍ତୁ: ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ; ୨୦ ହଜାର ଲାଞ୍ଚରୁ ମିଳିଲା ନଗଦ ₹୭ ଲକ୍ଷ ଟଙ୍କା 

ଏହା ପୂର୍ବରୁ ଅନୁଗୋଳ ଜିଲ୍ଲାର ପାଳଲହଡ଼ାରେ ସ୍କ୍ରବ ଟାଇଫସ୍ ବ୍ଯାପିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସୁଦ୍ଧା ୨୯ ଜଣ ଆକ୍ରନ୍ତ ହୋଇଛନ୍ତି । ତୃତୀୟ ଦିନରେ ଡାକ୍ତରୀ ଟିମ ସାନବାଗଦରୀ ଗାଁରେ ପହଞ୍ଚି ନମୁନା ସଂଗ୍ରହ ଜାରି ରଖିଛି । ଗାଁର ପ୍ରତ୍ୟକ ଘର ଓ ଚାରିପଟେ ଥିବା ନାଳ ନର୍ଦ୍ଦମାରେ କୀଟନାଶକ ଔଷଧ ସିଞ୍ଚନ କରାଯାଉଛି ।